ନବ ଦାସଙ୍କ ଲୋକ ଧମକାଇବାରୁ ନବ ଦାସଙ୍କୁ ହତ୍ୟା କରିଥିଲା ଗୋପାଳ : ପଲିଗ୍ରାଫ ଟେଷ୍ଟ ରିପୋର୍ଟ

ନବ ଦାସଙ୍କୁ ହତ୍ୟା କରିଥିଲା ଗୋପାଳ

ଭୁବନେଶ୍ୱର: ବହୁଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ପଲିଗ୍ରାଫ ଟେଷ୍ଟ ରିପୋର୍ଟ ଆସିଛି। ଏହି ରିପୋର୍ଟରେ ହତ୍ୟା ସଂପର୍କିତ ଅନେକଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ମନୋଜ ବରିହା ନାମରେ ଜଣେ ବ୍ୟକ୍ତି ଗୋପାଳ ଦାସଙ୍କୁ କହିଥିଲେ ଯେ, ଦାଦା ତୁମ ଉପରେ ଖପ୍ପା ଅଛନ୍ତି। ଏହା ଶୁଣିବା ପରେ ମନ୍ତ୍ରୀଙ୍କ ଆଡୁ ଜୀବନପ୍ରତି ବିପଦ ଥିବା ଆଶଙ୍କାରେ ଗୋପାଳ ଦାସ ଚିନ୍ତିତ ଥିଲା। ନବ ଦାସଙ୍କ ଆଡୁ ଜୀବନ ପ୍ରତି ବିପଦ ଥିବା ମନେ କରିଥିଲା। ଏଥି ପାଇଁ ସେ ନବ ଦାସଙ୍କୁ ହତ୍ୟା କରିବା ପାଇଁ ଶପଥ ନେବା ସହିତ ଗତ ଜାନୁଆରି ୨୯ ତାରିଖରେ ଏହାକୁ କାର୍ଯ୍ୟକାରୀ କରିଥିଲା ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ପଲିଗ୍ରାଫ ଟେଷ୍ଟରେ ଗୋପାଳ ଦାସକୁ ମୋଟ ୨୬ଟି ପ୍ରଶ୍ନ ପଚରାଯାଇଥିଲା। ଏଥିରୁ ସେ ୧୩ଟି ପ୍ରଶ୍ନର ଉତ୍ତରରେ ‘ହଁ’ କହିଥିଲା ବେଳେ ବାକି ୧୩ଟି ପ୍ରଶ୍ନର ଉତ୍ତରରେ ‘ନା’ କହିଥିଲା। ମନ୍ତ୍ରୀ ନବ ଦାସ ତାଙ୍କ ପ୍ରତି ଖପ୍ପା ଥିବା ଖବର ପାଇ ଗୋପାଳ ଚିନ୍ତାରେ ଥିଲା। ମନ୍ତ୍ରୀଙ୍କ ଆଡୁ ଜୀବନପ୍ରତି ବିପଦ ଥିବା ଆଶଙ୍କା କରୁଥିଲା। ମନ୍ତ୍ରୀଙ୍କୁ ହତ୍ୟା କରିବାକୁ ମୁଣ୍ଡନ ହୋଇ ମନ୍ଦିରରେ ଶପଥ ନେଇଥିଲା। ଗତ ଜାନୁଆରି ୨୯ ତାରିଖ ନବ ଦାସଙ୍କୁ ଗୋପାଳ ଗୁଳି କରି ହତ୍ୟା କରିଥିଲା। କିନ୍ତୁ ଏହା ପୂର୍ବରୁ ମଧ୍ୟ ସେ ନବ ଦାସଙ୍କୁ ହତ୍ୟା କରିବା ପାଇଁ ୨ ଥର ଉଦ୍ୟମ କରି ବିଫଳ ହୋଇଥିଲା ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ପୁଲିସ ଏଏସ୍‌ଆଇ ଗୋପାଳ ଦାସ ଜାନୁଆରି ୨୯ ତାରିଖରେ କ୍ୟାବିନେଟ୍‌ ମନ୍ତ୍ରୀ ନବ ଦାସଙ୍କ ଉପରକୁ ଅତି ନିକଟରୁ ଗୁଳିମାଡ଼ କରିଥିଲା। ହତ୍ୟା କରିବା ପୂର୍ବରୁ ଗୋପାଳ ସମଲେଶ୍ୱରୀ ମନ୍ଦିରରେ ଶପଥ ନେଇଥିଲା। ମନ୍ତ୍ରୀ ନବ ଦାସ ତା’ ଉପରେ ଭୀଷଣ ରାଗିଥିବା ଖବର ପାଇବା ପରେ ଭୟଭୀତ ହୋଇଯାଇଥିଲା ସେ। ନବ ଦାସ ତାକୁ ରାସ୍ତାରୁ ସଫା କରିବା ପୂର୍ବରୁ ତାଙ୍କୁ ହତ୍ୟା କରିବାକୁ ମନ୍ଦିରରେ ଶପଥ ନେଇଥିଲା।

Share Now:

Kalinga News Beuro

Next Post

୮ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଇଆଇସି ଓ ମହିଳା ଏଏସ୍‌ଆଇ

Fri Jul 28 , 2023
କୋରାପୁଟ: ଭିଜିଲାନ୍ସ ଜାଲରେ ପୁଣି ପୁଲିସ ବାବୁ ଓ ବାବୁଆଣୀ। କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଆଇଆଇସି ଚନ୍ଦ୍ରଭାନୁ ମହାନ୍ତି ଓ ମହିଳା ଏଏସ୍‌ଆଇ ଦୀପିକା ହୀରା ୮ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଉଭୟ ଶ୍ରୀ ମହାନ୍ତି ଓ ଶ୍ରୀମତୀ ହୀରା ଏକ ମାମଲାର ରଫାଦଫା କରିବା ପାଇଁ ଅଭିଯୋଗକାରୀଙ୍କୁ ୧୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବରୁ ୫ ହଜାର […]
ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଇଆଇସି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial