ରାଜ୍ୟରେ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ୧୫ ଡିଗ୍ରି ତଳେ ୧୯ ସହରର ତାପମାତ୍ରା ଥିବା ଜଣାଯାଇଛି। ୭. ୪ ଡିଗ୍ରୀ ସହ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୮.୩ ଡିଗ୍ରି, ଦାରିଙ୍ଗବାଡ଼ିରେ ୮. ୫ ଡିଗ୍ରି, ଫୁଲବାଣୀରେ ୧୦ ଡିଗ୍ରି, ସେମିଳିଗୁଡ଼ାରେ ୯. ୯ ଡିଗ୍ରି, ନବରଙ୍ଗପୁରରେ ୧୧.୪, କିରେଇରେ ୧୧.୪, ସୁନ୍ଦରଗଡ଼ରେ ୧୪.୨, ଛାରସୁଗୁଡ଼ାରେ ୧୩.୯, ରାଉରକେଲାରେ ୧୩.୭, କେଉଁଝରରେ ୧୩, ମାଲକାନଗିରିରେ ୧୪.୯ ଓ ଅନୁଗୁଳରେ ୧୧ ଡିଗ୍ରି ରେକର୍ଡ କରାଯାଇଛି। ଏଣେ ଭୁବନେଶ୍ୱରର ରାତିର ସର୍ବନିମ୍ନ ତାପମାତ୍ରା ୧୬. ୨ ଓ କଟକରେ ୧୫ ଡିଗ୍ରି ରହିଛି। ରାଜ୍ୟରେ ୨ଦିନ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଦେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Share Now:

Kalinga News Beuro

Next Post

ସ୍କୁଲରେ ତାଲା ମାରି ବିକ୍ଷୋଭ ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

Mon Jan 8 , 2024
କଣ୍ଟାବାଞ୍ଜି: ତୁରେକେଲା ବ୍ଲକ ଚଟୁଅନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା। ତାଲା ମାରି ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ବିଦ୍ୟାଳୟ ଛାତ୍ରଛାତ୍ରୀ। ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀରେ ୩୯୩ ଛାତ୍ରୀଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୧୭ ଜଣ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଡେପୁଟେସନ କରାଯାଇଛି। ଜଣେ ଶିକ୍ଷୟତ୍ରୀ ନୋ ୱାର୍କ ନୋ ପେ ଅଛନ୍ତି। ଏଭଳି ସ୍ଥିତିରେ ଦଶମ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial