ମନ୍ଦିରରୁ ମିଳିଲା ମୃତଦେହ

ଭୁବନେଶ୍ୱର: କାନନବିହାର ସ୍ଥିତ କପିଳେଶ୍ୱର ମନ୍ଦିର ପରିସରରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ହେଲେ ଦିଲୀପ ପରିଚ୍ଛା। ତାଙ୍କ ଘର ଭଦ୍ରକ ଜିଲ୍ଲା ଆଗରପଡ଼ାରେ। ପୋଲିସ ଘଟଣା ତଦନ୍ତ କରୁଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଦିଲୀପଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଛି। ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ସୁଇସାଇଡ୍‌ ନୋଟରେ ଲେଖାଯାଇଛି। ଏହା ଦିଲୀପଙ୍କ ହାତ ଲେଖା ନା ଆଉ କିଏ ଲେଖିଛି ପୋଲିସ୍‌ ସେ ନେଇ ତଦନ୍ତ କରୁଛି। ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି।

ଦିଲୀପଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ସେମାନେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ୍‌ ପରିବାର ଲୋକଙ୍କୁ ପଚରାଉଚରା କରୁଛି। ଦିଲୀପ ଏକ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ।

ଆଜି ସକାଳେ କପିଳେଶ୍ୱର ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଆସିଥିବା ଲୋକେ ମନ୍ଦିର ପରିସରରେ ମୃତଦେହ ପଡ଼ିଥିବା ଦେଖିଥିଲେ। ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ।

Share Now:

Kalinga News Beuro

Leave a Reply

Next Post

ଆଜି ରାଜ୍ୟବ୍ୟାପୀ ଅଟୋ ଓ ଟ୍ୟାକ୍ସି ବନ୍ଦ

Thu Jun 7 , 2018
ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଆଜି ରାଜ୍ୟବ୍ୟାପୀ ଅଟୋ ଓ ଟ୍ୟାକ୍ସି ଚାଳକ ମହାସଂଘ ପକ୍ଷରୁ ଦିନିକିଆ ଧର୍ମଘଟ ଡାକରା ଦିଆଯାଇଛି। ଏକାଧିକ ଅଟୋ ଚାଳକ ସଂଘ ପକ୍ଷରୁ ଆଜି ଏ ନେଇ ସୂଚନା ଦିଆଯାଇଛି। ଅଟୋ ଟ୍ୟାକ୍ସି ଚାଳକଙ୍କ ଜୀବନଜୀବିକା ଓ ସାମାଜିକ ସୁରକ୍ଷା ଦାବିରେ ମହାସଂଘ ଏହି ଧର୍ମଘଟ ଡାକରା ଦେଇଛି। ମହାସଂଘ ଅଭିଯୋଗ କରିଛି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଟୋ ମାରଣନୀତି କରୁଛନ୍ତି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial