ଗାଁ ଦାଣ୍ଡରେ ଖେଳୁଥିବା ଶିଶୁକନ୍ୟା ଉପରେ ମାଡ଼ିଗଲା ଦ୍ରୁତଗାମୀ ଟ୍ରାକ୍ଟର

ଶିଶୁକନ୍ୟା ମାଡ଼ିଗଲା ଦ୍ରୁତଗାମୀ ଟ୍ରାକ୍ଟର

ସୁନ୍ଦରଗଡ଼: ମଙ୍ଗଳବାର ସକାଳ ସାଢ଼େ ୬ଟାରେ ତଳସରା ଥାନା ଗାଇଲୋ ଗାଁ ବସ୍ତିରେ ଟ୍ରାକ୍ଟର ମାଡ଼ି ଯିବା ଫଳରେ ଏକ ୪ ବର୍ଷର ଶିଶୁକନ୍ୟାର ଶୋଚନୀୟ ମୃତ୍ୟୁ ହୋଇଯାଇଛି। ମୃତା ଶିଶୁ ହେଲେ ସରୋଜ ମହାକୁଳଙ୍କ ଝିଅ ରିଦ୍ଧି ମହାକୁଳ। ରିଦ୍ଧି ଘର ବାହାରେ ଥିବା ଗଳି ରାସ୍ତାରେ ଖେଳୁଥିବା ବେଳେ ଟ୍ରାକ୍ଟରଟି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକେ ତୁରନ୍ତ ସବଡେଗା ଡାକ୍ତରଖାନା ନେଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରିଦ୍ଧିଙ୍କ ବାପା ସରୋଜ ବାହାରକୁ କାମ କରିବାକୁ ଯାଇଥିବା ବେଳେ ଘରେ ମା’ ଓ ଆଈ ପାଖରେ ସେ ରହୁଥିଲେ। କୁନି ଝିଅର ମୃତ୍ୟୁରେ ମା’ ଓ ଆଈ ଭାଙ୍ଗି ପଡ଼ିଛନ୍ତି। ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରଟି ନିଜ ଗାଁ ସିବୁନ ନାଏକଙ୍କ ବୋଲି ଜଣାପଡ଼ିଛି। ଡ୍ରାଇଭରଙ୍କ ବେପରୱା ଚାଳନା ଯୋଗୁଁ ନିଷ୍ପାପ ଶିଶୁକନ୍ୟାର ଜୀବନ ଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ତଳସରା ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Share Now:

Kalinga News Beuro

Next Post

ରଥ ଉପରେ ଶ୍ରୀଜୀଉଙ୍କ ନୀତି ବିଳମ୍ବ : ଏ ଯାଏଁ ଉପାସରେ ଶ୍ରୀଜିଉ

Wed Jun 21 , 2023
ପୁରୀ: ବିଗତ ଦିନରେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ନୀତି ବିଳମ୍ବ ଘଟଣା ସଂପର୍କରେ ଅନେକ ଅବଗତ ହୋଇଥିବେ। ଆଜି ରଥ ଉପରେ ମହାପ୍ରଭୁଙ୍କ ନୀତି ବିଳମ୍ବ ହୋଇଛି। ମଙ୍ଗଳ ଆଳତି, ଅବକାଶ ପରେ ନୀତି ଆଗକୁ ବଢ଼ିନାହିଁ। ତେଣୁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମହାପଭୁ ଉପାସରେ ଅଛନ୍ତି। ଗୋପାଳବଲ୍ଲଭ ନୀତି ଏଯାଏଁ ଅନୁଷ୍ଠିତ ହୋଇନି। ସମନ୍ୱୟ ଅଭାବରୁ ନୀତି ବିଳମ୍ବ ହେଉଥିବା ଅଭିଯୋଗ ହେଉଛି।ଅନ୍ୟପଟେ ଶରଧାବାଲିରେ ଗତକାଲି ଦବେୀ ସୁଭଦ୍ରାଙ୍କ […]
ରଥ ଉପରେ ମହାପ୍ରଭୁଙ୍କ ନୀତି ବିଳମ୍ବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial