ପ୍ରଶାନ୍ତ ମହାସାଗରରେ ପଡ଼ିବ ଚନ୍ଦ୍ରଯାନ-୩ ରକେଟ୍‌ର ଉପର ଭାଗ

ପ୍ରଶାନ୍ତ ମହାସାଗରରେ ପଡ଼ିବ ଚନ୍ଦ୍ରଯାନ-୩ର ଉପର ଭାଗ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩କୁ ମହାକାଶକୁ ନେଇ ଯାଇଥିବା ‘ଏଲ୍‌ଭିଏମ୍‌୩ ଏମ୍‌୪’ ଲଞ୍ଚ୍‌ ଭେଇକ୍ଲ୍‌ର ଉପର ଅଂଶ ବା ଅଗ୍ରଭାଗ ଉତ୍ତର ପ୍ରଶାନ୍ତ ମହାସାଗରରେ ଖସିପଡ଼ିବ ବୋଲି ‘ଇସ୍ରୋ’ କହିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ବା ‘ଇ‌ସ୍ରୋ’ କହିଛି, ବୁଧବାର ରାତି ୨.୪୨ ବେଳକୁ ‘ଏଲ୍‌ଭିଏମ୍‌୩ ଏମ୍‌୪’ ଲଞ୍ଚ୍‌ ଭେଇକ୍ଲ୍‌ ରକେଟ୍‌ର ଊର୍ଦ୍ଧ୍ବାଂଶ ପୃଥିବୀର ବାୟୁମଣ୍ଡଳ ମଧ୍ୟକୁ ଅନିୟନ୍ତ୍ରିତ ପୁନଃ ପ୍ରବେଶ କରିଛି। ଏହି ଭଗ୍ନାଂଶ ଉତ୍ତର ପ୍ରଶାନ୍ତ ମହାସାଗର ମଧ୍ୟକୁ ଖସିପଡ଼ିବାର ସମ୍ଭାବନା ରହିଛି। ପୁନଃ ପ୍ରବେଶ ସମୟରେ ଏହା ଭାରତ ଉପର ଦେଇ ଅତିକ୍ରମ କରିନାହିଁ। ରକେଟ୍‌ର ଏହି ଅଂଶ (ନୋରାଡ୍‌ ଆଇଡି ୫୭୩୨୧) ହେଉଛି ଚନ୍ଦ୍ରଯାନ-୩କୁ ୨୦୨୩ ଜୁଲାଇ ୧୪ ତାରିଖ ଦିନ ସଫଳତାର ସହିତ ନିର୍ଦ୍ଧାରିତ କକ୍ଷପଥ (୧୩୩ କିଲୋମିଟର୍‌ x ୩୫୮୨୩ କିଲୋମିଟର୍‌) ମଧ୍ୟକୁ ଛାଡ଼ିଥିବା ମହାକାଶଯାନର ଅଗ୍ରଭାଗ ବୋଲି ‘ଇସ୍ରୋ’ କହିଛି।
‘ଇସ୍ରୋ’ ଆହୁରି ମଧ୍ୟ କହିଛି ଯେ, ଉତ୍‌କ୍ଷେପଣ ହେବାର ୧୨୪ ଦିନ ପରେ ରକେଟ୍‌ର ଏହି ଅଂଶ ପୃଥିବୀର ବାୟୁମଣ୍ଡଳ ମଧ୍ୟକୁ ପୁନଃ ପ୍ରବେଶ କରିଛି। ପୁନଃ ପ୍ରବେଶ ପ୍ରସ୍ତୁତିକୁ ବିଜ୍ଞାନ ଭାଷାରେ ‘ପାସିଭେସନ୍‌’ ପ୍ରକ୍ରିୟା କୁହାଯାଏ। ଏହି ପ୍ରକ୍ରିୟାରେ ରକେଟ୍‌ର ଉକ୍ତ ଅଂଶରେ ରହିଯାଇଥିବା ଇନ୍ଧନ ବାହାର କରାଯାଇଥାଏ। ଫଳରେ ପୃଥିବୀର ବାୟୁମଣ୍ଡଳକୁ ପୁନଃ ପ୍ରବେଶ କରିବା ବେଳେ ଏଥିରେ ବିସ୍ଫୋରଣ ଆଶଙ୍କା ନ ଥାଏ। ଜାତିସଂଘ ଓ ‘ଆଇଏଡିସି’ ଜାରି କରିଥିବା ଗାଇଡ୍‌ଲାଇନ୍‌ ଅନୁଯାୟୀ ଏହି ପଦକ୍ଷେପ ଗ୍ରହଣ କରାଯାଇଥାଏ।

Share Now:

Kalinga News Beuro

Next Post

ଜିନ୍‌ପିଙ୍ଗ୍‌ ଜଣେ ଏକଚ୍ଛତ୍ରବାଦୀ : ଜୋ ବାଇଡେନ୍‌

Thu Nov 16 , 2023
ୱାସିଂଟନ୍‌: ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଜଣେ ଏକଚ୍ଛତ୍ରବାଦୀ ବୋଲି ଏକ ଗୁରୁତ୍ବପୂର୍ଣ୍ଣ ଶିଖର ବୈଠକରେ ତାଙ୍କୁ ସାକ୍ଷାତ୍‌ କରିବାର ଅଳ୍ପ ସମୟ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ତାଙ୍କୁ କ’ଣ ଏବେ ବି ‘ଏକଚ୍ଛତ୍ରବାଦୀ’ କହିବେ କି ବୋଲି ସାମ୍ବାଦିକ ସମ୍ମିଳନୀର ଶେଷ ଆଡ଼କୁ ଜଣେ ସାମ୍ବାଦିକ ପଚାରିବାରୁ ରାଷ୍ଟ୍ରପତି ବାଇଡେନ୍‌ କହିଲେ, ହଁ, ସେ ଜଣେ ଏକଚ୍ଛତ୍ରବାଦୀ। ମୋ କହିବାର ତାତ୍ପର୍ଯ୍ୟ ହେଉଛି, ଗୋଟାଏ […]
ଚୀନ୍‌ ରାଷ୍ଟ୍ରପତିଙ୍କୁ ଭେଟିଲେ ଜୋ ବାଇଡେନ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial