ଜୁଲାଇ ୩୧ ମଧ୍ୟରେ ‘ୱାନ ନେସନ ୱାନ ରେସନ କାର୍ଡ’- ସୁପ୍ରିମକୋର୍ଟ

‘ୱାନ ନେସନ ୱାନ ରେସନ କାର୍ଡ’

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଜୁଲାଇ ୩୧, ୨୦୨୧ ମଧ୍ୟରେ ‘ୱାନ ନେସନ ୱାନ ରେସନ କାର୍ଡ’ ଯୋଜନା କାର୍ଯ୍ୟକାରୀ କରିବାର ଶେଷ ତାରିଖ ଭାବରେ ସ୍ଥିର କରିଛନ୍ତି। ଏହି ଯୋଜନା ଅଧୀନରେ ପ୍ରବାସୀ ଶ୍ରମିକମାନେ ଦେଶର ଯେକୌଣସି ସ୍ଥାନରେ ରହିଲେ ବି ରାସନ ଗ୍ରହଣ କରିବାର ସୁବିଧା ପାଇବେ। ପ୍ରବାସୀ ଶ୍ରମିକଙ୍କ ସୁବିଧା ଏବଂ କଲ୍ୟାଣ ପାଇଁ ସୁପ୍ରିମକୋର୍ଟ ଅନ୍ୟାନ୍ୟ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ସୂଚନା ଥାଉ କି ଯେ ଆଜି ସୁପ୍ରିମକୋର୍ଟ କରୋନା କାରଣରୁ ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ସମ୍ପର୍କରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଅନେକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରବାସୀ ଶ୍ରମିକଙ୍କ ପାଇଁ ଶୁଖିଲା ରାସନ ଯୋଗାଇବା ଏବଂ ମହାମାରୀ ଥିବା ପର୍ଯ୍ୟନ୍ତ ସେମାନଙ୍କୁ ରୋଷେଇ କରି ଖାଇବାକୁ ଦେବାକୁ କୋର୍ଟ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ନ୍ୟାସନାଲ ଡାଟା ଗ୍ରୀଡ୍ ପୋର୍ଟାଲରେ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପଞ୍ଜିକରଣ ଜୁଲାଇ ୩୧ ସୁଦ୍ଧା କରିବାକୁ ଅଦାଲତ କହିଛନ୍ତି। ମଙ୍ଗଳବାର ଦିନ କରୋନା ଦ୍ଵିତୀୟ ତରଙ୍ଗ ସମୟରେ ଲାଗୁ ହୋଇଥିବା ପ୍ରତିବନ୍ଧକ ଦ୍ୱାରା ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ନିରାପତ୍ତା ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ ପଦକ୍ଷେପ ନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ରାଜ୍ୟ ଓ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି।

Share Now:

Kalinga News Beuro

Next Post

ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଦୂତୀ, ବୀରେନ୍ଦ୍ର,ଅନୁରାଧା ଓ କାଳୁଙ୍କ ନାଁ ସୁପାରିସ

Tue Jun 29 , 2021
ଭୁବନେଶ୍ୱର: ବର୍ଷ ୨୦୨୧ ପାଇଁ ଦିଆଯିବାକୁ ଥିବା ଜାତୀୟ ସ୍ତରୀୟ କ୍ରୀଡ଼ା ପୁରସ୍କାର ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବ୍ୟାପର ବିଭାଗ ପକ୍ଷରୁ ୪ ଜଣ ପ୍ରତିଭାଙ୍କ ନାମକୁ ସୁପାରିସ କରାଯାଇଛି। କ୍ରୀଡ଼ା ବିଭାଗ ଓଡ଼ିଆ ଆଥଲେଟ ତଥା ଧାବିକା ଦୂତୀ ଚାନ୍ଦ, ଅନ୍ତର୍ଜାତୀ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା, ହକିକୋଚ୍ କାଳୁ ଚୌଧୁରୀ ଓ ପୂର୍ବତନ ଆଥଲେଟ୍ ଅନୁରାଧା ବିଶ୍ୱାଳଙ୍କ ନାମ ପୁରସ୍କାର ପାଇଁ ରାଜ୍ୟ […]
ଖେଳରତ୍ନ ପୁରସ୍କାର

ଆହୁରି ପଢ଼ନ୍ତୁ