ବୁର୍ଲା ଭିସୁଟର ବିକାଶ ପାଇଁ ୧ ହଜାର କୋଟି ଟଙ୍କା ବିନିଯୋଗ କରାଯିବ: ମୁଖ୍ୟ ଶାସନ ସଚିବ

ବୁର୍ଲା ଭିସୁଟର ବିକାଶ ପାଇଁ ୧ ହଜାର କୋଟି

ସମ୍ବଲପୁର: ବୁର୍ଲା ଭିସୁଟ ବିକାଶ ପାଇଁ ୧ ହଜାର କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଏହାଛଡ଼ା ଏଠାରେ ଶିକ୍ଷାର୍ଥୀଙ୍କ ସଂଖ୍ୟା ୫ରୁ ୧୦ ହଜାରକୁ ବୃଦ୍ଧି କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ସମ୍ପ୍ରସାରଣ ପାଇଁ ୮୦ ଏକର ଜମି ଚିହ୍ନଟ ହୋଇଛି। ଭିସୁଟକୁ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ପରିଣତ କରାଯିବ। ବୁର୍ଲା ଭିସୁଟ ଗସ୍ତ ଅବସରରେ ଏକଥା କହିଛନ୍ତି ମୁଖ୍ୟ ଶାସନ ସଚିବ। ମୁଖ୍ୟ ଶାସନ ସଚିବଙ୍କ ସହ ୫-ଟି ସଚିବ ଭି କେ ପାଣ୍ଡିଆନ୍, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ହେମନ୍ତ ଶର୍ମା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହାଛଡ଼ା ଆଜି ମୁଖ୍ୟ ଶାସନ ସଚିବଙ୍କ ସହ ୫-ଟି ସଚିବ ଭି କେ ପାଣ୍ଡିଆନ ସମଲେଇ ମନ୍ଦିର ପରିଦର୍ଶନ କରି ସେଠାକାର ନିର୍ମାଣାଧୀନ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ। ଏହି କାମର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟ ଶାସନ ସଚିବ।

Share Now:

Kalinga News Beuro

Next Post

ବିଲ୍‌କିସ୍‌ ବାନୋଙ୍କ ଦୁଷ୍କର୍ମ ଘଟଣା : କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌ କୋର୍ଟ

Thu Aug 25 , 2022
ନୂଆଦିଲ୍ଲୀ: ବିଲ୍‌କିସ୍‌ ବାନୋ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୧୧ଜଣ ଦୋଷୀ ସାବ୍ୟସ୍ତଙ୍କୁ ମୁକ୍ତ କରାଯିବା ଘଟଣାରେ ଆଜି ସୁପ୍ରିମ୍‌ କୋର୍ଟ କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଭାରତର ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ନେତୃତ୍ବାଧୀନ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ଆଜି ବିଲ୍‌କିସ୍‌ ବାନୋ ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୧ଜଣଙ୍କ ପ୍ରତି ଗୁଜରାଟ ସରକାରଙ୍କ ସଜା କୋହଳ ମଞ୍ଜୁରିକୁ ଚାଲେଞ୍ଜ୍‌ କରି ଆଗତ […]
ବିଲ୍‌କିସ୍‌ ବାନୋଙ୍କ ଦୁଷ୍କର୍ମକାରୀଙ୍କୁ ମୁକ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial