ଘର ଭିତରେ ପଶିଗଲା ହାଇୱା, ଗୋଟିଏ ପରିବାରର ୩ ଗୁରୁତର

ଘର ଭିତରେ ପଶିଗଲା ହାଇଓ୍ବା

ହାଇୱା ଚାଳକ ଫେରାର୍, ମାଲିକ ଥାନାରେ ଅଟକ

ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ବଡ଼ବିଲ-ବଲାଣି ରାସ୍ତା ଡର୍ବି ଛକଠାରେ ଭାରସାମ୍ୟ ହରାଇ ଘର ଭିତରେ ପଶିଗଲା ହାଇୱା। ଏହାଫଳରେ ଗୋଟିଏ ପରିବାରର ୩ଜଣ ଗୁରୁତର ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ ୨ଟା ବେଳେ ଏକ ହାଇୱା ବଡ଼ବିଲ-ବଲାଣି ରାସ୍ତା ଡର୍ବି ଛକଠାରେ ଭାରସାମ୍ୟ ହରାଇ ଗୋପାଳ ମୁଣ୍ଡାଙ୍କ ଘର ଭିତରେ ପଶିଯାଇଥିଲା। ଏହାଫଳରେ ତାଙ୍କ ଘର ସଂପୂର୍ଣ୍ଣ ଭାଙ୍ଗିଯାଇଥିଲା। ହାଇୱାଟି ଘର ଭିତରେ ଶୋଇଥିବା ଗୋପାଳ ମୁଣ୍ଡାଙ୍କ ଦୁଇ ଝିଅ ରେଶମୀ(୨୦), ଅଞ୍ଜଳି(୧୦)ଏବଂ ପୁଅ କରନ(୧୩)ଙ୍କ ଉପରେ ଚଢିଯାଇଥିଲା। ଏଥିରେ ରେଶମୀଙ୍କ ଗୋଡ଼ ଓ ଅଣ୍ଟା ଭାଙ୍ଗିଯାଇଛି। ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଞ୍ଜଳି ଓ କରନଙ୍କୁ ବଡ଼ବିଲ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୋପାଳ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଅଲଗା ଘରେ ଶୋଇଥିବା ହେତୁ ଏହି ଦୁର୍ଘଟଣାରୁ ବର୍ତ୍ତିଯାଇଥିବା କୁହାଯାଉଛି। ଏଣେ ଦୁର୍ଘଟଣା ଘଟାଇବା ପରେ ହାଇୱା ଚାଳକ ଫେରାର ହୋଇଛି। ବଲାଣି ଥାନା ପୁଲିସ୍ ଗାଡ଼ିକୁ ଜବତ କରିବା ସହ ବଡ଼ବିଲର ଉକ୍ତ ହାଇୱା ମାଲିକଙ୍କୁ ଅଟକ ରଖିଥିବାର ସୂଚନା ମିଳିଛି।

Share Now:

Kalinga News Beuro

Next Post

ତାଳଚେର ମେଡିକାଲ କଲେଜ ପ୍ରସଙ୍ଗରେ ସଭିଏଁ ଚୁପ୍!

Mon Oct 5 , 2020
ଏମ୍‌ସିଏଲ୍ ପ୍ରତି ଏତେ ଦରଦ କାହିଁକି ? ପ୍ରକଳ୍ପ ଅନୁମୋଦନକୁ ବିତିଲା ୧୨ ବର୍ଷ ଅନୁଗୁଳ : ଏମ୍‌ସିଏଲ୍‌ ନିଜ ପ୍ରତିଶୃତି ରଖିଥିଲେ ଚଳିତ ଶିକ୍ଷାବର୍ଷରେ ମହାନଦୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସେସ୍‌ ଏଣ୍ଡ ରିସର୍ଚ୍ଚ ସେଣ୍ଟର (ମିମ୍‌ସାର) ନାମରେ ନାମିତ ତାଳଚେର ମେଡିକାଲ କଲେଜରେ ନାମଲେଖା ଆରମ୍ଭ ହୋଇଥାନ୍ତା। ମେଡିକାଲ ଶିକ୍ଷା କ୍ଷେତ୍ରରେ କେବଳ ମାଇଲ୍‌ଖୁଣ୍ଟ ହୋଇଥାନ୍ତା ତାହା ନୁହେଁ, ଉତ୍ତମ ଚିକିତ୍ସା ସୁବିଧା ମଧ୍ୟ ମିଳିପାରିଥାନ୍ତା। କେବଳ […]
ତାଳଚେର ମେଡିକାଲ କଲେଜ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial