ବିହାର ନିର୍ବାଚନ ଫଳାଫଳ: ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର

ନୀତୀଶ କୁମାର

ନୂଆଦିଲ୍ଲୀ/ପାଟନା: କୌଣସି ଜନମତ ସର୍ଭେ ଆକଳନ ଠିକ୍‌ ହେଲା ନାହିଁ। ଜନମତ ସର୍ଭେରେ ଯେଉଁ ଫଳାଫଳ ଆସିଥିଲା ବିହାର ନିର୍ବାଚନ ଫଳାଫଳ ତାର ଠିକ ଓଲଟା ଆସିଲା। ନୀତୀଶ କୁମାର ଏବଂ ତେଜସ୍ବୀ ଯାଦବଙ୍କ ମଧ୍ୟରେ କଡ଼ା ଟକ୍କର ହେଲା ସତ, କିନ୍ତୁ ଶେଷରେ ଏନ୍‌ଡିଏକୁ ମିଳିଲା ବିଜୟ ମୁକୁଟ। ୧୨୫ଟି ଆସନରେ ଏନଡିଏ ବିଜୟ ହୋଇ ଏବେ ପୁଣି ବିହାରରେ କ୍ଷମତାକୁ ଆସିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ୧୨୫ଟି ଆସନରୁ ବିଜେପି ୭୪ଟି ଏବଂ ଜେଡିୟୁ ୪୩ଟି ଆସନରେ ବିଜୟ ହାସଲ କରିଥିଲେ ମଧ୍ୟ ବିହାରରେ ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାକୁ ଆସିବେ ନୀତୀଶ କୁମାର। ‌ଏ ନେଇ ବିଜେପି ପୂର୍ବରୁ ସ୍ପଷ୍ଟ କରି ସାରିଛି। ଏହି ବିଜୟ ସହ ନୀତୀଶ କୁମାର ସପ୍ତମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ବନିବେ। ତେବେ ଏନଡିଏ ୧୨୫ଟି ଆସନରେ ଜିତିଥିବା ବେଳେ ଆରଜେଡି ୧୧୦ଟି ଆସନରେ ଜିତିଛି। ସବୁଠାରୁ ଉଲ୍ଳେଖନୀୟ କଥା ହେଉଛି ଯେ ଏଥର ନୀତୀଶଙ୍କ ଜେଡିୟୁ ଆସନ ସଂଖ୍ୟା କମିଥିବା ବେଳେ ‌ବିଜେପି ଆସନ ସଂଖ୍ୟା ବଢ଼ିଛି। ୭୬ଟି ଆସନ ସହିତ ଆରଜେଡି ଏକ ନମ୍ବର ସ୍ଥାନରେ ଥିବା ବେଳେ ଏହା ପଛକୁ ରହିଛି ବିଜେପି (୭୩), ଜେଡିୟୁ (୪୩) ଏବଂ କଂଗ୍ରେସ(୧୯)। ଅନ୍ୟପକ୍ଷରେ ବିଜେପି ମେଣ୍ଟକୁ ୧୨୫ଟି ଆସନ ମିଳିଥିବାରୁ ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଛି ଜେଡିୟୁ। ଏହାର ନେତା ନୀତୀଶ କୁମାର ପୁଣିଥରେ ବିହାରର ମୁଖ୍ୟମନ୍ତ୍ରୀ ହେବେ ବୋଲି ଉଭୟ ବିଜେପି ଏବଂ ଜେଡିୟୁ ଘୋଷଣା କରିଛନ୍ତି।

Share Now:

Kalinga News Beuro

Next Post

ପାଟଣାଗଡ଼ରେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା

Thu Nov 12 , 2020
୪ ନାବାଳକ ପିଲାଙ୍କୁ ବି ଛାଡ଼ିଲେନି ଦୁର୍ବୁତ୍ତ,ରହସ୍ୟ ଘେରରେ ହତ୍ୟାକାଣ୍ଡ ବଲାଙ୍ଗୀର/ପାଟଣାଗଡ଼: ଜଣେ କି ଦୁଇ ଜଣ ନୁହେଁ, ଏକାଥରକେ ଗୋଟିଏ ପରିବାରର ଛଅ ଜଣଙ୍କୁ ହତ୍ୟା। ଗଇଁତିରେ ନିର୍ମମ ଭାବରେ ଚୋଟ ପରେ ଚୋଟ ମାରି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ବୁଲୁ ଜାନୀ(୫୦ବର୍ଷ), ତାଙ୍କ ସ୍ତ୍ରୀ ଜ୍ୟୋତି(୪୮ବର୍ଷ) ଓ ଦୁଇପୁଅ ଭୀଷ୍ମ ଜାନୀ(୫ବର୍ଷ) ଓ ସଂଜୀବ ଜାନୀ(୨ବର୍ଷ), ଦୁଇ ଝିଅ ସରିତା ଜାନୀ(୧୪ବର୍ଷ), ଶ୍ରୀୟା ଜାନୀ(୩ବର୍ଷ)। […]
ପାଟଣାଗଡ଼ରେ ଲୋମଟାଙ୍କୁରା ଗଣହତ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial