ଆମେ ଛୋଟଛୁଆ ହୋଇକି ନାହେଁ, ୧୩୫ କୋଟି ଲୋକ ଆମକୁ ଦେଖି ହସୁଛନ୍ତି: ଧନଖଡ଼

ଧନଖଡ଼

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ‘କୁକୁର’ ବିବୃତ୍ତିକୁ ନେଇ ସଂସଦରେ ହଙ୍ଗାମା ଜାରି ରହିଛି। ଏହି ବିବାଦୀୟ ବିବୃତ୍ତିକୁ ନେଇ ବିଜେପି ସାଂସଦମାନେ ଦାବି କରିଛନ୍ତି ଯେ ଖଡ଼ଗେ କ୍ଷମା ମାଗନ୍ତୁ। ଅନ୍ୟପକ୍ଷରେ ଖଡ଼ଗେ କ୍ଷମା ମାଗିବେନି ବୋଲି ସଫା ସଫା ଶୁଣାଇଦେଇଛନ୍ତି। ବିଜେପି ସାଂସଦମାନେ ଏହାକୁ ବିରୋଧ କରିଥିଲେ, ଯେଉଁଥିପାଇଁ ହଙ୍ଗାମା ଆରମ୍ଭ ହୋଇଥିଲା। ଏହାକୁ ନେଇ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ରାଗିଯାଇଛନ୍ତି। ହଙ୍ଗାମା କରୁଥିବା ସାଂସଦମାନଙ୍କ ଉଦ୍ଦେଶ୍ୟରେ ଧନଖଡ଼ କହିଛନ୍ତି ଯେ ଏହା ଭୁଲ କରୁଛ। ସେ କହିଛନ୍ତି, “ଯେଉଁଭଳି ଭାବରେ ହଙ୍ଗାମା କରୁଛନ୍ତି, ତାହା ଭୁଲ। ହଙ୍ଗାମା ସୃଷ୍ଟି କରି ଆମେ ଏକ ଭୁଲ ଉଦାହରଣ ସୃଷ୍ଟି କରୁଛୁ। ଆମେ ପିଲା ହୋଇକି ନାହେଁ, ୧୩୫ କୋଟି ଲୋକ ଆମକୁ ଦେଖି ହସୁଥିବେ।” ସେ କହିଛନ୍ତି ଯେ ଏଭଳି ହଙ୍ଗାମା ଯୋଗୁଁ ଗୃହର ସମ୍ମାନ ହ୍ରାସ ପାଉଛି। ସାଂସଦମାନଙ୍କ ଭାବମୂର୍ତ୍ତି ମଧ୍ୟ କ୍ଷୁର୍ଣ୍ଣ ହେଉଛି। ବାହାରେ ଲୋକମାନେ ଏହାକୁ ଦେଖି ହସୁଛନ୍ତି। ଧନଖଡ଼ ରାଗିଯାଇ କହିଛନ୍ତି, “୧୩୫ କୋଟି ଲୋକ ଆମକୁ ଦେଖି ହସୁଥିବେ। ସେମାନେ ନିଶ୍ଚୟ ଭାବି ଆଶ୍ଚର୍ଯ୍ୟ ହୋଇଯାଉଥିବେ। ଆମେ କେତେ ତଳକୁ ଖସିଯାଉଛେ’। ଉଲ୍ଲେଖ ଥାଉ କି ସ୍ୱାଧୀନତା ସଂଗ୍ରାମରେ ବିଜେପିର କୁକୁର ବି ମରିନଥିଲା। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ବିଜେପିକୁ ନେଇ ଏଭଳି ବିବାଦୀୟ ବୟାନ ଦେଇଥିଲେ। ସେ ଜୋର ଦେଇ କହିଥିଲେ ଯେ, ଅନେକ କଂଗ୍ରେସ ନେତା ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନ ଦେଇଥିଲେ, କିନ୍ତୁ ବିଜେପି ଲୋକଙ୍କ ଘରୁ ସ୍ୱାଧୀନତା ସଂଗ୍ରାମରେ ଗୋଟିଏ ବି କୁକୁର ମରି ନଥିଲା।

Share Now:

Kalinga News Beuro

Next Post

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା : ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡ

Tue Dec 20 , 2022
ରାୟଗଡ଼ା: ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ପୋକ୍ସେ ଆକ୍ଟ୍) ସୋନାଲି ପଟ୍ଟନାୟକ। ଅଭିଯୁକ୍ତ ଜୁନାଶ ମିଶାଲଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ ସହ ୧୦ ହଜାର ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ରାଜୁ ଗାଣ୍ଟାକୁ କୋର୍ଟ ନିର୍ଦ୍ଦୋଷରେ ଖଲାସ୍ କରିଛନ୍ତି। ୨୦୨୧ ଫେବୃଆରୀ ୨୩ ତାରିଖରେ ଶେଷଖାଲ ଥାନା ତାମ୍ବଲବାଇ ଗ୍ରାମର ନାବାଳିକା […]
ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial