ପୁଣି ଅଶାନ୍ତ ବିଜେବି କଲେଜ : ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଦୁଇ ଛାତ୍ରଙ୍କୁ ଆକ୍ରମଣ ଅଭିଯୋଗ

ପୁଣି ବିଜେବି କଲେଜରେ ଅଶାନ୍ତି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ବକ୍ସି ଜଗବନ୍ଧୁ ବିନାୟକ (ବିଜେବି) ସ୍ବୟଂଶାସିତ ମହାବିଦ୍ୟାଳୟରେ ପୁଣି ଥରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ଦୁଇ ଗୋଷ୍ଠୀ ମଧ୍ୟରେ ଶୁକ୍ରବାର ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। କମେଣ୍ଟମରାକୁ କେନ୍ଦ୍ର କରି ଦୁଇ ଛାତ୍ରଙ୍କୁ ଆକ୍ରମଣ ହୋଇଛି। ଆମ୍ବେଦକର ହଷ୍ଟେଲ ଛାତ୍ର ଆକ୍ରମଣ କରିଥିବା ନେଇ ଅଭିଯୋଗ ପରେ ଦୁଇ ଗୋଷ୍ଠୀ ପକ୍ଷରୁ ବଡ଼ଗଡ଼ ଥାନାରେ ଏତଲା ହୋଇଛି। ଅଭିଯୋଗ ଅନୁସାରେ ଗଣ୍ଡଗୋଳ ଘଟଣାରେ ୩ ଜଣ ଯୁକ୍ତ ୩ ଛାତ୍ର ଆହତ ହୋଇଛନ୍ତି। ଗୁରୁବାରର କମେଣ୍ଟମରା ଘଟଣାକୁ ନେଇ ପ୍ରିନ୍ସିପାଲଙ୍କୁ ଜଣାଇବାରୁ ମାଡ଼ ହୋଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ବାରମ୍ବାର ଆମ୍ବେଦକର ହଷ୍ଟେଲରେ ଗଣ୍ଡଗୋଳ ନେଇ ଆଭିଯୋଗ ଆସୁଛି। ଯିଏ ବି ସମ୍ପୃକ୍ତ ଥିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ଜୁଲାଇ ୪ ତାରିଖରେ ବିଜେବି ଓ ମହର୍ଷିରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌, ହଣାକଟା ହୋଇଥିଲା। ମହର୍ଷି କଲେଜର ଜଣେ ଦ୍ଵିତୀୟ ବର୍ଷ ବିଜ୍ଞାନ ଛାତ୍ରକୁ ବିପକ୍ଷ ଗୋଷ୍ଠୀର ଜଣେ ଯୁବକ ଓ ତା’ ସହଯୋଗୀମାନେ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଦୁର୍ବୃତ୍ତମାନଙ୍କ ଆତଙ୍କ ଏଭଳି ଥିଲା ଯେ ଦିନ ଦି’ପହରେ ଶହଶହ ଲୋକଙ୍କ ଆଖି ଆଗରେ ଏ ଘଟଣା ଘଟିଥିଲେ ହେଁ ସେମାନଙ୍କୁ ବାଧା ଦେବାକୁ କେହି ସାହସ ଜୁଟାଇ ପାରିନଥିଲେ। ଅଟକାଇବା ତ ଦୂରର କଥା, ସାଧାରଣ ଲୋକ ବି ଜୀବନ ବିକଳରେ ଧାଇଁ ପଳାଇଥିଲେ। ଏହା ପୂର୍ବରୁ ବିଜେବି କଲେଜରେ ଜଣେ ନେତାଙ୍କ ଜନ୍ମଦିନକୁ ପାଳନ କରାଯିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଛକାପଞ୍ଝା ଜୁଲାଇ ୪ ତାରିଖରେ ଉଗ୍ରରୂପ ନେଇଥିଲା। ଉଭୟ ଗୋଷ୍ଠୀ କ୍ୟାମ୍ପସ୍‌ରେ ମାର୍‌ପିଟ୍‌ ହେବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। କଲେଜ ଭିତରେ ସମାଧାନ ହୋଇ ନପାରିବାରୁ କଥା ଥାନାକୁ ଯାଇଥିଲା।

Share Now:

Kalinga News Beuro

Next Post

ବ୍ରହ୍ମପୁରରେ ନକଲି ଇଞ୍ଜିନ୍‌ ତେଲ କାରଖାନା ଠାବ : ଦୁଇଜଣ ଅଟକ

Fri Aug 4 , 2023
ଗୋଳନ୍ଥରା: ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ନିକଟସ୍ଥ ରାଳବ ରୋଡ଼ର ଏକ ଭଡ଼ାଘରେ ଚାଲିଥିବା ନକଲି ଇଞ୍ଜିନ୍‌ ଅଏଲ୍‌ କାରଖାନା ଠାବ ହୋଇଛି। ଏ ସଂକ୍ରାନ୍ତରେ ଦୁଇଜଣଙ୍କୁ ଅଟକ ରଖି ପୁଲିସ ଅଧିକ ପଚରାଉଚରା କରୁଛି। ସେହି ଘରୁ ପ୍ରାୟ ୨୦୦ ଲିଟର୍‌ ଇଞ୍ଜିନ୍‌ ଅଏଲ୍‌ ଜବତ କରାଯାଇଛି। ତେବେ ଏହି କାରବାରରେ ଆଉ କେଉଁ ମାନଙ୍କ ସମ୍ପୃକ୍ତି ରହିଛି, ସେ ନେଇ ପୁଲିସ ତଦନ୍ତ କରୁଛି।ଗୋଳନ୍ଥରା ଥାନା ଅନ୍ତର୍ଗତ […]
ବ୍ରହ୍ମପୁରରେ ନକଲି ଇଞ୍ଜିନ୍‌ ତେଲ କାରଖାନା ଠାବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial