ରାଜ୍ୟରେ ସଚିବ ଶାସନକୁ ନେଇ କଟାକ୍ଷ କଲେ ନରସିଂହ ମିଶ୍ର

ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ଜନ ବିରୋଧୀ କହିବା

ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ଜନ ବିରୋଧୀ କହିବା ଠିକ୍ ନୁହେଁ

ଭୁବନେଶ୍ୱର : ଗାନ୍ଧୀ ମାର୍ଗରେ ଆନ୍ଦୋଳନକାରୀଙ୍କ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ ଗୃହରେ ଶୂନ୍ୟକାଳରେ ଦୃଷ୍ଟି ଆକର୍ଷଣ କରି କହିଥିଲେ, ଆନ୍ଦୋଳନକାରୀଙ୍କ ଭୁଲ୍ କଣ? କଣ ହକ ମାଗିପାରି ବେନି ସେମାନେ। ସିଏମଓ କାହିଁକି ତାଙ୍କ ସମସ୍ୟା ବୁଝିବାକୁ ଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି। ଗୃହରେ କହୁଛନ୍ତି କି ସିଏମଓ ଯାଉଛି ଲୋକଙ୍କ କଥା ବୁଝିବା ପାଇଁ। କିନ୍ତୁ ବାସ୍ତବରେ କଣ ବରଗଡ଼ ସଭାରେ କହିଲେ ମୋର ବ୍ୟକ୍ତିଗତ ସଚିବଙ୍କୁ ଆପଣଙ୍କ ସମସ୍ୟା ବୁଝିବାକୁ ଛାଡିଛି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି ଯାଉଛି କି ୫-ଟି ଆସୁଛନ୍ତି ବୋଲି, କିନ୍ତୁ ଏଠି ଏତେ ଦ୍ଵନ୍ଦ କଣ ପାଇଁ ସୃଷ୍ଟି କରିଛନ୍ତି ସରକାର।
ନରସିଂହ ମିଶ୍ର ଆହୁରି କହିଛନ୍ତି, ଶାସକ ଦଳର ମନ୍ତ୍ରୀ ,ବିଧାୟକ ଓ ସାଂସଦଙ୍କୁ ଚଉକି ବୋହିବା , ଗାତ ଖୋଳିବା ଓ ଲୋକଙ୍କୁ ଆଣି ସଚିବଙ୍କ ସଭା ବାନ୍ଧିବା ପାଇଁ କୁହାଯାଉଛି। ଯାହା ସେହି ଦୃଶ୍ୟଗୁଡ଼ିକ ପ୍ରମାଣ କରୁଛି। ଅଭିଯୋଗ କଥା କହୁଛନ୍ତି, କିନ୍ତୁ ଛାତ୍ରମାନେ କଣ ଗ୍ରିଭାନ୍ସ ପାଇଁ ଯାଉଥିଲେ କି ? ଯଦି ଯାଇଥିଲେ ସେ ସମସ୍ୟା କେତେ କାମ ହୋଇଛି ତାହା କାଲି ଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ହିଁ ବାସ୍ତବ ଜଣା ପଡ଼ୁଛି। ଗୃହକୁ ବିଭ୍ରାନ୍ତ କରାଯାଉଛି ଆଉ କିଛି ନାହିଁ। ଗ୍ରିଭାନସର ଅର୍ଥ ନୁହେଁ ପଇସା ବାଣ୍ଟିବା। ଗ୍ରିଭାନସର ଅର୍ଥ ନୁହେଁ କି ଶାସକ ଦଳକୁ ନିର୍ବାଚିତ କରିବାକୁ। ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ଜନ ବିରୋଧୀ କହିବା ଠିକ୍ ନୁହେଁ, ଏହା ଅଗଣତାନ୍ତ୍ରିକ। କାଲିକି ହୁଏତ କହିପାରନ୍ତି ମୋ ବ୍ୟକ୍ତିଗତ ସଚିବ ବିଧାନସଭାରେ ଉତ୍ତର ଦେବେ। ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ଗୁମସ୍ତା ଶାସନ ଚାଲିଛି। କେନ୍ଦ୍ର ସରକାର ଚିଠି କରିଛନ୍ତି ତାଙ୍କ ଉପରେ ତଦନ୍ତ କରିବାକୁ, କିନ୍ତୁ ତାହା ହୋଇ ପାରୁନି କାହିଁକି? ଆଉ ବିଜେପି ସଦସ୍ୟ ଗୃହରେ କହୁଛନ୍ତି ଠିକ୍ କଥା, କିନ୍ତୁ ବାସ୍ତବରେ ତାଙ୍କ ଗୃହମନ୍ତ୍ରୀ ଆସି ସଚିବଙ୍କ ସହ ୱାନ ଠୁ ୱାନ ଆଲୋଚନା କରିବାର ମାନେ କଣ?

Share Now:

Kalinga News Beuro

Next Post

ସତ୍ୟନଗରକୁ ଭୁଲିଗଲେ : ନୂଆ ରୂପ ନେବ ୪ ଶ୍ମଶାନ

Thu Sep 28 , 2023
ସ୍ୱତନ୍ତ୍ର ଡିଜାଇନ୍‌ରେ ପ୍ରସ୍ତୁତ କରିବ ବିଡିଏ, ବାଟ ପାଉନି ବିଏମ୍‌ସି ଭୁବନେଶ୍ୱର: ସହରରେ ଥିବା ୪ଟି ଶ୍ମଶାନର ବିକାଶ ହେବ। ଏହି ତାଲିକାରେ ରହିଛି ଡୁମୁଡୁମା, ଯଦୁପୁର, ଯଦୁପୁର କବ୍‌ରିସ୍ତାନ୍‌ ଓ ଗରାବଡ଼ୁ ଶ୍ମଶାନ। ଏଗୁଡ଼ିକୁ ଏକ ନୂଆ ରୂପ ଦେବା ପାଇଁ ବିଡିଏ ଯୋଜନା କରିଛି। ଏଥିପାଇଁ ଟେଣ୍ଡର ଜରିଆରେ ଠିକା ସଂସ୍ଥା ଚୟନ ହୋଇଛି। ଏହି ଉନ୍ନତୀକରଣ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡ଼ିଛି। ତେବେ […]
ସତ୍ୟନଗରକୁ ଭୁଲିଗଲେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial