ବଗଲା ଧର୍ମଶାଳା ଜମି ବିକ୍ରି ମାମଲା: ନଭେମ୍ବର ୨ ସୁଦ୍ଧା ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ: ହାଇକୋର୍ଟରେ ବଗଲା ଧର୍ମଶାଳା ଜମି ସମ୍ପର୍କିତ ମାମଲାର ଶୁଣାଣି ହୋଇଛି। ହାଇକୋର୍ଟ ନଭେମ୍ବର ୨ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଜେପି ନେତା ସମ୍ବିତ ପାତ୍ରଙ୍କ ପକ୍ଷରୁ ରୁଜୁ ଜନସ୍ୱାର୍ଥ ମାମଲାରେ ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଧର୍ମଶାଳା ଜମି ରାଜ୍ୟ ସରକାର କିମ୍ବା ବଗଲାର ନୁହେଁ ଏହା ଜଗନ୍ନାଥ ମହାପ୍ରଭୁଙ୍କର ଅମୃତ ମଣୋହି ସମ୍ପତ୍ତି ବୋଲି ହାଇକୋର୍ଟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶଯାଇଛି। ସାବିକରେ ଏହି ସମ୍ପତ୍ତି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଥିବା ବେଳେ ହାଲ ରେକର୍ଡରେ ଏହା ଲଜିଂ ହାଉସ ଫଣ୍ଡକୁ କିଭଳି ଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଆବେଦନକାରୀ। ୧୯୫୫ ମସିହାରେ ଶ୍ରୀ ମନ୍ଦିର ଆଇନ ପ୍ରଣୟନ କରାଯିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମାଲିକାନା ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଯାଇଛି। ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଜଗନ୍ନାଥଙ୍କ ସମ୍ପତ୍ତି ସମ୍ପର୍କରେ ନିଷ୍ପତ୍ତି କେବଳ ଶ୍ରୀ ମନ୍ଦିର ପରିଚାଳନା କମିଟି ହିଁ ନେଇପାରିବେ। ବଗଲା ଧର୍ମଶାଳା ଜମିକୁ ନେଇ ପୂର୍ବରୁ ପୁରୀ ବାସିନ୍ଦା ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ଦାୟର ଅନ୍ୟ ଏକ ମାମଲା ହାଇକୋର୍ଟରେ ବିଚାରଧୀନ ରହିଛି। ଆସନ୍ତା ୨ ତାରିଖରେ ଉଭୟ ମାମଲାର ଏକତ୍ର ଶୁଣାଣି ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Share Now:

Kalinga News Beuro

Next Post

ରାଜମହଲ ଛକରେ ସ୍ମାର୍ଟ ଜନପଥ ଭେଳିକି: ନା ଭିଡ଼ ନିୟନ୍ତ୍ରଣ ହେଉଛି ନା କମୁଛି ଦୁର୍ଘଟଣା

Thu Oct 15 , 2020
କାମରେ ଲାଗୁନି ୫୮କୋଟିର ଫ୍ଲାଏଓଭର,ପୋତିଦେଲେ ୬୦ମିଟରର ଭୂତଳ ରାସ୍ତା ଭୁବନେଶ୍ୱର : ଆପଣ କେବେ ରାଜମହଲ ଛକ ଦେଇ ମାର୍କେଟ ବିଲ୍‌ଡିଂରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ହେଉ କିମ୍ବା ବାପୁଜୀ ନଗର ଯାଇଛନ୍ତି କି, ମାଷ୍ଟରକ୍ୟାଣ୍ଟିନ ପାର୍ଶ୍ବରୁ ୟୁନିଟ-୧ ଆଡ଼କୁ ଯାଇଛନ୍ତି କି? ଯଦି ଯାଇଥିବେ ତେବେ ନିଶ୍ଚିତ ଆପଣ ରାଜମହଲ ଛକ ଉପରେ ହଟହଟା ହୋଇଥିବେ। ଆପଣଙ୍କ ଗାଡ଼ିକୁ ଆଉ କୌଣସି ଗାଡ଼ି ବାଡ଼େଇ ଥିବ ନଚେତ୍‌ […]
ରାଜମହଲ ଛକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial