‘ବିଜେପି’ରେ ଯୋଗ ଦେଲେ ବିଶିଷ୍ଟ କଂଗ୍ରେସ ନେତା ଯତୀନ ପ୍ରସାଦ

‘ବିଜେପି’ରେ ଯୋଗ ଦେଲେ ବିଶିଷ୍ଟ କଂଗ୍ରେସ ନେତା ଯତୀନ ପ୍ରସାଦ

ନୂଆଦିଲ୍ଲୀ: ବିଶିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯତୀନ ପ୍ରସାଦ ଆଜି ‘ବିଜେପି’ରେ ଯୋଗ ଦେଇଛନ୍ତି। ‘ବିଜେପି’ରେ ଯୋଗ ଦେବା ପୂର୍ବରୁ ଆଜି ସକାଳେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନକୁ ଯାଇ ସାକ୍ଷାତ୍ କରିଥିଲେ। ପୂର୍ବରୁ ‘ବିଜେପି’ ସାସଂଦ ତଥା ମୁଖପାତ୍ର ଅନୀଲ ବଲୁନୀ ଟୁଇଟ କରିଥିଲେ ଯେ ଆଜି ଦିବା ୧ଟା ବେଳେ ଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ଜଣେ ପ୍ରମୁଖ ବ୍ୟକ୍ତିତ୍ବ ଦଳରେ ଯୋଗ ଦେବେ। ଆଜି ପୂର୍ବାହ୍ନ ୧୦ଟା ବେଳେ ଟୁଇଟ୍‌ କରି ସେ ଲେଖିଥିଲେ, ବୁଧବାର ଜୁନ୍‌ ୯ ତାରିଖ, ଅପରାହ୍ନ ୧ଟା ବେଳେ ନୂଆଦିଲ୍ଲୀର ଡିଡିୟୁ ମାର୍ଗର ୬ଏ ଠାରେ ଥିବା ‘ବିଜେପି’ ମୁଖ୍ୟାଳୟରେ ଜଣେ ପ୍ରମୁଖ ବ୍ୟକ୍ତିତ୍ବ ଆଜି ବିଜେପିରେ ଯୋଗ ଦେବେ। ଅମିତ ଶାହଙ୍କୁ ଭେଟିବା ପୂର୍ବରୁ ସେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ୍‌ଙ୍କୁ ଭେଟି ସାରିଥିବା କଥା ମଧ୍ୟ ରିପୋର୍ଟ ହୋଇଥିଲା। ରାହୁଳ ଗାନ୍ଧୀଙ୍କର ପୂର୍ବତନ ନିବିଡ଼ ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଗତବର୍ଷ ‘ବିଜେପି’ରେ ଯୋଗ ଦେବା ପରେ ୪୭ ବର୍ଷିୟ ଯତୀନ ପ୍ରସାଦ ହେଉଛନ୍ତି କଂଗ୍ରେସ ଛାଡ଼ି ‘ବିଜେପି’ରେ ଯୋଗ ଦେଉଥିବା ଉଚ୍ଚମାନ୍ୟତାପ୍ରାପ୍ତ ଦ୍ବିତୀୟ ନେତା। ବିଗତ ୨୦ ବର୍ଷ ଧରି କଂଗ୍ରେସ ଦଳରେ ଥିବା ପ୍ରସାଦଙ୍କ ହତାଶା କାହାରିକୁ ଅଛପା ନୁହେଁ। କଂଗ୍ରେସରେ ଆମୂଳଚୂଳ ସଂସ୍କାର ନିମନ୍ତେ ଗତବର୍ଷ ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖିଥିବା ୨୩ ଜଣ କଂଗ୍ରେସ ନେତାଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ।

Share Now:

Kalinga News Beuro

Next Post

ପରମ୍ପରା ରୋକି ପାରିଲାନି କଟକଣା : ଲୁଚାଛପାରେ ୫ କୋଟିର ବେପାର

Wed Jun 9 , 2021
କଟକ: ଦିନକ ପରେ ସାବିତ୍ରୀ, ତା’ ପଛକୁ ରଜ। ରଜ ସାବିତ୍ରୀରେ ଝିଅ, ବୋହୂ ନୂଆ ପୋଷାକ ଓ ଲୁଗା ପିନ୍ଧିବାର ପରମ୍ପରା କାହିଁ କେଉଁ କାଳର। କିନ୍ତୁ ଏଥର କରୋନା ମହାମାରୀ ଜନିତ ପରିସ୍ଥିତିରେ ଚାରି ଆଡେ ଲକଡାଉନ। ଶାଢୀ, ପୋଷାକ ଦୋକନାରେ ତାଲା। କିନ୍ତୁ ଦୋକାନ ତାଲା ପଡିଥିଲେ ବି ବାସ୍ତବରେ ପ୍ରାୟ ଅଧିକାଂଶ ମହିଳା ସାବିତ୍ରୀ ପୂଜା ପାଇଁ କାମଚଳା ଢଙ୍ଗରେ ନୂଆ ଶାଢୀ କିଣିଛନ୍ତି। […]
ଲୁଚାଛପାରେ ୫ କୋଟିର ବେପାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial