ପୁଲିସ ଡିଜିଙ୍କ ଉପସ୍ଥିତିରେ ଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ୍ ରିହର୍ସାଲ

ଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ୍ ରିହର୍ସାଲ

ଭୁବନେଶ୍ୱର: ଦୁଇ ବର୍ଷ ପରେ ବିନା କଟକଣାରେ ଅନୁଷ୍ଠିତ ହେବାକୁ ଯାଉଛି ସାଧାରଣତନ୍ତ୍ର ଦିବସ ପରେଡ୍। ଏଥିଲାଗି କମିସନରେଟ୍ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି। ଆଜି ସକାଳୁ ପୁଲିସ ଗାନ୍ଧୀମାର୍ଗରେ ଫୁଲ୍ ଡ୍ରେସ୍ ପରେଡ୍ ରିହର୍ସାଲ ଆରମ୍ଭ ହୋଇଛି। ସାଧାରଣତନ୍ତ୍ର ଦିବସ ପାଇଁ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ୍ ରିହର୍ସାଲ ଜାରି ରହିଛି। ଏଥିରେ ଭାଗନେବେ ୫୦ଟି ଟ୍ରୁପ୍। ରାଜ୍ୟପାଳ ପ୍ରଫେସର୍ ଗଶଣଶୀ ଲାଲ୍ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିବେ। ଏଥିପାଇଁ କମିସନେରଟ୍ ପୁଲିସ କଡ଼ା ସୁରକ୍ଷା ବନ୍ଦୋବସ୍ତ କରିଛି। ପାଖାପାଖି ୨୩ ପ୍ଲାଟୁନ୍ ଫୋର୍ସ ପରେଡ୍ ଉତ୍ସବରେ ନିୟୋଜିତ ହେବେ। ଏହି ଅବସରରେ ପୁଲିସ ଡିଜି ସୁନୀଲ କୁମାର ବଂଶଲ ଓ ପୁଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ ଥିଲେ।
ଚଳିତ ବର୍ଷ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସାଧାରଣତନ୍ତ୍ର ଦିବସ ପରେଡ୍ ଗ୍ରାଉଣ୍ତରେ ବ୍ୟାରିକେଡରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପରେଡ୍ ସ୍ଥଳରେ ୨୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ପୁଲିସ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ସାଧାରଣତନ୍ତ୍ର ଦିବସ ପାଳନ ସମୟରେ ଗାନ୍ଧୀମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ପୁଲିସ ମୁତୟନ ରହିବେ।

Share Now:

Kalinga News Beuro

Next Post

ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଓ ସହଯୋଗୀ ନବରଙ୍ଗପୁର ପୁଲିସ ଦ୍ୱାରା ଗିରଫ

Tue Jan 24 , 2023
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଜଣେ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଓ ତାଙ୍କର ସହଯୋଗୀଙ୍କୁ ପୁଲିସ ଗିରଫ କରିଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ରାଜେଶ ପଣ୍ଡିତ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ଗିରଫ ମହିଳା ମାଓବାଦୀଙ୍କ ନାମ ଉଙ୍ଗା ମାଣ୍ଡଭି (ଅନୀତା)। ଅନ୍ୟପକ୍ଷରେ ସହଯୋଗୀଜଣକ ହେଲେ ମଙ୍ଗଳ ବାଗ। ଆଜି ଭୋର ୫ଟା ସମୟରେ ଉଭୟଙ୍କୁ ଗିରଫ କରାଯାଇଛି। ଉଙ୍ଗା ନୂଆପଡ଼ା ମେନପୁର ଡିଭିଜନ ଏରିଆ କମିଟିର […]
ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଓ ସହଯୋଗୀ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial