ଶୁଭସ୍ତମ୍ଭ ସ୍ଥାପିତ : ଡିସେମ୍ବର ୨୩ ରୁ ବରଗଡ଼ ଧନୁଯାତ୍ରା

ବରଗଡ଼ : ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁଭସ୍ତମ୍ଭ ରବିବାର ବର୍ଣ୍ଣାଢ଼୍ୟ ଭାବେ ସ୍ଥାପନ କରାଯାଇଛି। ଧାର୍ଯ୍ୟ ଲଗ୍ନ ମାର୍ଗଶୀର ଶୁକ୍ଳପକ୍ଷ ପଞ୍ଚମୀ ତିଥି ସନ୍ଧ୍ୟାରେ ବରଗଡ଼ ଅଧିଷ୍ଠାତ୍ରୀ ଦେବୀ ମା’ସମଲେଶ୍ୱରୀଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇଥିଲା। ସେଠାରୁ ଦେବୀଙ୍କର ଧଣ୍ଡାମାଳ ଧରି ଏକ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଶୋଭାଯାତ୍ରା ସ୍ଥାନୀୟ ହାଟପଦା ସ୍ଥିତ ଧନୁଯାତ୍ରା ସଂଚାରମଣ୍ଡଳୀ ସ୍ଥଳକୁ ପହଞ୍ଚିବା ପରେ ସେଠାରେ ରାଜପୁରୋହିତ ଶିବଶଂକର ଦାଶଙ୍କ ଦ୍ଵାରା ଅଷ୍ଟକଳା ନାଗ ପୂଜା ସମ୍ପନ୍ନ ହୋଇଥିଲା। ବରଗଡ଼ ଜିଲ୍ଲାପାଳ ଖଗେନ୍ଦ୍ର ପାଢ଼ୀ ଓ ଆରକ୍ଷୀ ଅଧୀକ୍ଷକ ଯୁଗଳ କିଶୋର ଯୁଗ୍ମ ଭାବେ ପୂଜାରେ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ।

ପାରମ୍ପାରିକ ପୂଜାର୍ଚ୍ଚନା ପରେ ଶୁଭଧ୍ୱଜ ସ୍ଥାପନ ହୋଇ ବିଧିବଦ୍ଧ ଭାବରେ ଧନୁଯାତ୍ରା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି। ଶୁଭସ୍ତମ୍ଭ ସ୍ଥାପନ ଉତ୍ସବରେ ଏଡିଏମ୍‌ ଯୁଧିଷ୍ଠିର ନାଏକ, ପୌରାଧ୍ୟକ୍ଷ ପ୍ରଶାନ୍ତ ବେହେରା, ଉପପୌରାଧ୍ୟକ୍ଷ କଳ୍ପନା ମାଝୀ, ରାଜ ଦରବାର କମିଟି ଆବାହକ ରାଜେନ୍ଦ୍ର ପ୍ରସାଦ ସିଂ, ଧନୁଯାତ୍ରା ମହୋତ୍ସବ କମିଟି ସଂପାଦକ ସୁରେଶ୍ୱର ଶତପଥୀ, କିଶୋର ମିଶ୍ର, ଶ୍ୟାମସୁନ୍ଦର ଅଦାବର, ଗୋପାଳ ଦାଶ, ନାରାୟଣ ଭୋଇ, ସୁଶୀଲ ମହାପାତ୍ର, ହରଦୀପ ସିଂହଙ୍କ ସମେତ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ଉପସ୍ଥିତ ଥିଲେ। ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୩ ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଅନୁଷ୍ଠିତ ହେବ।

Share Now:

Kalinga News Beuro

Leave a Reply

Next Post

ଗହୀରମଥାରୁ ଟ୍ରଲର ଜବତ : ଧରା ହେଲେ ୮, ଜେଲ୍‌ ଗଲେ ୭

Sun Nov 26 , 2017
ରାଜନଗର : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଅଗରନସୀ ନିକଟରେ ଆଜି ବନବିଭାଗ ପାଟ୍ରୋଲିଂ ଟିମ୍‌ ଏକ ଟ୍ରଲର୍‌ ଜବତ କରିଛି। ବଳରାମଗଡ଼ି ଅଞ୍ଚଳର ଅହଲ୍ୟା-୬ ନାମକ ଏହି ଟ୍ରଲରରେ ଥିବା ୮ଜଣ ମତ୍ସ୍ୟଜୀବୀଙ୍କୁ ବନବିଭାଗ ଟିମ୍‌ ଧରି ଗହୀରମଥା ରେଂଜ କାର୍ଯ୍ୟାଳୟକୁ ନେଇଥିଲା। ହେଲେ, ୮ଜଣଙ୍କ ମଧ୍ୟରୁ ୭ଜଣ ନରେନ୍ଦ୍ର ଦାସ, ଝନୁ ଦାସ, ଦେବକାନ୍ତ ମଲ୍ଲିକ, ରତିକାନ୍ତ ମଲ୍ଲିକ, ମନ୍ମଥ ଦଳାଇ, ପ୍ରଶାନ୍ତ ମାଝି, ଲକ୍ଷ୍ମୀଧର ଦଳାଇଙ୍କୁ ଗିରଫ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial