ଚାଷଜମିରେ ପାଣି ମଡ଼ାଇବା ବେଳେ ମାଟି ଧସି ୨ ଚାଷୀ ମୃତ

ମାଟି ତଳେ ଚାପି ହୋଇଗଲେ ୨ ଚାଷୀ

ଟିଟିଲାଗଡ଼: ଚାଷଜମିରେ ପାଡ଼ି ମଡ଼ାଇବା ବେଳେ ଅଭାବନୀୟ ଘଟଣା ଘଟିଛି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଖୋଲାଙ୍ଗ ପଞ୍ଚାୟତ ଅଧିନ ଡୁଙ୍ଗୁରିଗୁଡ଼ା ଗାଁରେ ଏହି ଅଘଟଣ ଘଟିଥିବା ଜଣାଯାଇଛି। ମୃତକମାନେ ହେଲେ ଗଣେଶ ବାଗ୍ ଓ ପରଦେଶୀ ଭୋଇ। ସୂଚନା ଅନୁସାରେ ଦୀର୍ଘ ଦିନ ହେଲା ଟିଟିଲାଗଡ଼ରେ ବର୍ଷା ହୋଇ ନାହିଁ। ଏହି କାରଣରୁ ଚାଷ ଜମିରୁ ପାଣି ଶୁଖି ଯାଇଛି। ଏବେ ଚାଷ ଜମି ପାଣି ଆବଶ୍ୟକ କରୁଛି। ଆଜି ଚାଷ ଜମିକୁ ପୋଖରୀରୁ ପାଣି ମଡ଼ାଇବା ବେଳେ ମାଟି ଧସି ଥିଲା। ଫଳରେ ୨ ଜଣ ଚାଷୀ ଗୁରୁତର ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ୨ ଚାଷୀଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଚାଷୀମାନେ ହୁଡ଼ା କାଟି ନାଳ କରିବା ନିମନ୍ତେ ପ୍ରୟାଶ କରୁଥିଲେ। ସକାଳେ ସେମାନେ ଗାତ ଖୋଳୁଥିବା ଦେଖାଯାଇଥିଲା। ହେଲେ ଅପରାହ୍ନରେ ମାଟି ଅତଡ଼ା ଧସି ଯାଇଥିବା ବେଳେ ଚାଷୀମାନଙ୍କୁ ଦେଖିବାକୁ ମିଳି ନ ଥିଲା। ପାଖରେ ସାବଳ ଓ ଅନ୍ୟାନ୍ୟ ଉପକରଣ ପଡ଼ିଥିଲା, ଯାହାକୁ ନେଇ ସେମାନେ ସନ୍ଦେହ କରିବା ପରେ ସମ୍ପୃକ୍ତ ଲୋକଙ୍କ ଘରକୁ ଖବର ପଠାଇଥିଲେ। ଦୁଇ ଚାଷୀ ଘରକୁ ଫେରି ନ ଥିବାରୁ ମାଟି ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।

Share Now:

Kalinga News Beuro

Next Post

ସ୍ବଚ୍ଛତା ପକ୍ଷରେ ସଫେଇ ନାଁରେ ଚାଲିଛି ପ୍ରହସନ

Sun Sep 18 , 2022
ଭୁବନେଶ୍ବର: ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ବିଏମ୍‌ସି ପାଳନ କରୁଛି ଭାରତୀୟ ସ୍ବଚ୍ଛତା ଲିଗ୍‌ ପକ୍ଷ। ୧୫ ଦିନ ଧରି ପାଳନ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଏମ୍‌ସି ସଫେଇକୁ ଗୁରୁତ୍ବ ଦେଇଛି। ଏହିକ୍ରମରେ ଆଜି ଉତ୍ତର ବିଧାୟକଙ୍କ ନେତୃତ୍ବରେ ଶିଖରଚଣ୍ଡୀ ଅଞ୍ଚଳ, ମେୟର ସୁଲୋଚନା ଦାସଙ୍କ ନେତୃତ୍ବରେ ଶ୍ରୀଲିଙ୍ଗରାଜ ମନ୍ଦିର ଓ ଖଣ୍ଡଗିରି ଅଞ୍ଚଳରେ ସାମୂହିକ ସଫେଇ କରାଯାଇଛି। ଜନପ୍ରତିନିଧିଙ୍କ ସହ କମିସନର ବିଜୟ ଅମୃତା କୁଲାଙ୍ଗେ, […]
ସ୍ବଚ୍ଛତା ପକ୍ଷ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial