୧୦୦ କିଲୋ ଗଞ୍ଜେଇ ଜବତ : ଜଣେ ଗିରଫ

୧୦୦ କିଲୋ ଗଞ୍ଜେଇ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ପୁଲିସକୁ ମିଳିଛି ବଡ ସଫଳତା। ଗଞ୍ଜେଇ ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ମାଥିଲି ଆଇଆଇସି ରାମ ପ୍ରସାଦ ନାଗଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗଞ୍ଜେଇ ଚାଲାଣ ରୋକିବା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଗୋବିନ୍ଦପାଲ୍ଲୀ ସ୍ଥିତ ଝାଙ୍କରଦେଇ ମନ୍ଦିର ନିକଟରେ ପୁଲିସ ୨୪ ଘଣ୍ଟା ପେଟ୍ରୋଲିଂ କରିବା ସହ ଯାଞ୍ଚ ଫାଟକ ରଖି ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯାଞ୍ଚ କରୁଛି। ଏହି ସମୟରେ ଦୁଇ ଜଣ ବ୍ୟକ୍ତି ମଟର ସାଇକେଲରେ ଗୋଟିଏ ବଡ ବ୍ୟାଗ ଧରି କ୍ଷୀପ୍ର ଗତିରେ ଆସୁଥିବା ପୁଲିସ ଦେଖି ଅଟକାଇବାକୁ ଚେଷ୍ଟା କଲା। ପୁଲିସକୁ ଦେଖି ଦୁହେଁ ଗାଡି ଏବଂ ବସ୍ତାକୁ ଛାଡି ଦୌଡି ପଳାଇବାକୁ ଚେଷ୍ଟା କରୁଥିଲେ।
ଏହି ସମୟରେ ପୁଲିସ ଜଣକୁ କାବୁ କରିପାରିଥିଲା। ଏଥିସହ ଗଞ୍ଜେଇ ବସ୍ତାକୁ ଜବତ କରି ଓଜନ କରିବା ପରେ ସେଥିରେ ୧୦୦ କିଲୋ ଗଞ୍ଜେଇ ରହିଥିବା ଦେଖବାକୁ ମିଳିଥିଲା। ଗିରଫ ହୋଇଥିବା ବ୍ୟକ୍ତି ଜଣକ କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ସିରାଗୁଡା ଗ୍ରାମର ଜଗନ୍ନାଥ ଖରା ବୋଲି ଜଣାପଡିଛି। ଅନ୍ୟ ଜଣେ ଫେରାର ହୋଇଯାଇଥିବା ବେଳେ ପୁଲିସ ତାକୁ ମଧ୍ୟ କାବୁ କରିବ ବୋଲି କହିଛି। ଏମାନଙ୍କ ଠାରୁ ଦୁଇଟି ମଟର ସାଇକେଲ, ନଗଦ ୫୨୦ ଟଂକା ଜବତ ମଧ୍ୟ କରିଛି। ଜଗନ୍ନାଥକୁ ଧରି ପୁଲିସ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ମାଥିଲି ପୁଲିସ ତରଫରୁ ଗୋବିନ୍ଦପାଲ୍ଲୀ ସୀମାରେ ୩୨୬ ଜାତୀୟ ରାଜ ପଥ ଉପରେ ଲଗାତାର ଯାଞ୍ଚ ପ୍ରକ୍ରିୟା ଚାଲୁଥବାରୁ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ଭାଳେଣି ପଡିବା ସହ ଗଞ୍ଜେଇ ଚାଲାଣ ମଧ୍ୟ କମିଛି। ଆଗାମୀ ଦିନରେ ମଧ୍ୟ ଯାଞ୍ଚକୁ ଆହୁରି କଡାକଡି କରାଯିବ ବୋଲି ଆଇଆଇସି ରାମ ପ୍ରସାଦ ନାଗ ପ୍ରକାଶ କରିଛନ୍ତି।

Share Now:

Kalinga News Beuro

Next Post

ହ୍ୟାକ ହେଲା ଭାରତୀୟ ପାଣିପାଗ ବିଭାଗର ଟ୍ୱିଟର ଆକାଉଣ୍ଟ

Sat Apr 9 , 2022
ନୂଆଦିଲ୍ଲୀ: ଭାରତ ପାଣିପାଗ ବିଭାଗ (ଆଇଏମଡି) ର ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରାଯାଇଛି। ଆକାଉଣ୍ଟକୁ ହ୍ୟାକ୍ କରିବାବେଳେ ହ୍ୟାକର୍ସ ଟ୍ୱିଟ୍ କରି କହିଛନ୍ତି ଯେ, ‘ବେଞ୍ଜ୍ ଅଫିସିଆଲ୍ କଲେକ୍ସନ୍ ଉନ୍ମୋଚନ ହେବାପରେ ଆମେ ଆଗାମୀ ଦୁଇ ଘଣ୍ଟା ପାଇଁ ସମ୍ପ୍ରଦାୟର ସମସ୍ତ ସକ୍ରିୟ ଏନଏଫଟି ବ୍ୟବସାୟୀଙ୍କ ପାଇଁ ଏକ ଏୟାରଡ୍ରପ୍ ଖୋଲିଛୁ। ଏହା ସହିତ ହ୍ୟାକରମାନେ ଏକ ଜିଆଇଏଫ ମଧ୍ୟ ସେୟାର କରିଛନ୍ତି। ଏହି ଘଟଣାକୁ ନେଇ ଆଇଏମଡି ଡିଜି […]
ଭାରତୀୟ ପାଣିପାଗ ବିଭାଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial