ମାଙ୍କଡ଼ ଚୋରେଇଲା ମଣିଷ ଛୁଆ:ଅଧିଆ ପଡିଲେ ବାପା ମା

ବାଙ୍କି: କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ତାଳବସ୍ତ ଗାଁରେ ବାପାମାଆଙ୍କ ପାଖରେ ଶୋଇଥିବା ୧୬ଦିନର ଏକ ଶିଶୁ ପୁତ୍ରକୁ ମାଙ୍କଡ଼ ଉଠାଇ ନେଇଛି। ଶିଶୁଟିକୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ଏହି ଅପରେସନ୍‌ରେ ଗ୍ରାମବାସୀ ବନବିଭାଗର ୩ ଜଣିଆ ଟିମ୍‌ ସାମିଲ ଅଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ତାଳବସ୍ତ ଗ୍ରାମର ରାମକୃଷ୍ଣ ନାୟକ ଓରଫ କାଠିଆଙ୍କ ପତ୍ନୀ ଗତ ୧୭ ଦିନ ତଳେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଶିଶୁଟିର ମାଆ ବିଛଣାରୁ ଉଠି ଆସିବା ପରେ ଶିଶୁ ପୁତ୍ରଟିର ପାଖରେ ତାଙ୍କ ବାପା ରାମକୃଷ୍ଣ ଶୋଇଥିଲେ। ତେବେ ଏହି ସମୟରେ ଏକ ମାଙ୍କଡ଼ ଘରେ ପଶି ଶିଶୁ ପୁତ୍ରଟିକୁ ଧରି ନେଇ ପଳାଉଥିବା ଦେଖି ତାର ମାଆ ପାଟି କରିଥିଲେ। ସମସ୍ତେ ଉଠି ଦେଖିଲା ବେଳକୁ ସେଠାରୁ ମାଙ୍କଡ଼ କେଉଁଆଡ଼େ ଚମ୍ପଟ ମାରିସାରିଥିଲା। ଶିଶୁଟିର ମାଆଙ୍କ ବ୍ୟତୀତ ଅନ୍ୟ କେହି ଶିଶୁଟିକୁ ମାଙ୍କଡ଼ ନେଇଥିବାର ଦେଖି ନାହାଁନ୍ତିି। ଶିଶୁ ପୁତ୍ରକୁ ଉଦ୍ଧାର ପାଇଁ ହନୁମାନଙ୍କ ନିକଟରେ ଅଧିଆ ପଡ଼ିଛନ୍ତି ଶିଶୁର ବାପା ମାଆ। ଟ୍ରାଙ୍କୁଲାଇଜର ଟିମ୍‌ ଗାଁରେ ପହଞ୍ଚିଥିବା ଜଣାପଡ଼ିଛି।

Share Now:

Kalinga News Beuro

Leave a Reply

Next Post

ହାଉସିଂ ବୋର୍ଡର ଦାଦାଗିରି: ୨୦ଲକ୍ଷ ଦିଅ ଘର ନିଅ 

Sun Apr 1 , 2018
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ହିତାଧିକାରୀ ୬ବର୍ଷ ହେଲା ୧୫କୋଟିର ସୁଧ ଖାଉଛି ହାଉସିଂବୋର୍ଡ ଭୁବନେଶ୍ୱର: ଲୋକଙ୍କୁ ୩ବର୍ଷରେ ଘର ମିଳିବ। ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ଦେବେ। ଯେତିକି ବେଡ୍‌ରୁମ୍‌ର ଘର ନେବେ ସେହି ଅନୁଯାୟୀ ଅର୍ଥ ଦେବେ। ଏହିଭଳି ପ୍ରଚାର କରି ହାଉସିଂବୋର୍ଡ ହିତାଧିକାରୀଙ୍କ ସହ ଚୁକ୍ତି କଲା। ଏହାପରେ ହିତାଧିକାରୀ ଅର୍ଥ ଜମା କରି ଚାଲିଲେ। କିନ୍ତୁ ହାଉସିଂବୋର୍ଡ ଘର ଦେଲାନି। ୩ବର୍ଷରେ ଘର ଦେବେ କହି ୭ବର୍ଷ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial