ଜେଜେଙ୍କୁ ପିଟି ପିଟି ମାରିଦେଲା ନୃଶଂସ ନାତି

ଜେଜେଙ୍କୁ ପିଟି ପିଟି ମାରିଦେଲା ନାତି

କୋଇଡା : ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ କନ୍ତରକୋଇଡା ଗ୍ରାମରେ ଅଭାବନୀୟ ଘଟଣା। ଘରୋଇ କଳିକୁ କେନ୍ଦ୍ର କରି ନାତିର ବିଧା ମାଡ଼ରେ ଜେଜେବାପ ର ମୃତ୍ୟୁ ହୋଇଛି। ସୂଚନା ମୁତାବକ ପୂର୍ବ ରାତିରେ ଜେଜେ ବାପା ମନୋଜ ମହାନ୍ତ (୬୫) ଏବଂ ନାତି ରୋହିତ ମହାନ୍ତ ମଧ୍ୟରେ ବଚସା ହୋଇଥିଲା ଯେଉଁଥିରେ ଉତ୍ତକ୍ଷିପ୍ତ ହୋଇ ନାତି ରୋହିତ ମହାନ୍ତ (୨୩) ଜେଜେବାପା ଙ୍କୁ ଆକ୍ରମଣ କରିଥିଲା। ଏମିତିକି ଜେଜେବାପା ତଳେ।ପଡିଯିବା ପରେ ମଧ୍ୟ ନୃଶଂସ ନାତି ତାଙ୍କ ଛାତି ଉପରେ ବସି ମୁହଁକୁ ବିଧା ପରେ ବିଧା ମାରି ଚାଲିଥିଲେ। ଯେଉଁଥିରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଚି। ସୂଚନା ପାଇ କୋଇଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ନୃଶଂସ ନାତିକୁ ଗିରଫ କରିଛି।

Share Now:

Kalinga News Beuro

Next Post

ଜମ୍ମୁ-କଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଆଜାଦ : ୧୪ଦିନ ମଧ୍ୟରେ ଗଠନ ହେବ ଦଳ

Sat Aug 27 , 2022
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଗତକାଲି କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତା ପଦ ସହ ସମସ୍ତ ଦଳୀୟ ପଦବିରୁ ଇସ୍ତଫା ଦେଇଥିଲେ। ଜମ୍ମୁ କାଶ୍ମୀରରେ ସାଂଗଠନିକ ପଦରୁ ଇସ୍ତଫା ଦେବାର କିଛି ଦିନ ପ‌ରେ ଆଜାଦ ଏଭଳି ପଦକ୍ଷେପ କଂଗ୍ରେସ ପାଇଁ ବହୁତ ବଡ଼ ଝଟ୍‌କା ସାବ୍ୟସ୍ତ ହୋଇଛି। ତେବେ ଇସ୍ତଫା ଦେବା ପରେ ପରେ‌ ସେ ନିଜର ଏକ ଦଳ ଗଠନ କରିବେ ବୋଲି […]
ମୁଖ୍ୟମନ୍ତ୍ରୀ ହେବେ ଆଜାଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial