ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା : ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡ

ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡ

ରାୟଗଡ଼ା: ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ପୋକ୍ସେ ଆକ୍ଟ୍) ସୋନାଲି ପଟ୍ଟନାୟକ। ଅଭିଯୁକ୍ତ ଜୁନାଶ ମିଶାଲଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ ସହ ୧୦ ହଜାର ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ରାଜୁ ଗାଣ୍ଟାକୁ କୋର୍ଟ ନିର୍ଦ୍ଦୋଷରେ ଖଲାସ୍ କରିଛନ୍ତି। ୨୦୨୧ ଫେବୃଆରୀ ୨୩ ତାରିଖରେ ଶେଷଖାଲ ଥାନା ତାମ୍ବଲବାଇ ଗ୍ରାମର ନାବାଳିକା ପଦ୍ମାବତୀ (ଛଦ୍ମନାମ) ଅପହରଣ ପରେ ଦୁର୍ଷ୍କମର ଶିକାର ହୋଇଥିଲେ। ଟ୍ୟୁସନରୁ ପଦ୍ମାବତୀ ‌ପରିଶ୍ରା କରିବାକୁ ବାହାରକୁ ଆସିଥିବା ବେଳେ ଜୁନାଶ୍ ପଦ୍ମାବତୀଙ୍କୁ ଅପହରଣ କରି ନେଇଥିଲା। ଘଟଣା ପରେ ପଦ୍ମାବତୀ ପରିବାର ଲୋକଙ୍କୁ ଅବଗତ କରିବା ପରେ ଶେଷଖାଲ ଥାନାରେ ଏ ନେଇ ମାମଲା ରୁଜୁ ହୋଇଥିଲା। ପୁଲିସ୍ ଜୁନାଶ ମିଶାଲ ସମେତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲା ବିଚାର ପାଇଁ ପୋକ୍ସେ କୋର୍ଟକୁ ସ୍ଥାନାନ୍ତର ହେବା ପରେ ଶୁଣାଣି ଆରମ୍ଭ ହୋଇଥିଲା। ୨୬ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭତ୍ତି କରି ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସୋନାଲି ପଟ୍ଟନାୟକ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିରଜା ପ୍ରସାଦ ପାତ୍ର ଏବଂ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଉମାକାନ୍ତ ମିଶ୍ର ମାମଲା ପରିଚାଳନା କରୁଥିଲେ।

Share Now:

Kalinga News Beuro

Next Post

ଭୁଶୁଡ଼ିଲା ଲାଲ ଗଡ: ୪୬୭ ମିଲିସିଆ ସମେତ ୯୦୭ ଜଣ ନକ୍ସଲଙ୍କ ଆତ୍ମସମର୍ପଣ

Tue Dec 20 , 2022
ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳରେ ଭୁଶୁଡ଼ିଲା ଲାଲ ଗଡ। ଦୀର୍ଘ ଦିନ ଧରି ପୁଲିସ ଏବଂ ପ୍ରଶାସନର ମିଳିତ ଚେଷ୍ଟା ଆଜି ସାକାର ହୋଇଛି। ଆଜି ସ୍ୱାଭିମାନ ଅଞ୍ଚଳର ଘନବେଡା ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସ୍ୱାଭିମାନ ଅଞ୍ଚଳର ବଡ ଆମଲିବେଡା, ସାନ ଆମଲିବେଡା, ଅଙ୍ଗୁରଗୁଡା, ଟିକରପଡା, ନାଡମଞ୍ଜରି, କୋଣ୍ଡାହେଞ୍ଜରି, ପଣସପୁଟ, ବାଚଲପଦର, ରାମଗୁଡା, ଗୁସୁମପଦର, ସିନ୍ଧିପୁଟ, ମୁଣ୍ଡିଗୁମ୍ମା, ସିମିଳିପଦର, ଏଲମପାକା, ଖଜୁରିଗୁଡା, ତୋଟାଗୁଡା, […]
୯୦୭ ଜଣ ନକ୍ସଲଙ୍କ ଆତ୍ମସମର୍ପଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial