ନଭେମ୍ବର ମାସରେ ଖୋଲିବ ନାହିଁ ସ୍କୁଲ୍ : ଗଣଶିକ୍ଷା ମନ୍ତ୍ରୀ

ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଚଳିତ ମାସରେ ସ୍କୁଲ୍ ଖୋଲିବା ନେଇ ଯେଉଁ ନିଷ୍ପତ୍ତି ନିଆଯାଇଥିଲା, ତାକୁ ରାଜ୍ୟ ସରକାର ସାମୟିକ ଭାବେ ସ୍ଥଗିତ ରଖିଛନ୍ତି। ଏଣୁ ନଭେମ୍ବର ମାସରେ ନବମରୁ ଦ୍ୱାଦଶ ଶ୍ରେଣୀ ଲାଗି ସ୍କୁଲ୍ ଖୋଲିବ ନାହିଁ। ଚଳିତ ମାସରେ ଏହି ଶ୍ରେଣୀ ଖୋଲିବା ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଡିସେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ନେଇ ଆଶଙ୍କା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଆନ୍ଧ୍ରପ୍ରଦେଶ ସମେତ କେତେ ରାଜ୍ୟରେ ସ୍କୁଲ ଖୋଲିବା ପରେ ଶିକ୍ଷକ ଓ ଛାତ୍ରଛାତ୍ରୀ ବହୁମାତ୍ରାରେ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହା ଅନେକଙ୍କ ପାଇଁ ଚିନ୍ତା ବଢାଇ ଦେଇଥିଲା। ଚଳିତ ମାସରେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ ଖୋଲିବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା। ତେବେ ଆନ୍ଧ୍ରରେ ଯେଭଳି ସଂକ୍ରମଣ ବଢୁଛି ସେଭଳି ସ୍ଥିତି ଆଶଙ୍କା କରି ନିଷ୍ପତ୍ତି ବଦଳାଯାଇଛି। କରୋନା ଯୋଗୁଁ ଚଳିତ ବର୍ଷ ମାର୍ଚ୍ଚରୁ ସ୍କୁଲ ବନ୍ଦ ରହିଛି। ଅନଲାଇନରେ ଛାତ୍ରଛାତ୍ରୀଙ୍କ ପାଠପଢା ଚାଲିଛି।

Share Now:

Kalinga News Beuro

Next Post

ଆମେରିକା ଟିଭି ଚ୍ୟାନେଲଗୁଡ଼ିକ ଅଧାରୁ ବନ୍ଦ କଲେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଲାଇଭ ଭାଷଣ

Fri Nov 6 , 2020
ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସରିଥିବା ବେଳେ କାହା ହାତକୁ କ୍ଷମତା ଯିବ, ସେ ନେଇ ଚର୍ଚ୍ଚା ଲାଗି ରହିଛି। ଫଳାଫଳ ଆସିବା ପୂର୍ବରୁ ମୁହାଁ-ମୁହିଁ ହୋଇଛନ୍ତି ଡେମୋକ୍ରାଟ ପାର୍ଟିର ଜୋ ବାଇଡେନ୍ ଓ ରିପବ୍ଲିକାନ ପାର୍ଟି ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଗଣତିକୁ ନେଇ ଜୋ ବାଇଡେନ୍ ଢ଼େର ଆଗରେ ଥିବାରୁ ଟ୍ରମ୍ପ ପୁଣି ଥରେ ଗଣତି କରିବାକୁ ଦାବି କରିଥିଲେ। ଏହା ସହ […]
ଅଧାରୁ ବନ୍ଦ କଲେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଲାଇଭ ଭାଷଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial