୭୫ ବର୍ଷରେ ପାଦ ଦେଲେ ଅପ୍ରତିଦ୍ଵନ୍ଦୀ ଜନନାୟକ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା

ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଆଜି ହେଉଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଆଜି ସେ ୭୫ ବର୍ଷରେ ପାଦ ଥାପିଛନ୍ତି। ବର୍ତ୍ତମାନ ସମୟରେ ଓଡ଼ିଶାର ତଥା ଭାରତବର୍ଷର ସେ ହେଉଛନ୍ତି ଜଣେ ଅପ୍ରତିଦ୍ଵନ୍ଦୀ ଜନନାୟକ। ତାଙ୍କ ଆଗରୁ ଏମିତି ଦୀର୍ଘ ସମୟ ଧରି ଲଗାତାର ଲୋକମାନଙ୍କର ବିପୁଳ ସମର୍ଥନ ପାଇ ମୁଖ୍ୟମନ୍ତ୍ରୀ ହେବାରେ ସେ ଇତିହାସ ରଚିଛନ୍ତି। ସାଢେ ଚାରିକୋଟି ଓଡ଼ିଆଙ୍କର ସେ ହୋଇପାରିଛନ୍ତି ପ୍ରିୟ ନେତା। କରୋନା ମହାମାରୀ ପାଇଁ ସେ ଆଜି ତାଙ୍କର ଜନ୍ମଦିନକୁ ପାଳନକରିନାହାନ୍ତି। କିନ୍ତୁ ତାଙ୍କର ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍ମଦିନର ଶୁଭେଚ୍ଛା ଜଣାଇ ନିଜର ଟୁଇଟରରେ ଲେଖିଛନ୍ତି, ‘ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା।’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଟେଲିଫୋନରେ କଥା ହୋଇ ବି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୁଭେଚ୍ଛା ଜଣାଇ ନିଜର ଟୁଇଟରରେ ଲେଖିଛନ୍ତି, ‘ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ଦୀର୍ଘାୟୁ ରଖନ୍ତୁ। ଆପଣଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି।

Share Now:

Kalinga News Beuro

Next Post

ଆଇସିୟୁ ଭର୍ତ୍ତି, ୱାର୍ଡ ଖାଲି : କୋଭିଡ୍‌ କେୟାର ସେଣ୍ଟରକୁ ଯାଉନାହାନ୍ତି ଆକ୍ରାନ୍ତ

Fri Oct 16 , 2020
୯୩୫ ଶଯ୍ୟା, ୪୮ ଆଇସିୟୁ ଖାଲି ଭୁବନେଶ୍ୱର : ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି ବୋଲି ବିଏମ୍‌ସି କର୍ତ୍ତୃପକ୍ଷ କହୁଛନ୍ତି। ଏହାର ପ୍ରମାଣ ହେଉଛି ହସ୍ପିଟାଲ‌ରେ ଆକ୍ରାନ୍ତ ସଂଖ୍ୟା କମିଗଲାଣି। କିନ୍ତୁ ଉଦ୍‌ବେଗର ବିଷୟ ହେଲା, ୱାର୍ଡରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆଇସିୟୁରେ ବୃଦ୍ଧି ପାଉଛି। ଦୁଇ ତିନିଟି କୋଭିଡ୍‌ ହସ୍ପିଟାଲରେ ତ ଆଇସିୟୁରେ ବି ଶଯ୍ୟା ମିଳୁନି। ଫଳରେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ […]
ଆଇସିୟୁ ଭର୍ତ୍ତି, ୱାର୍ଡ ଖାଲି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial