ସ୍କୁଲରେ ତାଲା ମାରି ବିକ୍ଷୋଭ ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

କଣ୍ଟାବାଞ୍ଜି: ତୁରେକେଲା ବ୍ଲକ ଚଟୁଅନକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା। ତାଲା ମାରି ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ବିଦ୍ୟାଳୟ ଛାତ୍ରଛାତ୍ରୀ। ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀରେ ୩୯୩ ଛାତ୍ରୀଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୧୭ ଜଣ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଡେପୁଟେସନ କରାଯାଇଛି। ଜଣେ ଶିକ୍ଷୟତ୍ରୀ ନୋ ୱାର୍କ ନୋ ପେ ଅଛନ୍ତି। ଏଭଳି ସ୍ଥିତିରେ ଦଶମ ଶ୍ରେଣୀ ଏବଂ ଅନ୍ୟ ଶ୍ରେଣୀର ଛାତ୍ରଛାତ୍ରୀମାନେ କେମିତି ପାଠ ପଢିବେ।
ଡେପୁଟେସନକୁ ପ୍ରତ୍ୟାହାର କରିବା ସହ ନୋ ୱାର୍କ ନୋ ପେ ରେ ଥିବା ଶିକ୍ଷୟତ୍ରୀଙ୍କ ସ୍ଥାନରେ ଅନ୍ୟ ଶିକ୍ଷୟତ୍ରୀ ନିଯୁକ୍ତ କରିବା ଦାବି ନେଇ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରୁଛନ୍ତି। ଜାତୀୟ ରାଜପଥ କଡ଼ରେ ଏହି ବିଦ୍ୟାଳୟ ଥିବା ଯୋଗୁ ଆନ୍ଦୋଳନରତ ଛାତ୍ରୀଛାତ୍ରୀମାନଙ୍କୁ ପାଇଁ ରାସ୍ତାରେ ଗାଡ଼ିମୋଟର ଯିବା ଆସିବା ଅସୁବିଧା ହେଉଛି। ସ୍ଥାନୀୟ ପୁଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣରେ କରୁଛନ୍ତି। ତାଲା ବନ୍ଦ କରି ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିବା ବେଳେ ଜଣେ ସିଆରସିସି ଆସି ଛାତ୍ରଛାତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟ ଅଧିକାରୀଙ୍କ ଦେଖାନାହିଁ। ଏହି ଆନ୍ଦୋଳନରେ ସ୍କୁଲ ପରିଚାଳନା କମିଟି ସମେତ ଗ୍ରାମବାସୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି।

Share Now:

Kalinga News Beuro

Next Post

ଓଡ଼ିଆ ଭାଷାରେ ଲେଖିବାକୁ କୁଣ୍ଠାବୋଧ କାହିଁକି?

Mon Jan 8 , 2024
ଚନ୍ଦ୍ରଶେଖରପୁର: ସହରରେ କାର୍ଯ୍ୟକାରୀ ହୋଇପାରୁନି ରାଜ୍ୟ ସରକାରଙ୍କ ନିଷ୍ପତ୍ତି। ସମସ୍ତ ଦୋକାନ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମ ଫଳକ ଲେଖିବାକୁ ବାଧ୍ୟତାମୂଳକ କରାଯାଇଛି। ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କିଛି ମାସ ତଳେ ଆଇନର କଡ଼ାକଡ଼ି ଅନୁପାଳନ ନିମନ୍ତେ ଶ୍ରମ ଆୟୁକ୍ତ, ଜିଲ୍ଲା ଶ୍ରମ ଅଧିକାରୀ, ପୌର ନିର୍ବାହୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏକାଧିକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯେଉଁ ପ୍ରତିଷ୍ଠାନ ନିୟମ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial