ବ୍ରହ୍ମପୁରରେ ନକଲି ଇଞ୍ଜିନ୍‌ ତେଲ କାରଖାନା ଠାବ : ଦୁଇଜଣ ଅଟକ

ବ୍ରହ୍ମପୁରରେ ନକଲି ଇଞ୍ଜିନ୍‌ ତେଲ କାରଖାନା ଠାବ

ଗୋଳନ୍ଥରା: ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ନିକଟସ୍ଥ ରାଳବ ରୋଡ଼ର ଏକ ଭଡ଼ାଘରେ ଚାଲିଥିବା ନକଲି ଇଞ୍ଜିନ୍‌ ଅଏଲ୍‌ କାରଖାନା ଠାବ ହୋଇଛି। ଏ ସଂକ୍ରାନ୍ତରେ ଦୁଇଜଣଙ୍କୁ ଅଟକ ରଖି ପୁଲିସ ଅଧିକ ପଚରାଉଚରା କରୁଛି। ସେହି ଘରୁ ପ୍ରାୟ ୨୦୦ ଲିଟର୍‌ ଇଞ୍ଜିନ୍‌ ଅଏଲ୍‌ ଜବତ କରାଯାଇଛି। ତେବେ ଏହି କାରବାରରେ ଆଉ କେଉଁ ମାନଙ୍କ ସମ୍ପୃକ୍ତି ରହିଛି, ସେ ନେଇ ପୁଲିସ ତଦନ୍ତ କରୁଛି।
ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ରୋଡ଼ସ୍ଥିତ ଏକ ଭଡ଼ାଘରେ କିଛି ସାମଗ୍ରୀ ଅପମିଶ୍ରଣ କରି ତାହା ବଜାରକୁ ଛଡ଼ା ଯାଉଥିବା ସୂଚନା ମିଳିଥିଲା। ଖବର ପାଇ ଟ୍ରେନିଂ ଆଇପିଏସ୍‌ ଅଙ୍କିତ ବର୍ମା ଓ ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତଙ୍କ ନେତୃତ୍ୱରେ ଶୁକ୍ରବାର ପୁଲିସ ସେଠାରେ ଚଢ଼ଉ କରିଥିଲା। ପୁଲିସ ଟିମ୍‌ ସେହି ଭଡ଼ାଘରକୁ ଘେରି ଯାଇଥିଲା। ଘର ଭିତରକୁ ଯାଇ ଯାଞ୍ଚ କରିବା ପରେ ସେଠାରେ ଇଞ୍ଜିନ୍‌ ଅଏଲ୍‌ ପ୍ରସ୍ତୁତ ହେଉଥିବା ଜଣାପଡ଼ିଥିଲା।

Share Now:

Kalinga News Beuro

Next Post

ଫୁଲୁଛି କୁଆଖାଇ କୁଶଭଦ୍ରା ଭାର୍ଗବୀ : ପ୍ରଥମ ବନ୍ୟା-ଆଗ୍ରହ ଯେତିକି, ଆଶଙ୍କା ସେତିକି

Fri Aug 4 , 2023
ବାଲିଅନ୍ତା/ ବାଲିପାଟଣା: ଚଳିତ ବର୍ଷର ପ୍ରଥମ ବନ୍ୟାଜଳ କୁଆଖାଇ, କୁଶଭଦ୍ରା ଓ ଭାର୍ଗବୀ ନଦୀରେ ପ୍ରବେଶ କରିଛି। ଗତକାଲି ରାତିରୁ ମହାନଦୀର ବନ୍ୟାଜଳ ଏହି ତିନି ନଦୀରେ ପ୍ରବେଶ କରିଛି। ଫଳରେ ଆଜି ସକାଳୁ ଏହି ତିନି ନଦୀ ଫୁଲିବା ଆରମ୍ଭ କରିଛି। ତିନି ନଦୀ ଏବେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ତେଣୁ ବନ୍ୟା ବିଭୀଷିକାର ଭୟ ନଥିଲେ ହେଁ ଆଗକୁ ପରିସ୍ଥିତି ବିଗିଡ଼ିବା ଆଶଙ୍କା ରହିଛି […]
ଫୁଲୁଛି କୁଆଖାଇ କୁଶଭଦ୍ରା ଭାର୍ଗବୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial