ପିପିଲିର ବରିଷ୍ଠ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ

କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ

ପିପିଲି: ପୁରୀ ଜିଲ୍ଲା ପିପିଲିର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଯୁଧିଷ୍ଠିର ସାମନ୍ତରାୟଙ୍କର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନଧରି ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି।
ଯୁଧିଷ୍ଠିର ସାମନ୍ତରାୟ କଂଗ୍ରେସ ଟିକେଟରୁ ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ପିପିଲିର ବିଧାୟକ ରହିଥିଲେ। କିନ୍ତୁ ପିପିଲି ନିର୍ବାଚନମଣ୍ଡଳୀରେ କଂଗ୍ରେସର ଟାଣୁଆ ନେତା ଭାବେ ଜଣାଶୁଣା ଥିଲେ ଯୁଧିଷ୍ଠିର। ଏହାପରେ ଯୁଧିଷ୍ଠିର ଲଗାତାର ୨୦୧୪ ପର୍ଯ୍ୟନ୍ତ ନିର୍ବାଚନ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ। କିନ୍ତୁ ସେ ୨୦୧୯ରେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା ନ କରିବାର ନିଷ୍ପତ୍ତି ନେଇ କଂଗ୍ରେସ ଟିକେଟ ଫେରାଇ ଦେଇଥିଲେ। ଯୁଧିଷ୍ଠିରଙ୍କ ବିୟୋଗରେ କଂଗ୍ରେସ ଜଣେ ଟାଣୁଆ ସଙ୍ଗଠକଙ୍କୁ ହରାଇଛି।

Share Now:

Kalinga News Beuro

Next Post

‘ନାସା’ କହିଲା ତୁମ ‘ଟେକ୍ନୋଲୋଜି’ ଆମକୁ ବିକି ଦିଅ : ‘ଇ‌ସ୍ରୋ’ ମୁଖ୍ୟ ଏସ୍‌. ସୋମନାଥ

Mon Oct 16 , 2023
ରାମେଶ୍ବରମ୍‌: ‘ଚନ୍ଦ୍ରଯାନ-୩’ ନିର୍ମାଣ ସମୟରେ ‘ଇସ୍ରୋ’ ମୁଖ୍ୟାଳୟକୁ ଆସିଥିବା ‘ନାସା’ ବୈଜ୍ଞାନିକଙ୍କ ପ୍ରତିନିଧି ଦଳ ଏତେ ଶସ୍ତାରେ ଭାରତୀୟ ମହାକାଶ ବିଜ୍ଞାନୀମାନେ ବିକଶିତ କରିଥିବା ଉନ୍ନତ ଜ୍ଞାନକୌଶଳ ଦେଖି ଚମତ୍କୃତ ହେବା ସହିତ ଭାରତ ଏହି ଜ୍ଞାନକୌଶଳ ଆମେରିକାକୁ ବିକ୍ରୟ କରୁ ବୋଲି ଇଚ୍ଛାପ୍ରକାଶ କରିଥିବା କଥା ରବିବାର ଦିନ ‘ଇସ୍ରୋ’ ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି।ବିଶିଷ୍ଟ ବୈଜ୍ଞାନିକ ତଥା ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଅବ୍ଦୁଲ୍‌ କଲାମ୍‌ଙ୍କ ୯୨ତମ ଜନ୍ମଦିନ […]
‘ଇ‌ସ୍ରୋ’ ମୁଖ୍ୟ ଏସ୍‌. ସୋମନାଥ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial