ହରାରେ : ବିଶ୍ୱକପ୍ କ୍ରିକେଟ ଆରମ୍ଭ ହେବା ପୂର୍ବରୁ ହିଁ ସବୁଠାରୁ ବଡ଼ ଓଲଟପାଲଟ ହୋଇଛି। ଦୁଇ ଥରର ଚାମ୍ପିଅନ ୱେଷ୍ଟଇଣ୍ଡିଜ ଏଥର ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ। ଦିନେ ବିଶ୍ୱ କ୍ରିକେଟର ସବୁଠାରୁ ଦୁର୍ଦ୍ଧର୍ଷ ଟିମ ଥିବା ୱେଷ୍ଟଇଣ୍ଡିଜ ପାଇଁ ଏହା ଏକ ଦୁର୍ଦ୍ଦିନଠାରୁ କମ ନୁହେଁ। ଜିମ୍ବାୱେରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍ ୨୦୨୩ ଯୋଗ୍ୟତା ପର୍ଯ୍ୟାୟର ସୁପରସିକ୍ସ ରାଉଣ୍ଡରେ ସ୍କଟଲାଣ୍ଡ ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ପରାସ୍ତ କରିଛି। ଏହି ପରାଜୟ ସହ ୱେଷ୍ଟଇଣ୍ଡିଜ୍ ଦଳ ଚଳିତ ବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପରୁ ବାଦ୍ ପଡ଼ିଛି। ୪୮ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦୁଇଥରର ବିଶ୍ୱ ବିଜେତା ୱେଷ୍ଟଇଣ୍ଡିଜ୍ ବିଶ୍ୱକପ୍ ପାଇଁ ପଡ଼ିଆକୁ ଓହ୍ଲାଇବ ନାହିଁ। ୱେଷ୍ଟଇଣ୍ଡିଜ୍ ଦଳ ୧୯୭୫ ଓ ୧୯୭୯ରେ ଲଗାତାର ଦୁଇ ଥର ଚାମ୍ପିୟନ ହୋଇଥିଲା। ଏହା ପରଠାରୁ ସେ ଥରେ ବି ଟାଇଟଲ ଜିତିବାରେ ସକ୍ଷମ ହୋଇନାହାନ୍ତି। ଯଦିଓ ସେ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିପାରିନଥିଲେ, କିନ୍ତୁ ଏହା ୨୦୨୩ ବିଶ୍ୱକପରେ ଘଟିଥିଲା। ଏହି ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ୱେଷ୍ଟଇଣ୍ଡିଜର ପ୍ରଦର୍ଶନ ଏପର୍ଯ୍ୟନ୍ତ ନୈରାଶ୍ୟଜନକ ରହିଆସିଥିଲା। ପୂର୍ବର ଏହି ଚାମ୍ପିଅନ ଦଳ ଜିମ୍ବାୱେ ଓ ଅନ୍ୟ କେତେକ ନୂଆ ଦଳଠାରୁ ଲଗାତାର ହାରିଥିଲା। ଏପରିକି ଥରେ ନେଦରଲାଣ୍ଡ ବିପକ୍ଷରେ ୩୭୪ ରନ କରି ବି ହାରିଯାଇଥିଲା।
ବିଶ୍ୱକପ୍ ଇତିହାସରେ ପ୍ରଥମ : ଖେଳିପାରିବନି ୱେଷ୍ଟଇଣ୍ଡିଜ

Share Now: