ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଓ ସହଯୋଗୀ ନବରଙ୍ଗପୁର ପୁଲିସ ଦ୍ୱାରା ଗିରଫ

ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଓ ସହଯୋଗୀ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଜଣେ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଓ ତାଙ୍କର ସହଯୋଗୀଙ୍କୁ ପୁଲିସ ଗିରଫ କରିଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ରାଜେଶ ପଣ୍ଡିତ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ଗିରଫ ମହିଳା ମାଓବାଦୀଙ୍କ ନାମ ଉଙ୍ଗା ମାଣ୍ଡଭି (ଅନୀତା)। ଅନ୍ୟପକ୍ଷରେ ସହଯୋଗୀଜଣକ ହେଲେ ମଙ୍ଗଳ ବାଗ। ଆଜି ଭୋର ୫ଟା ସମୟରେ ଉଭୟଙ୍କୁ ଗିରଫ କରାଯାଇଛି। ଉଙ୍ଗା ନୂଆପଡ଼ା ମେନପୁର ଡିଭିଜନ ଏରିଆ କମିଟିର ସଦସ୍ୟ ଅଛନ୍ତି। ସେ ଗତ ୧୦ ବର୍ଷ ହେଲା ମାଓବାଦୀ ସଂଗଠନ ସହ ଜଡ଼ିତ ଅଛନ୍ତି। ତାଙ୍କର ଘର ଛତିଶଗଡ଼ର ସୁକୁମାରେ। ରାଇଘର ବ୍ଲକ ହାତୀଗାଁ ରିଜର୍ଭ ଫରେଷ୍ଟରେ ବୁଲୁଥିବା ବେଳେ ତାଙ୍କୁ ସର୍ଚ୍ଚ ଅପରେସନ୍ ସମୟରେ ପୁଲିସ ଧରିଥିଲା। ଅନୀତା ଦୀର୍ଘଦିନ ଧରି ଅସୁସ୍ଥ ଥିବା ହେତୁ ଡାକ୍ତରଖାନାରେ ଚିକିତ୍ସା କରୁଥିଲେ। ଏନେଇ ଖବର ପାଇବା ପରେ ଦୀର୍ଘ ଦିନ ଧରି ତାଙ୍କୁ ଧରିବା ଲାଗି ପୁଲିସ ଜାଲ ବିଛାଇଥିଲା।
ବିଭିନ୍ନ ଥାନାରେ ଉଙ୍ଗାଙ୍କ ନାଆଁରେ ମାମଲା ରହିଛି। ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ମାଓ ଗତିବିଧିରେ ତାଙ୍କର ସକ୍ରିୟ ଭୂମିକା ଥିବା ଜଣାଯାଇଛି। ମାଓ ପୋ‌ଷ୍ଟର ଲଗାଇବା‌ ପଛରେ ତାଙ୍କ ଭୂମିକା ଥିଲା ଗୁରୁତ୍ତ୍ଵପୂର୍ଣ୍ଣ। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଡିଆଇଜି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି। ଏହାପରେ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଡିଆଇଜି କହିଛନ୍ତି। ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷକ ଏସ ସୁଶ୍ରୀ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ବିଜେପି ଛାଡି ବିଆରଏସ୍‌ରେ ଯୋଗଦେବେ ଜୟରାମ ପାଙ୍ଗି ଓ ଗମାଙ୍ଗ ବାପ ପୁଅ

Wed Jan 25 , 2023
କୋରାପୁଟ: ବିଜେପି ଛାଡିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଗିରିଧର ଗମାଙ୍ଗ। ଗିରିଧର ଗମାଙ୍ଗଙ୍କ ସହ ତାଙ୍କ ପୁଅ ଶିଶିର ଗମାଙ୍ଗ ବି ବିଜେପି ଛାଡ଼ିଛନ୍ତି। ଦଳର ପ୍ରାଥମିକ ସଦସ୍ୟ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦରୁ ଉଭୟ ବାପପୁଅ ଇସ୍ତଫା ଦେଇଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ସେମାନେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ୨୦୧୫ ମସିହାରେ କଂଗ୍ରେସ ଛାଡି ବିଜେପିରେ ଯୋଗଦାନ କରିଥିଲେ […]
ବିଆରଏସ୍‌ରେ ଯୋଗଦେବେ ଗମାଙ୍ଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial