ଏସିଆ କପ୍ : ରାହୁଲ ଓ ବିରାଟ ମାରିଲେ ଅର୍ଦ୍ଧଶତକ, ବଡ଼ ସ୍କୋର ଅଭିମୁଖେ ଭାରତ

ବଡ଼ ସ୍କୋର ଅଭିମୁଖେ ଭାରତ

କଲମ୍ବୋ : କଲମ୍ବୋର ପ୍ରେମଦାସା ଷ୍ଟାଡିୟମଠାରେ ପୁଣି ଆରମ୍ଭ ହୋଇଛି ଭାରତ-ପାକିସ୍ତାନ ମ୍ୟାଚ। ରବିବାର ପରି ସୋମବାର ମଧ୍ୟ ବର୍ଷା ଯୋଗୁଁ ମ୍ୟାଚ ପ୍ରଭାବିତ ହୋଇଥିଲା। ମ୍ୟାଚ ଅପରାହ୍ନ ୩ଟା ସମୟରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିବାବେଳେ ପ୍ରାୟ ଦେଢ ଘଣ୍ଟା ବିଳମ୍ବ ରେ ମ୍ୟାଚ ଆରମ୍ଭ ହୋଇଥିଲା। ଭାରତ ଗତକାଲିର ନିଜର ଅସମାପ୍ତ ଇନିଂସ ୧୪୭/୨ରୁ ଆଗକୁ ଖେଳିଥିଲା। ଦଳର ଦୁଇ ବ୍ୟାଟର୍ ବିରାଟ କୋହଲି ଓ କେଏଲ ରାହୁଲ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଉଛନ୍ତି। ସର୍ବଶେଷ ସୂଚନା ଅନୁସାରେ ଭାରତୀୟ ଦଳ ୩୮ ଓଭରରେ ୨୩୭ ରନ କରିଛି। ଦଳର ଦୁଇ ବ୍ୟାଟର କେଏଲ ରାହୁଲ ଓ ବିରାଟ କୋହଲି ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି ଓ ଉଭୟଙ୍କ ମଧ୍ୟରେ ପାର୍ଟନରସିପ ୧୦୦ ଟପିଯାଇଛି। ଏହି ମ୍ୟାଚରେ ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତର ଦୁଇ ଓପନର ଶୁଭମନ ଗିଲ ଓ ରୋହିତ ଶର୍ମା ସତର୍କତାର ସହ ଖେଳି ଭାରତକୁ ଏକ ଦୃଢ ମୂଳଦୁଆ ପ୍ରଦାନ କରିଥିଲେ। ଉଭୟ ଅର୍ଦ୍ଧଶତକମାରି ଆଉଟ ହୋଇଥିଲେ।

Share Now:

Kalinga News Beuro

Next Post

ପ୍ରଧାନମନ୍ତ୍ରୀ ସ୍ୱାମୀଙ୍କ ତୁଳନାରେ ପତ୍ନୀ ଅକ୍ଷତାଙ୍କ ସଂପତ୍ତି ଅଧିକ

Tue Sep 12 , 2023
ନୂଆଦିଲ୍ଲୀ: ଜି୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତ ଅବସରରେ ବିଭିନ୍ନ ଦେଶର ନେତାମାନେ ଆସି ପହଞ୍ଚିଥିଲେ। ଏହି କ୍ରମରେ ବ୍ରିଟିସ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହିତ ତାଙ୍କ ପତ୍ନୀ ତଥା ଇନଫୋସିସର ସହ-ପ୍ରତିଷ୍ଠାତା ଏନ୍‌ଆର୍ ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ବି ଆସି ଦିଲ୍ଲୀରେ ପହଞ୍ଚିଥିଲେ। ଭାରତଗସ୍ତରେ ଆସିଥିବା ସୁନକ ଓ ଅକ୍ଷତାଙ୍କ ଯୋଡ଼ି ଖୁବ ଚର୍ଚ୍ଚାରେ ରହିଛି। ବ୍ରିଟିସ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ପତ୍ନୀ […]
ଅକ୍ଷତାଙ୍କ ସଂପତ୍ତି ଅଧିକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial