ପାଟନା: ବିହାରର ପଶ୍ଚିମ ଚମ୍ପାରଣରେ ଜୁଲାଇ ମାସରେ ବିଷାକ୍ତ ମଦ ପିଇ ୧୬ ଜଣଙ୍କର ମୃତ୍ୟୁ ହୋଇଥିଲା। କିଛିଦିନ ତଳେ ଏହି ବିଷାକ୍ତ ମଦ ପିଇ ପୁଣି ୮ ଜଣଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସମସ୍ତ ମୃତକ ଗୌତମ ଥାନା ଅନ୍ତର୍ଗତ ଦକ୍ଷିଣୀ ତେଲହୁଆ ଗାଁର ବୋଲି ଜଣାପଡିଛି। ମୃତକଙ୍କ ପରିବାର ଲୋକଙ୍କ କହିବାନୁସାରେ, ବୁଧବାର ସନ୍ଧ୍ୟାରେ ମଦ ପିଇବା ପରେ ହଠାତ୍ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଉଥିବା ବେଳେ ରାସ୍ତାରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ସୂତ୍ରରୁ ପ୍ରକାଶ, ମାମଲାର ତଦନ୍ତ ଜାରି ରହିଛି। ପ୍ରକୃତରେ କେଉଁ କାରଣ ପାଇଁ ଏବଂ କେଉଁ ପରିସ୍ଥିତିରେ ୮ ଜଣଙ୍କର ମୃତ୍ୟୁ ହୋଇଛି ସେନେଇ ତଦନ୍ତ ଜାରି ରହିଛି। କେବଳ ୩ ଜଣଙ୍କର ମଦ ପିଇବା ହେତୁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ଅନ୍ୟ ୫ ଜଣଙ୍କର ମୃତ୍ୟୁ କେଉଁ କାରଣ ପାଇଁ ହୋଇଛି ତାହା ଜଣାପଡ଼ିନାହିଁ।
Share Now: