କୋଟିଆରେ ପ୍ରାର୍ଥୀ ଚୟନ କରିବେ ସର୍ବଦଳୀୟ ନେତା : ମହିଳା ହେବେ ଜିଲ୍ଲା ପରିଷଦ ପ୍ରାର୍ଥୀ

କୋଟିଆ ପାଇଁ ପ୍ରାର୍ଥୀ ଚୟନ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ କୋଟିଆରେ କିଏ ହେବ ଜିଲ୍ଲା ପରିଷଦ ପ୍ରାର୍ଥୀ? ଏନେଇ କୋରାପୁଟରେ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି। ତେବେ ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ସମସ୍ତଙ୍କ ସହମତିରେ ନିର୍ଦ୍ୱନ୍ଦ୍ୱରେ ଜଣେ ପ୍ରାର୍ଥୀ ନିର୍ବାଚିତ ହେବେ। ସବୁ ଦଳର ନେତାଙ୍କ ସହମତିରେ ଏହି ପ୍ରାର୍ଥୀ ଜଣକ ନିର୍ବାଚନରେ ଭାଗ ନେବେ। ତେବେ କିଏ ପ୍ରାର୍ଥୀ ହେବ ସେନେଇ ସବୁ ଦଳର ନେତା ମିଶି ନାମ ଚୟନ କରିବେ। ତେବେ ପ୍ରାଥମିକ ଅବସ୍ଥାରେ ଜଣେ ମହିଳା ଜିଲ୍ଲା ପରିଷଦ ପ୍ରାର୍ଥୀ ହେବା ସ୍ଥିର ହୋଇଛି। ସର୍ବଦଳୀୟ ବୈଠକରେ ସବୁ ଦଳର ନେତା ଭାଗ ନେଇଥିଲେ। ତେବେ ଆନ୍ଧ୍ରକୁ ମାତ୍ ଦେବା ପାଇଁ ଏହି ରଣନୀତି ଆପଣାଯାଇଛି। କୋଟିଆରେ ମିଳିତ ପ୍ରାର୍ଥୀ ଦେବା ପାଇଁ ସହମତ ହୋଇଛନ୍ତିି ସମସ୍ତ ରାଜନୈତିକ ଦଳ। ରାଜନୈତିକ ଶତ୍ରୁତା ଭୁଲି ପାର୍ଟି ନୁହେଁ ବରଂ ମାଟି ପାଇଁ ଲଢେଇ କରିବା ପାଇଁ ଏକମତ ହୋଇଛନ୍ତି ସମସ୍ତ ଦଳ।
ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳମତକୁ ପଛରେ ପକାଇ କୋଟିଆ ଗ୍ରାମପୁଞ୍ଜରେ ନେତା ବାଛିବାକୁ ପ୍ରସ୍ତାବ ଦେଇଥିଲେ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି। ସେଥିପାଇଁ ଆଜି କୋରାପୁଟରେ ବସିଥିଲା ସର୍ବଦଳୀୟ ବୈଠକ। ପୂର୍ବରୁ ପଡୋଶୀ ଆନ୍ଧ୍ର ପ୍ରଦେଶ ଅଗଣତାନ୍ତ୍ରିକ ଭାବରେ କୋଟିଆରେ କରିଥିଲା ପଞ୍ଚାୟତ ନିର୍ବାଚନ। ଅର୍ଥମୋହ ଦେଖାଇ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରଭାବିତ କରି ସେହି ଅଞ୍ଚଳ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ଉଦ୍ୟମ କରିଥିଲା। ତେଣୁ ଏବେ ପଞ୍ଚାୟତ ନିର୍ବାଚନ ପାଇଁ ଓଡିଶାର ରାଜନୈତିକ ଦଳ ମାନଙ୍କୁ ଏକାଠି ହେବାର ସମୟ ଆସିଛି। କୋଟିଆରେ ଆନ୍ଧ୍ରର ଦାଦାଗିରି ବନ୍ଦ କରିବାକୁ ସରକାରୀ ସ୍ତରରେ ଉଦ୍ୟମ ଚାଲିଥିବା ବେଳେ ଏବେ ଏକାଠି ହୋଇଛନ୍ତି ସ୍ଥାନୀୟ ଜନ ପ୍ରତିନିଧି। ତିନି ମୁଖ୍ୟ ଦଳର ଆଞ୍ଚଳିିକ ନେତା ପଡୋଶୀକୁ ଉଚିତ ଜବାବ ଦେବା ପାଇଁ ଅଣ୍ଟା ଭିଡିଛନ୍ତି।

Share Now:

Kalinga News Beuro

Next Post

ଆତଙ୍କବାଦୀଙ୍କ ଏନ୍ତୁଡ଼ି ଶାଳରେ ଆତଙ୍କବାଦୀ ଆକ୍ରମଣ : ବିସ୍ଫୋରଣରେ ୪ ମୃତ ଓ ୨୦ ଆହତ

Thu Jan 20 , 2022
ଲାହୋର: ଆଜି ଗୁରୁବାର ଅପରାହ୍ନରେ ପାକିସ୍ତାନର ଐତିହାସିକ ଓ ପ୍ରସିଦ୍ଧ ଅନାରକଲି ବଜାରରେ ଆତଙ୍କବାଦୀମାନେ ବୋମା ବିସ୍ଫୋରଣ ଘଟାଇଛନ୍ତି। ଏହି ବିସ୍ଫୋରଣରେ ୪ ଜଣ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଆହତ ହୋଇଥିବା ୨୦ ଜଣଙ୍କ ଅବସ୍ଥା ଗୁରୁତର ଅଛି। ମିଡିଆ ରିପୋର୍ଟ ଅନୁସାରେ ଏହି ବଜାରରେ ଅତ୍ୟନ୍ତ ଭିଡ ରହିଥାଏ ଓ ଏଥିରେ ପାର୍କିଂର କୌଣସି ବ୍ୟବସ୍ଥା ନାହିଁ। […]
ଲାହୋର ବଜାରରେ ଆତଙ୍କବାଦୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial