୮ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଇଆଇସି ଓ ମହିଳା ଏଏସ୍‌ଆଇ

ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆଇଆଇସି

କୋରାପୁଟ: ଭିଜିଲାନ୍ସ ଜାଲରେ ପୁଣି ପୁଲିସ ବାବୁ ଓ ବାବୁଆଣୀ। କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଆଇଆଇସି ଚନ୍ଦ୍ରଭାନୁ ମହାନ୍ତି ଓ ମହିଳା ଏଏସ୍‌ଆଇ ଦୀପିକା ହୀରା ୮ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଉଭୟ ଶ୍ରୀ ମହାନ୍ତି ଓ ଶ୍ରୀମତୀ ହୀରା ଏକ ମାମଲାର ରଫାଦଫା କରିବା ପାଇଁ ଅଭିଯୋଗକାରୀଙ୍କୁ ୧୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବରୁ ୫ ହଜାର ଟଙ୍କା ନେଇ ସାରିଥିବା ବେଳେ ଆଜି ବାକି ୮ ହଜାର ଟଙ୍କା ନେଉଥିଲେ। ତେବେ ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ଅତର୍କିତ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ଲାଞ୍ଚ ଟଙ୍କା ଜବତ ହୋଇଛି। ଏହି ଲାଞ୍ଚ କାରବାରରେ ଥାନାର ଆଉ କେହି କର୍ମଚାରୀ ସଂପୃକ୍ତ ଅଛନ୍ତି ନା ନାହିଁ, ସେ ନେଇ ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଅଧିକାରୀ।

Share Now:

Kalinga News Beuro

Next Post

ଡେଙ୍ଗୁ ଚାପରେ ଚେପା କ୍ୟାପିଟାଲ୍‌ ହସ୍ପିଟାଲ : ବାହାର ରୋଗୀଙ୍କୁ ମିଳୁନି ପ୍ଲେଟ୍‌ଲେଟ୍‌

Fri Jul 28 , 2023
ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ବଢ଼ୁଥିବା ବେଳେ ଏହାର ଚାପ ଏବେ ସିଧାସଳଖ କ୍ୟାପିଟାଲ୍ ହସ୍ପିଟାଲରେ ପଡ଼ୁଥିବା ଦେଖିବାକୁ ମିଳୁଛି। ଏହି ହସ୍ପିଟାଲରେ ଚିକିତ୍ସାଧୀନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ବଡ଼ ସମସ୍ୟା ହେଲାଣି ପ୍ଲେଟ୍‌ଲେଟ୍‌। ଡେଙ୍ଗୁ ରୋଗୀଙ୍କୁ ଦରକାର ପଡ଼ୁଥିବା ପ୍ଲେଟ୍‌ଲେଟ୍‌ ଅଭାବ ଦିନକୁ ଦିନ ସଂଗିନ୍ ହେବାକୁ ଯାଉଛି। ରକ୍ତଦାତା ଅଭାବ ହେଉଥିବାରୁ ଏହି ରକ୍ତକଣିକା ଅଭାବ ହେଲାଣି। ଆଗକୁ ଏଭଳି ସ୍ଥିତି […]
କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଡେଙ୍ଗୁ ଚାପ

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial