ଆଜି ରାଜ୍ୟବ୍ୟାପୀ ଅଟୋ ଓ ଟ୍ୟାକ୍ସି ବନ୍ଦ

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଆଜି ରାଜ୍ୟବ୍ୟାପୀ ଅଟୋ ଓ ଟ୍ୟାକ୍ସି ଚାଳକ ମହାସଂଘ ପକ୍ଷରୁ ଦିନିକିଆ ଧର୍ମଘଟ ଡାକରା ଦିଆଯାଇଛି। ଏକାଧିକ ଅଟୋ ଚାଳକ ସଂଘ ପକ୍ଷରୁ ଆଜି ଏ ନେଇ ସୂଚନା ଦିଆଯାଇଛି। ଅଟୋ ଟ୍ୟାକ୍ସି ଚାଳକଙ୍କ ଜୀବନଜୀବିକା ଓ ସାମାଜିକ ସୁରକ୍ଷା ଦାବିରେ ମହାସଂଘ ଏହି ଧର୍ମଘଟ ଡାକରା ଦେଇଛି।

ମହାସଂଘ ଅଭିଯୋଗ କରିଛି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅଟୋ ମାରଣନୀତି କରୁଛନ୍ତି। ସହରାଞ୍ଚଳରେ ଯେପରି ଅଟୋ ରିକ୍ସା ଓ ପ୍ରାଇଭେଟ ଟ୍ୟାକ୍ସି ଚାଲି ନ ପାରିବ ସେମିତି ନୀତି ପ୍ରସ୍ତୁତ କରୁଛନ୍ତି। ଏହାଦ୍ୱାରା ହଜାର ହଜାର ଅଟୋ ରିକ୍ସା ଓ ଟ୍ୟାକ୍ସି ଚାଳକ ପ୍ରଭାବିତ ହେଉଛନ୍ତି। ତେଣୁ ଏପରି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ମହାସଂଘ ଦାବି କରିଛି। ସଂଘ ପକ୍ଷରୁ କୁହାଯାଇଛି କି, ଭୁବନେଶ୍ୱରକୁ ସ୍ମାର୍ଟ ସିଟି କରିବା ନାଁରେ ଅଟୋ ଚାଳନାକୁ ନିଷେଧ କରି ରାଜ୍ୟ ସରକାର ଦେଢ଼ ଲକ୍ଷ ଅଟୋ ଓ ଟ୍ୟାକ୍ସି ଚାଳକଙ୍କ ଜୀବିକା ଧ୍ୱଂସ କରିବାକୁ ବସିଛନ୍ତି। ସେହିପରି ୨ଶହଟି ବସ୍‌ ରାଜ୍ୟ ବାହାରୁ ଆଣି ଏଠାରେ ଚଳାଇବା ଓ ଭୁବନେଶ୍ୱରରେ ସାଇକେଲ ଭଡ଼ା ଯୋଗାଇ ଦେବା ଯୋଜନା ଏବେ ଅଟୋ ଓ ଟ୍ୟାକ୍ସ ଚାଳକଙ୍କ ପାଇଁ ବୁମେରାଂ ହେବାକୁ ଯାଉଛି। ସଂଘ ପକ୍ଷରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଦେଶୀ କମ୍ପାନି ପ୍ରୀତିକୁ ସଂଘ ବିରୋଧ କରିବା ସହ ଅନ୍‌ଲାଇନ୍‌ ସେବାକୁ ମଧ୍ୟ ବିରୋଧ କରୁଛି। ଏହା ସହିତ ରାଜ୍ୟ ଓ କେନ୍ଦ୍ର ସରକାର ମାତ୍ରାଧିକ ପରିବହନ ଟିକସ୍ ଆଦାୟ କରୁଛନ୍ତି। ବୀମା ପ୍ରିମିୟମ ବୃଦ୍ଧି ହୋଇଛି, ଫିଟନେସ୍ ଟିକସ ବୃଦ୍ଧି ହୋଇଛି। ଏପରିକି ଦୈନିକ ୫୦ଟଙ୍କା ଜୋରିମାନା ଆଦାୟ କରୁଛନ୍ତି। ପୁଣି ତେଲ ଦର ବଢୁଛି। ଏହି ପ୍ରତିବାଦରେ ଆଜି ଧର୍ମଘଟ ଡାକରା ଦେଇଥିବା ମହାସଂଘ ପକ୍ଷରୁ କୁହାଯାଇଛି।  ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଏକ ର‍୍ୟାଲି ବାହାରି ଲୋୟରପିଏମ୍‌ଜି ଯାଏ ଆସିବ। ସେଠାରେ ଏକ ସଭା ଅନୁଷ୍ଠିତ କରାଯାଇ ଦାବିପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ମହାସଂଘର ସାଧାରଣ ସଂପାଦକ ପଦ୍ମନ କୁମାର ସାମଲ କହିଛନ୍ତି।
ଏହି ଆନ୍ଦୋଳନରେ ୧ ଲକ୍ଷ ୩୫ ହଜାର ଅଟୋ ଓ ପ୍ରାୟ ୧୦ ହଜାର ଟାକ୍ସି ଚାଳକ ସାମିଲ ହୋଇଥିବା ଜଣାପଡ଼ିଛି।

 

Share Now:

Kalinga News Beuro

Leave a Reply

Next Post

ବନ୍ଧାହେଲା ‘ଜହର କନ୍ୟା’: ୯ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ

Thu Jun 7 , 2018
ଅବକାରୀ ବିଭାଗ ହାତରେ ୧୦ ଡିଲର୍‌ଙ୍କ ଯୋଗାଯୋଗ ନମ୍ବର କଟକ, ଭୁବନେଶ୍ୱର: ହଳଦୀପଡ଼ିଆ ବସ୍ତିର ‘ଜହରକନ୍ୟା’ କୁହାଯାଉଥିବା ଫିରୋଜ ବିବିର ଲୁଚାଛପା ଖେଳ ଶେଷ ହୋଇଛି। ଶେଷରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ହାତରେ ଆଜି ଧରାପଡ଼ିଛି ଏହି କୁଖ୍ୟାତ ବ୍ରାଉନ୍‌ସୁଗାର୍‌ ବେପାରୀ। ହଳଦୀପଡ଼ିଆସ୍ଥିତ ଘରେ ଚଢ଼ଉ କରି ବିଭାଗୀୟ ଅଧିକାରୀମାନେ ତାକୁ ଗିରଫ କରିିବା ସହ ୮୨ଗ୍ରାମ୍‌ର ବ୍ରାଉନ୍‌ସୁଗାର ଜବତ କରିଛନ୍ତି। ଜବତ ବ୍ରାଉନ୍‌ସୁଗାର ଆନ୍ତର୍ଜାତିକ ବଜାର ମୂଲ୍ୟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial