ନକଲି ବନ୍ଧୁକ ଦେଖାଇ ଅସଲି ଲୁଟ୍ : ଅଭିଯୁକ୍ତ ଶଳା ଗିରଫ

ନକଲି ବନ୍ଧୁକ ଦେଖାଇ ଭିଣୋଇର କାର ଲୁଟ୍

ଭୁବନେଶ୍ୱର: ନକଲି ବନ୍ଧୁକ ଦେଖାଇ କାର ଲୁଟ୍ କରିଥିବା ଅଭିଯୁକ୍ତ ଗିରଫ ହୋଇଥିବାର ଖବର ମିଳିଛି। ଅଭିଯୁକ୍ତ ରୁଦ୍ର ପ୍ରସାଦ ମହାନ୍ତିକୁ ଗିରଫ କରିଛି ଏୟାରଫିଲଡ ପୁଲିସ। ଅଭିଯୁକ୍ତ ରୁଦ୍ର ପ୍ରସାଦ ମହାନ୍ତିକୁ ଗାଡ଼ି ଚଢ଼ିବାର ଏତେ ନିଶା ଘାରିଥିଲା ଯେ, ନିଜ ଭିଣୋଇଙ୍କ ଗାଡ଼ି ଲୁଟ କରିବା ପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର ରଚିଥିଲା। ମୁଣ୍ଡରେ ବନ୍ଧୁକ ଲଗାଇ ଗାଡ଼ି ଲୁଟ କରି ଫେରାର ହୋଇଯାଉଥିବା ସମୟରେ ରାସ୍ତାରେ ଅଭିଯୁକ୍ତକୁ କାବୁ କରିଥିଲା ପୁଲିସ। ଭୁବନେଶ୍ୱରରୁ ବ୍ରହ୍ମପୁର ଯିବା ରାସ୍ତାରେ ତାକୁ ପୁଲିସ ଧରିଥିଲା। ପୁଲିସ ନକଲି ବନ୍ଧୁକ ବି ଜବତ କରିଥିଲା।

Share Now:

Kalinga News Beuro

Next Post

ପାଣିରେ ବୁଡ଼ି ୫୨ ମୃତ : ନଦୀନାଳ ଘେରା ଉପକୂଳ ଜିଲ୍ଲାଠୁ ବି ଆଗରେ କେନ୍ଦୁଝର

Fri Nov 17 , 2023
ବନ୍ୟଜନ୍ତୁ ଆକ୍ରମଣରେ ୩୧ଜଣଙ୍କ ମୃତ୍ୟୁ କେନ୍ଦୁଝର: ବଣପାହାଡ଼ ଘେରା କେନ୍ଦୁଝର ଜିଲ୍ଲାରେ ବନ୍ୟଜନ୍ତୁ ଆକ୍ରମଣ ଅପେକ୍ଷା ପାଣିରେ ବୁଡ଼ି ବହୁସଂଖ୍ୟାରେ ଲୋକ ପ୍ରାଣ ହରାଉଛନ୍ତି। ଏମିତି କି ନଦୀନାଳ ଘେରା ଉପକୂଳ ଜିଲ୍ଲା ତୁଳନାରେ ଏଠାରେ ପାଣିରେ ବୁଡ଼ି ମୃତ୍ୟୁସଂଖ୍ୟା ଅଧିକ ବୋଲି ଜଣାପଡ଼ିଛି। ଜିଲ୍ଲାରେ ଗତ ତିନିବର୍ଷରେ ହାତୀ ଓ ଭାଲୁ ଭଳି ବନ୍ୟଜନ୍ତୁ ଆକ୍ରମଣରେ ୩୧ଜଣ ପ୍ରାଣ ହରାଇଥିବା ବେଳେ ନଦୀନାଳରେ ବୁଡ଼ି ୫୨ଜଣ ପ୍ରାଣ ହରାଇଥିବା […]
ପାଣିରେ ବୁଡ଼ି ୫୨ ମୃତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial