ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ୨ୟ ଲହର ଯ଼ୋଗୁଁ ଟିକସଦାତା ମାନେ ପ୍ରଭାବିତ ହୋଇଥିବାରୁ ଆୟକର ବିଭାଗ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ୨ ମାସ ପର୍ୟ଼୍ୟନ୍ତ ବୃଦ୍ଧି କରିଛନ୍ତି। ଆୟକର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବ୍ୟକ୍ତିଗତ ଆୟକରଦାତାମାନଙ୍କ ପାଇଁ ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖ ୩୧ ଜୁଲାଇ ଥିବାବେଳେ ତାହାକୁ ୩୦ ସେପ୍ଟେମ୍ବରକୁ ବୃଦ୍ଧି କରାଯ଼ାଇଛି। ପୁଣି ଯ଼େଉଁମାନଙ୍କ ଆକାଉଣ୍ଟ ଅଡିଟ ଯ଼ୋଗ୍ୟ ସେମାନଙ୍କର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ଅକ୍ଟୋବର ୩୧କୁ ବୃଦ୍ଧି କରାଯ଼ାଇଛି। ଏଠାରେ ଉଲ୍ଲେଖଯ଼ୋଗ୍ୟ ଯ଼େ ଗତ ବର୍ଷ କରୋନାର ପ୍ରଥମ ଲହର ବେଳେ ସାରାଦେଶରେ ଲକଡାଉନ ଘୋଷଣା କରାଯ଼ାଇଥିଲା। ଏହାକୁ ଦୃଷ୍ଟିରେ ରଖି ଆୟକର ବିଭାଗ ପକ୍ଷରୁ ଆୟକର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ବଢାଇଦିଆଯ଼ାଇଥିଲା। ଏବର୍ଷ ୨ୟ ଲହରୀ ଆସିବା ପରେ ଶେଷତାରିଖକୁ ବଢାଇବାକୁ ଟିକସଦାତାମାନେ ଦାବି କରିଆସୁଥିଲେ। ସେମାନଙ୍କ ଦାବିକୁ ସମ୍ମାନ ଜଣାଇ ଆୟକର ବିଭାଗ ପକ୍ଷରୁ ଉପରୋକ୍ତ ନିଷ୍ପତ୍ତି ନିଆଯ଼ାଇଛି।
ଆୟକର ରିଟର୍ଣ୍ଣ ଫାଇଲ ଶେଷ ତାରିଖକୁ ବୃଦ୍ଧି କଲା ଆୟକର ବିଭାଗ

Share Now: