ସାଳନ୍ଦୀ କେନାଲ ପାଣିରେ ଉବୁଟୁବୁ ମୁକୁନ୍ଦପୁର ଦତ୍ତସାହି

ସାଳନ୍ଦୀ କେନାଲ ପାଣିରେ ଉବୁଟୁବୁ ମୁକୁନ୍ଦପୁର ଦତ୍ତସାହି

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଥିବା ଚାଷ ଜମିକୁ ଜଳ ସେଚନ କରିବା ପାଇଁ ସାଳନ୍ଦୀ କେନାଲ ଖନନ କରାଯାଇଥିଲା। ଏବେ ଏହି କେନାଲ ସାଧାରଣ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଜନସାଧାରଣଙ୍କ ଜୀବନ ଯାତ୍ରା ଓ ବସବାସରେ ସମସ୍ୟା ସୃଷ୍ଟି କରୁଛି। କେନାଲରେ ଠିକ ସମୟରେ ଜଳ ନିଷ୍କାସନ ହୋଇ ନ ପାରୁଥିବାରୁ ଗ୍ରାମ ଭିତରେ ଥିବା ବିଭିନ୍ନ ସାହିରେ ପାଣି ପଶି ଯାଇ ଜଳମଗ୍ନ କରିଦେଉଛି। ତିହିଡି ବ୍ଲକର ମୁକୁନ୍ଦପୁର ପଞ୍ଚାୟତ ଅଧୀନ ବୁଧପୁର ଦତ୍ତାସାହିରେ ସାଳନ୍ଦୀ କେନାଲ ଜଳ ପ୍ରବେଶ କରି ଉବୁଟୁବୁ ହେଉଥିବାବେଳେ ସାହି ନିକଟରେ ଥିବା ଗ୍ରାମଦେବତୀ ମଙ୍ଗଳା ମନ୍ଦିର ମଧ୍ୟ ପାଣିରେ ବୁଡି ରହିଛି। ଏହିଗ୍ରାମ ସାଳନ୍ଦୀ କେନାଲ ପାର୍ଶ୍ବରେ ଥିବାରୁ ଏହି ଅଞ୍ଚଳ ଦୀର୍ଘ ୧୫ଦିନ ହେବ ଜଳମଗ୍ନ ହୋଇରହିଛି। ଏବେ ଲଘୁଚାପ ଜନିତ ବର୍ଷା ପରିସ୍ଥିତିକୁ ଆହୁରି ଜଟିଳ କରିଛି। ବର୍ତ୍ତମାନ ସାହି ମଧ୍ୟରେ ଥିବା ଶତାଧିକ ଲୋକ ଯାତାୟତରେ ଅସୁବିଧା ହେଉଛି ଓ ଘରୁ ବାହାରି ପାରୁନାହାନ୍ତି। ନିଜର ଅତ୍ୟାବଶ୍ୟକ ସାମଗ୍ରୀ ଆଣିବାରେ ଅସୁବିଧାର ସମୁଖୀନ ହେଉଛନ୍ତି। ପାଣିରେ ସାହି ରାସ୍ତା ବୁଡି ରହୁଥିବାରୁ ଆଗକୁ ବିଭିନ୍ନ ରୋଗର ଶୀକାର ହେବାର ଆଶଙ୍କା ରହିଛି। ଏ ଅଞ୍ଚଳରୁ ତୁରନ୍ତ ଜଳ ନିଷ୍କାସନ କରିବାକୁ ସାଧାରଣରେ ଦାବି କରାଯାଉଛି। ଏ ସମ୍ପର୍କରେ ଭଦ୍ରକ ସାଳନ୍ଦୀ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଆର୍ତ୍ତତ୍ରାଣ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ କେନାଲକୁ ପାଣି ଛଡାଯାଉନାହିଁ। ତଥାପି ପରିସ୍ଥିତି ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ।

Share Now:

Kalinga News Beuro

Next Post

୧୦ ଜିଲ୍ଲାରେ ହୋଇପାରେ ଅତି ପ୍ରବଳ ବର୍ଷା

Thu Aug 6 , 2020
ଲଘୁଚାପ ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି: ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ୱେଲମାର୍କ ଲୋ-ପ୍ରେସର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଜାରି ରହିଛି। ଉପକୂଳରୁ ପଶ୍ଚିମ ଓଡ଼ିଶା ହେଉ ଅଥବା ଉତ୍ତରରୁ ଦକ୍ଷିଣ, ଗତ ୩୬ ଘଣ୍ଟା ମଧ୍ୟରେ ସବୁ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ଏବଂ ସ୍ଥାନେ […]
୧୩ରୁ ପ୍ରବଳ ବର୍ଷା ସମ୍ଭାବନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial