ବିବାହର ପ୍ରତିଶ୍ରୁତି ଦେଇ ଠକିଦେଲେ ରସିକିଆ ଭଣ୍ଡ ବାବା

ଠକିଦେଲେ ଭଣ୍ଡ

ଧଉଳି : ଗ୍ରହଦୋଷ ଖଣ୍ଡନ କରିବାକୁ ବାବାଙ୍କ ଶରଣ ନେଇଥିଲେ ବିବାହିତା ମହିଳା। କିନ୍ତୁ ଗ୍ରହଦୋଷ ଖଣ୍ଡନ ହେବ କ’ଣ ମହିଳା ବାବାଙ୍କ ପ୍ରେମରେ ପଡ଼ିଗଲେ। ବିବାହର ପ୍ରଲୋଭନ ଦେଖାଇ ମହିଳାଙ୍କଠାରୁ ବାବା ଲକ୍ଷାଧିକ ଟଙ୍କା ନେଇଗଲେ। କିନ୍ତୁ ଟଙ୍କା ହାତେଇବା ପରେ ବାବା ଆଉ ଧରାଛୁଆଁ ଦେଲେନି। ବାହା ହେବାକୁ ମନା କରିଦେଲେ। ଏଣେ ସବୁ କଥା ଜାଣିବା ପରେ ମହିଳାଙ୍କ ସ୍ୱାମୀ, ସ୍ତ୍ରୀଙ୍କଠାରୁ ମୁହଁ ଫେରାଇବାକୁ ବସିଛନ୍ତି। ତେଣୁ ମହିଳାଜଣଙ୍କ କେଉଁ କୂଳର ହୋଇନପାରି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ବାବାଙ୍କ ବିରୋଧରେ ପ୍ରତାରଣାର ଅଭିଯୋଗ ଆଣିଛନ୍ତି ମହିଳା। ପୁଲିସ ବାବାଙ୍କୁ ଆଣି ପଚରାଉଚରା କରୁଛି। ଘଟଣାଟି ଆଜି ଧଉଳି ଥାନା ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନାନୁସାରେ ଖଣ୍ଡଗିରି ଥାନା ଅଞ୍ଚଳରେ ରହୁଥିବା ମହିଳା ଜଣଙ୍କ ଶିଶୁପାଳଗଡ଼ ଅଞ୍ଚଳରେ ରହୁଥିବା ବାବାଙ୍କ ସହ ସମ୍ପର୍କରେ ଆସିଥିଲେ। ମହିଳା ଜଣଙ୍କ ବିବାହିତ ଏବଂ ତାଙ୍କର ଏକ ଛୋଟ ପୁଅ ଅଛି। ଗ୍ରହଦୋଷ ଖଣ୍ଡନ ପାଇଁ ସେ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହିତ ବାବାଙ୍କ ପାଖକୁ ନିୟମିତ ଆସୁ ଆସୁ ବାବାଙ୍କ ପ୍ରେମରେ ପଡ଼ିଯାଇଥିଲେ। ସେମାନେ ରୀତିମତ ଫୋନ୍‌ରେ କଥାବାର୍ତ୍ତା ହେଉଥିଲେ। ସେମାନଙ୍କ ସମ୍ପର୍କ ଦିନକୁ ଦିନ ନିବିଡ଼ ହେବାରେ ଲାଗିଲା। ପ୍ରେମ ସମ୍ପର୍କ ସବୁଦିନିଆ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ଆଡ଼କୁ ବଢ଼ିଲା। ବାବା ତାଙ୍କୁ ବାହା ହେବେ ବୋଲି ପ୍ରସ୍ତାବ ଦେଲେ। ମହିଳା ବି ରାଜି ହୋଇଗଲେ। ଏହି ସୁଯୋଗରେ ବାବା ବିଭିନ୍ନ ଅସୁବିଧା ଦେଖାଇ ମହିଳାଙ୍କଠାରୁ ଟଙ୍କା ନେଇଚାଲିଲେ। ସ୍ୱାମୀଙ୍କୁ ନଜଣାଇ ମହିଳା ଟଙ୍କା ଦେଇ ଚାଲିଥିଲେ। ତେବେ ସେମାନଙ୍କ ଗୋପନ ସମ୍ପର୍କ ବେଶି ଦିନ ଅଛପା ରହିଲା ନାହିଁ। ମହିଳାଙ୍କ ସ୍ୱାମୀ ଏସମ୍ପର୍କରେ ଜାଣିବା ପରେ ପରିବାରରେ ପ୍ରବଳ ଝଗଡ଼ା ହେଲା। ଏହାପରେ ମହିଳା ଜଣଙ୍କ ବାବାଙ୍କୁ ବିବାହ ପାଇଁ ଜିଦ୍‌ ଧରିଥିଲେ। ହେଲେ ବାବା ବିବାହ ପାଇଁ ଆଉ ରାଜି ହୋଇନଥିଲେ। ବାବା ପାଲଟା ମହିଳାଙ୍କୁ ନାନା ଧମକଚମକ ଦେଇଥିବା ଅଭିଯୋଗ ହୋଇଛି।

Share Now:

Kalinga News Beuro

Next Post

ଏସିଆ କପ୍ : ରାହୁଲ ଓ ବିରାଟ ମାରିଲେ ଅର୍ଦ୍ଧଶତକ, ବଡ଼ ସ୍କୋର ଅଭିମୁଖେ ଭାରତ

Mon Sep 11 , 2023
କଲମ୍ବୋ : କଲମ୍ବୋର ପ୍ରେମଦାସା ଷ୍ଟାଡିୟମଠାରେ ପୁଣି ଆରମ୍ଭ ହୋଇଛି ଭାରତ-ପାକିସ୍ତାନ ମ୍ୟାଚ। ରବିବାର ପରି ସୋମବାର ମଧ୍ୟ ବର୍ଷା ଯୋଗୁଁ ମ୍ୟାଚ ପ୍ରଭାବିତ ହୋଇଥିଲା। ମ୍ୟାଚ ଅପରାହ୍ନ ୩ଟା ସମୟରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିବାବେଳେ ପ୍ରାୟ ଦେଢ ଘଣ୍ଟା ବିଳମ୍ବ ରେ ମ୍ୟାଚ ଆରମ୍ଭ ହୋଇଥିଲା। ଭାରତ ଗତକାଲିର ନିଜର ଅସମାପ୍ତ ଇନିଂସ ୧୪୭/୨ରୁ ଆଗକୁ ଖେଳିଥିଲା। ଦଳର ଦୁଇ ବ୍ୟାଟର୍ ବିରାଟ କୋହଲି ଓ କେଏଲ […]
ବଡ଼ ସ୍କୋର ଅଭିମୁଖେ ଭାରତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial