ବାହାନଗା ରେଳ ଦୁର୍ଘଟଣା : ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ ପଦରୁ ହଟିଲେ ଅର୍ଚ୍ଚନା ଯୋଶୀ

ରେଳବାଇର ମହାପ୍ରବନ୍ଧକ ପଦରୁ ହଟିଲେ ଅର୍ଚ୍ଚନା ଯୋଶୀ

ନୂଆଦିଲ୍ଲୀ: ବାଲେଶ୍ୱରର ବାହାନଗା ରେଳ ଦୁର୍ଘଟଣାକୁ ମାସେ ପୂରିବାକୁ ଯାଉଛି। ଆଉ ଏହାକୁ ନେଇ ସିବିଆଇ ତଦନ୍ତ ଜାରି ରହିଥିବାବେଳେ ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। କ୍ୟାବିନେଟର ନିଯୁକ୍ତି କମିଟି ଅର୍ଚ୍ଚନା ଯୋଶୀଙ୍କୁ ତାଙ୍କ ପଦରୁ ହଟାଇ ଅନିଲ କୁମାର ମିଶ୍ରାଙ୍କୁ ଦକ୍ଷିଣ ପୂର୍ବ ରେଳବାଇର ନୂତନ ମହାପ୍ରବନ୍ଧକ ଦାୟିତ୍ୱ ଦେଇଛି। ସେହିପରି ଅର୍ଚ୍ଚନା ଯୋଶୀଙ୍କୁ କର୍ଣ୍ଣାଟକର ୟେଲାହଙ୍କାଠାରେ ଥିବା ରେଳ ଚକ କାରଖାନାର ମହାପ୍ରବନ୍ଧକ କରାଯାଇଛି। ଉଲ୍ଲେଖ ଥାଉ କି ୧୯୮୫ ବ୍ୟାଚ୍‌ର ଭାରତୀୟ ‌ରେଳ ଟ୍ରାଫିକ ସେବା(ଆଇଆରଟିଏସ୍‌) ଅଧିକାରୀ ଅର୍ଚ୍ଚନା ଯୋଶୀ ୨୦୨୧ରେ ଦକ୍ଷିଣ ପୂର୍ବ ରେଳବାଇ(ଏସ୍‌ଇଆର)ର ମହାପ୍ରବନ୍ଧକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।
ଏହା ପୂର୍ବରୁ ସେ ରେଳ ମନ୍ତ୍ରଣାଳୟର ପର୍ଯ୍ୟଟନ ଏବଂ କ୍ୟାଟରିଂ ବିଭାଗରେ କାର୍ଯ୍ୟରତ ଥିଲେ। ଏହାପୂର୍ବରୁ ଶ୍ରୀମତୀ ଯୋଶୀ ରେଳବାଇର ବିଭିନ୍ନ ଜୋନ୍‌ ଯେପରିକି ଉତ୍ତର ରେଳବାଇ, ଉତ୍ତର ପଶ୍ଚିମ ରେଳବାଇ, ପଶ୍ଚିମ କେନ୍ଦ୍ରୀୟ ରେଳବାଇ ଏବଂ ଉତ୍ତର ପୂର୍ବାଞ୍ଚଳ ରେଳବାଇରେ ଅତିରିକ୍ତ ଜେନେରାଲ୍ ମ୍ୟାନେଜର, ମୁଖ୍ୟ ବାଣିଜ୍ୟ ପରିଚାଳକ, ମୁଖ୍ୟ ଅପରେସନ୍ ମ୍ୟାନେଜର, ସିନିୟର ଡେପୁଟି ଜେନେରାଲ୍ ମ୍ୟାନେଜର ଆଦି ପଦରେ କାର୍ଯ୍ୟ କରିଥିଲେ। ଅନ୍ୟପଟେ ଅନୀଲ କୁମାର ମିଶ୍ରା ଭାରତୀୟ ରେଳ ସେବା ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର୍ସର ଜଣେ ଅଧିକାରୀ। ସେହିପରି ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ସିବିଆଇ ତଦନ୍ତ କରୁଥିବାବେଳେ ଏହାର ଦାୟିତ୍ୱରେ ଥିବା ବରିଷ୍ଠ ଆଇପିଏସ୍ ଅଧିକାରୀ ବିପ୍ଳବ କୁମାର ଚୌଧୁରୀଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ସିବିଆଇରେ ଯୁଗ୍ମ ନିର୍ଦ୍ଦେଶକ ଭାବେ ଚୌଧୁରୀଙ୍କ କାର୍ଯ୍ୟକାଳ ଦେଢ଼ ବର୍ଷ ବୃଦ୍ଧି କରାଯାଇଛି। ଅନ୍ୟପଟେ ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାର ତଦନ୍ତ ରିପୋର୍ଟ ରେଳବାଇ ସୁରକ୍ଷା କମିସନର ରେଳ ବୋର୍ଡ ଅଧ୍ୟକ୍ଷଙ୍କୁ ପ୍ରଦାନ କରିଛନ୍ତି। ତେବେ ଏହି ରିପୋର୍ଟ ସାର୍ବଜନୀନ କରାଯିବ ନାହିଁ ବୋଲି ରେଳବାଇ ପକ୍ଷରୁ କୁହାଯାଇଥିଲା।

Share Now:

Kalinga News Beuro

Next Post

ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ଆଜି ବର୍ଷା ହେବାର ସମ୍ଭାବନା

Sun Jul 2 , 2023
ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ବିସ୍ତୃତି ବଢିବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୪ ତାରିଖରୁ ସମଗ୍ର ରାଜ୍ୟରେ ବର୍ଷାର ବିସ୍ତୃତି ବଢିବ। ଏହା ସହ ଆଜି ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ […]
ବର୍ଷା ହେବାର ସମ୍ଭାବନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial