ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ର

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଲିସ୍ କମ୍ୟୁନିକେସ ବିଭାଗର ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କ କଟକ ସରକାରୀ ଘର ସମେତ ୧୧ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ ଚାଲିଥିବାର ଖବର ମିଳିଛି। ଆଜି ସକାଳୁ ୩ ଏଏସପି, ୧୦ ଡିଏସପି ଓ ୧୩ ଜଣ ଇନସ୍ପେକ୍ଟରଙ୍କଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଭିଜିଲାନ୍ସ ଟିମ୍ କଟକ, ଭୁବନେଶ୍ୱର, ଯାଜପୁର, ଜଗତସିଂହପୁର ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନ ଚଢ଼ାଉ ଆରମ୍ଭ କରିଛି। ଭିଜିଲାନ୍ସର ସ୍ବତନ୍ତ୍ର ଜଜଙ୍କ ସର୍ଚ୍ଚ ୱାରଣ୍ଟ ବଳରେ ତ୍ରିନାଥ ମିଶ୍ରଙ୍କ କଟକ ସରକାରୀ ଘର ସମେତ ଉପରୋକ୍ତ ସ୍ଥାନରେ ଚଢ଼ାଉ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାର ଡାବୁଗାଁରେ ଥିବା ପୈତୃକ ଘର, କଟକର ମହାନଦୀ ବିହାରଠାରେ ତ୍ରିନାଥ ମିଶ୍ରଙ୍କ ପୁଅ ତୁଷାର ମିଶ୍ର ଏବଂ ତରୁଣ ମିଶ୍ରଙ୍କ ଡ୍ରଗ୍ ଉତ୍ପାଦନ ୟୁନିଟ୍, କଟକ ତୁଳସୀପୁରରେ ଅବସ୍ଥିତ ତାଙ୍କର ଅଫିସ୍, ମଧୁପାଟଣା ପୁଲିସ୍ ଥାନାରେ ଥିବା କ୍ୟାମ୍ପସରେ ସରକାରୀ କ୍ୱାର୍ଟର୍, ଭୁବନେଶ୍ୱର ରସୁଲଗଡ଼ସ୍ଥିତ ଫ୍ଲାଟ, ଯାଜପୁରର ବଡ଼ଚଣାରେ ଥିବା ଶଶୁର ଘର, ତାଳଗଡ଼ ସ୍ଥିତ ଫାର୍ମହାଉସ୍, ଚଣ୍ଡିଖୋଲ ବଜାରର ଧାନମଣ୍ଡଳରେ ମେଡିସିନ୍ ଦୋକାନ ସହିତ ଶାନ୍ତିଲତା କେୟାର ଏବଂ ନର୍ସିଂହୋମ ଓ ଟ୍ରାନ୍ସପୋର୍ଟ ଅଫିସରେ ଏହି ଚଢ଼ାଉ ଚାଲିଛି। ଏହାଛଡ଼ା ତାଙ୍କର ଡ୍ରାଇଭର ରାଜୀବ ମହାନ୍ତିଙ୍କ ଜଗତସିଂହପୁର ଜିଲ୍ଲାର ଦଳେଇଘାଇର ବିରିଡ଼ି ଗ୍ରାମରେ ବି ଚଢ଼ାଉ କରୁଛି ଭିଜିଲାନ୍ସ।

Share Now:

Kalinga News Beuro

Next Post

ୟୁକ୍ରେନ ସଙ୍କଟ : ଆକ୍ରମଣ ପାଇଁ ୧.୩୦ଲକ୍ଷ ସୈନ୍ୟ ଓ ମିସାଇଲ ସହ ୟୁକ୍ରେନକୁ ଘେରିଲାଣି ଋଷ

Tue Feb 15 , 2022
ନୂଆଦିଲ୍ଲୀ: ବଢ଼ୁଛି ୟୁକ୍ରେନର ସଙ୍କଟ। ଆକ୍ରମଣ ପାଇଁ ୧.୩୦ଲକ୍ଷ ସୈନ୍ୟ ଓ ମିସାଇଲ ସହ ୟୁକ୍ରେନକୁ ଘେରିଲାଣି ଋଷ। ଗତକାଲି ଋଷ ଆକ୍ରମଣ ପାଇଁ ପ୍ରସ୍ତୁତ ବୋଲି ଆମେରିକା ଚେତାବନୀ ଦେବା ପରେ ଏବେ ଏହି ଖବର ସାମ୍ନାକୁ ଆସିଛି। ୟୁକ୍ରେନ ସୀମାରେ ୧ ଲକ୍ଷ ୩୦ହଜାରରୁ ଅଧିକ ସୈନିକ ନିୟୋଜିତ କରିବା ସହିତ ଋଷ ଭାରୀ ଅସ୍ତ୍ରଶସ୍ତ୍ର ଏବଂ କ୍ଷେପଣାସ୍ତ୍ର ମଧ୍ୟ ନିୟୋଜିତ କରିଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, […]
ୟୁକ୍ରେନକୁ ଘେରିଲାଣି ଋଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial