ଜମ୍ମୁ-କଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ଆଜାଦ : ୧୪ଦିନ ମଧ୍ୟରେ ଗଠନ ହେବ ଦଳ

ମୁଖ୍ୟମନ୍ତ୍ରୀ ହେବେ ଆଜାଦ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଗତକାଲି କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତା ପଦ ସହ ସମସ୍ତ ଦଳୀୟ ପଦବିରୁ ଇସ୍ତଫା ଦେଇଥିଲେ। ଜମ୍ମୁ କାଶ୍ମୀରରେ ସାଂଗଠନିକ ପଦରୁ ଇସ୍ତଫା ଦେବାର କିଛି ଦିନ ପ‌ରେ ଆଜାଦ ଏଭଳି ପଦକ୍ଷେପ କଂଗ୍ରେସ ପାଇଁ ବହୁତ ବଡ଼ ଝଟ୍‌କା ସାବ୍ୟସ୍ତ ହୋଇଛି। ତେବେ ଇସ୍ତଫା ଦେବା ପରେ ପରେ‌ ସେ ନିଜର ଏକ ଦଳ ଗଠନ କରିବେ ବୋଲି ଘୋଷଣା କରିଥି‌ଲେ। ଏବେ ଖବର ମିଳୁଛି ଯେ, ଆଗାମୀ ୧୪ଦିନ ମଧ୍ୟରେ ନିଜର ଦଳ ଗଠନ କରିବେ ଆଜାଦ। ଏହା ସହ ସେ ଜମ୍ମୁ-କଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଆଗାମୀ ୧୪ଦିନ ମଧ୍ୟରେ ଆଜାଦ ନିଜର ଦଳ ଗଠନ କରିବେ ବୋଲି ତାଙ୍କ ଘନିଷ୍ଠ ସହଯୋଗୀ ଜିଏମ୍ ସରୋରି କହିଛନ୍ତି। ଜମ୍ମୁ-କଶ୍ମୀରର ବହୁ ବିଶିଷ୍ଟ କଂଗ୍ରେସ ନେତା ଆଜାଦଙ୍କ ସମର୍ଥନରେ କଂଗ୍ରେସ ଦଳର ସଦସ୍ୟତାରୁ ଇସ୍ତଫା ଦେବା ପରେ ଏବେ ନିଜ ସମର୍ଥନକୁ ନେଇ ଦଳ ଗଠନ କରିବେ ଆଜାଦ। ଆଜାଦଙ୍କୁ ମିଳୁଥିବା ସମର୍ଥନକୁ ଦେଖି ଜମ୍ମୁ-କଶ୍ମୀରର ପୂର୍ବତନ ଯୁବ କଂଗ୍ରେସ ସଭାପତି ଅମିନ ଭଟ୍ଟ ଶନିବାର ଦାବି କରିଛନ୍ତି ଯେ ଗୁଲାମ ନବୀ ଆଜାଦ ଜମ୍ମୁ କଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ପୂର୍ବତନ ବିଧାୟକ ଶନିବାର ଆଜାଦଙ୍କୁ ଭେଟିବା ପରେ କହିଛନ୍ତି ‌ଯେ, ଆମେ ଆଗକୁ ବଢ଼ିବା ବିଷୟରେ ଆଲୋଚନା କରିବୁ। ଆମେ ଭାରତୀୟ ଜନତା ପାର୍ଟିର ବି ଟିମ୍ ନୁହଁ। ଆଜାଦ ୧୯୭୦ ଦଶକରେ ଜମ୍ମୁ କାଶ୍ମୀରରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ହେଲେ ଏବେ ଦୀର୍ଘ ୫ଦଶନ୍ଧି ପରେ ସେ କଂଗ୍ରେସ ହାତ ଛାଡ଼ିଛନ୍ତି।

Share Now:

Kalinga News Beuro

Next Post

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨୧ ଜିଲ୍ଲାରେ କାଳବୈଶାଖୀ : ୟେଲୋଓ୍ଵାର୍ଣ୍ଣିଂ ଜାରି

Sat Aug 27 , 2022
ଭୁବନେଶ୍ୱର: ରାଜ୍ୟ ଉପରେ ଏବେ କୌଣସି ଘୂର୍ଣ୍ଣିବଳୟ ସକ୍ରିୟ ନାହିଁ କିମ୍ବା ମୌସୁମୀ ଟ୍ରଫ ଲାଇନ ମଧ୍ୟ ସକ୍ରିୟ ଅବସ୍ଥାରେ ନାହିଁ। ଏ ପରିସ୍ଥିତିରେ ରାଜ୍ୟରେ କୌଣସି ପ୍ରକାରର ବଡ଼ ବର୍ଷାର ସମ୍ଭାବନା ନଥିବା ବେଳେ ଓଡିଶାର ଜିଲ୍ଲାଗୁଡ଼ିକରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ […]
୨୧ ଜିଲ୍ଲାରେ କାଳବୈଶାଖୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial