କମିସନରେଟ୍‌ ପୁଲିସ ଦ୍ୱାରା ୧୦ ଲୁଟେରା ଗିରଫ : ୩୯ମୋବାଇଲ୍‌ ଓ ସ୍କୁଟି ଜବତ

୧୦ ଲୁଟେରା ଗିରଫ

ଭୁବନେଶ୍ବର : ରାଜଧାନୀର ବିଭିନ୍ନ ସ୍ଥାନରୁ ଲୁଟ୍‌ପାଟ୍‌ କରି ଦୀର୍ଘ ଦିନ ଧରି ଆତଙ୍କ ଖେଳାଉଥିବା ଏକ ଲୁଟେରା ଗ୍ୟାଙ୍ଗ୍‌କୁ କମିସନରେଟ୍‌ ପୁଲିସ ଠାବ କରିଛି। ଗ୍ୟାଙ୍ଗର ୧୦ଜଣ ସଦସ୍ୟଙ୍କୁ ଗିରଫ କରିଥିବା ବେଳେ ପୁଲିସ୍ ସେମାନଙ୍କ ନିକଟରୁ ୩୯ଟି ମୋବାଇଲ୍‌ ଓ ଗୋଟିଏ ସ୍କୁଟି ଜବତ କରାଯାଇଛି। ସେମାନେ ହେଲେ, ଇନ୍‌ଫୋସିଟି ଥାନା ଚୁନୁ‌କୋଳି ବସ୍ତିର ପିଣ୍ଟୁ ଦାସ(୨୨), ଖଣ୍ଡଗିରି ଜାଗମରା ଅଞ୍ଚଳର ରବୀନ୍ଦ୍ର ପଲ୍ଲେଇ(୨୨), ଶିଖରଚଣ୍ଡୀ ବସ୍ତିର ଟି. ସୁରେଶ ଓରଫ ଚାଇନା(୨୦), ଗଣେଶ ନାୟକ(୨୪), ୟୁନିଟ୍‌-୯ ଗ୍ରିଡ୍‌କୋ କଲୋନିର ସୁଶାନ୍ତ ଦୀକ୍ଷିତ (୩୦), ନୀଳମାଧବ ବସ୍ତିର କାହ୍ନୁ ନାଏକ(୨୪), ପଶ୍ଚିମବଙ୍ଗ ବର୍ଦ୍ଧମାନ ଅଞ୍ଚଳର ରାହୁଲ୍‌ ନୌନା(୧୯), ୟୁନିଟ୍‌-୩ ମସ୍‌ଜିଦ୍‌ କଲୋନିର ସେକ୍‌ ଆବୁ ଅକ୍କର(୨୧) ଏବଂ ସେକ୍‌ ମୁସ୍ତାଗିନ(୨୧)। ସୂଚନା ମୁତାବକ, କିଛି ଦିନ ହେବ ଏମାନେ ରାଜଧାନୀରେ ଲୁଟ୍‌ପାଟ୍‌ କରି ଆତଙ୍କ ଖେଳାଉଥିଲେ। ଜନଗହଳି ସ୍ଥାନ ହେଉ କି ନିଛାଟିଆ ରାସ୍ତା, ସୁଯୋଗ ପାଇଲେ ସେମାନେ ଲୋକଙ୍କ ମୋବାଇଲ୍‌, ସୁନାଗହଣା ଝାମ୍ପି ନେଉଥିଲେ। ଏମାନଙ୍କ ବିରୋଧରେ ରାଜଧାନୀର ବିଭିନ୍ନ ଥାନାରେ ଏକାଧିକ ମାମଲା ରୁଜୁ ହେବାରୁ ଡିସିପି ପ୍ରତୀକ ସିଂହଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଥିଲା। ସବୁ ଥାନାକୁ ଚଢ଼ଉ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଶେଷକରି ରାତି ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା ସହ ବ୍ଲକିଂ, ଚେକିଂ କରାଯାଇଥିଲା। ମଞ୍ଚେଶ୍ବର, ଚନ୍ଦ୍ରଶେଖରପୁର, ଭରତପୁର, ବଡ଼ଗଡ଼ ଥାନା ଜଣେ ଲେଖାଏଁ ଲୁଟେରାଙ୍କୁ ଗିରଫ କରିଥିବା ବେଳେ ସହିଦନଗର ଥାନା, ଖାରବେଳନଗର ଏବଂ ଇନ୍‌ଫୋସିଟି ଥାନା ୨ଜଣ ଲେଖାଏଁ ଲୁଟେରାଙ୍କୁ ଗିରଫ କରିଥିଲେ।

Share Now:

Kalinga News Beuro

Next Post

ମେ’ ୧୮ରେ ମୁଖ୍ୟମନ୍ତ୍ରୀଙ୍କ ତାରାତାରିଣୀ ଗସ୍ତ

Tue May 17 , 2022
ଛତ୍ରପୁର : ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ତଥା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମା’ତାରାତାରିଣୀଙ୍କ ମନ୍ଦିରର ଜୀର୍ଣ୍ଣୋଦ୍ଧାର ଓ ନୂତନ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଗତ ୧୬ ତାରିଖଠାରୁ ଆରମ୍ଭ ହୋଇଯାଇଛି। ଏହି ମହୋତ୍ସବ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ମେ’ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ତାରାତାରିଣୀ ପୀଠରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ […]
ମୁଖ୍ୟମନ୍ତ୍ରୀଙ୍କ ତାରାତାରିଣୀ ଗସ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial