ବିଜେଡି ଗୋଷ୍ଠୀ କନ୍ଦଳ ପାଇଁ ରାସ୍ତା ନବୀକରଣ ପ୍ରକଳ୍ପର ଶିଳାନ୍ୟାସ ଘୁଞ୍ଚିଲା

ବିଜେଡି ଗୋଷ୍ଠୀ କନ୍ଦଳକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦୟାନଦୀ ବନ୍ଧର ଗୋବର୍ଦ୍ଧନପୁର ମୌଜାରେ ଗଣେଶ ସିଡ଼ି ରାସ୍ତାର ଉନ୍ନତୀକରଣ ପାଇଁ ୩ କୋଟି ୯୭ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହି ରାସ୍ତାର ଉନ୍ନତୀକରଣ କରାଗଲେ ଇଟିପୁର ଓ ଟିକରପଡ଼ା ପଞ୍ଚାୟତର ଜନସାଧାରଣଙ୍କ ଯାତାୟତ ସମସ୍ୟା ଦୂର ହେବ। ଆଜି ଏହି ପ୍ରକଳ୍ପର ଶିଳାନ୍ୟାସ ହେବାକୁ ସ୍ଥିର ହୋଇଥିଲା। ତେବେ ଶେଷ ମୂହୁର୍ତ୍ତରେ ତାହାକୁ ବାତିଲ କରି ଦିଆଯାଇଛି। ବର୍ଷା ପାଇଁ କାର୍ଯ୍ୟକ୍ରମ ଘୁଞ୍ଚିଥିବା କୁହାଯାଉଥିଲେ ବି ଏହା ପଛରେ ସ୍ଥାନୀୟ ଅଞ୍ଚଳରେ ବିଜେଡି ଗୋଷ୍ଠୀକନ୍ଦଳ ରହିଛି ବୋଲି ଚର୍ଚ୍ଚା ଚାଲିଛି। ଭିତ୍ତିଫଳକ ଲାଗିବା ପାଇଁ ଇଟାରେ ନିର୍ମିତ ପିଣ୍ଡି ଭଙ୍ଗାଯିବା ଘଟଣା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି।
ଇଟିପୁର ଓ ଟିକରପଡ଼ାରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ କିଛି ଦିନ ହେଲା ଛକାପଞ୍ଝା ଲାଗି ରହିଛି। ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର ସୁନ୍ଦରାୟ ଓ ଭୁବନେଶ୍ୱର ବ୍ଲକ୍‌ ଅଧ୍ୟକ୍ଷା ନିରୁପମା ସାହୁଙ୍କ ସମର୍ଥକମାନେ ଦୁଇଟି ଗୋଷ୍ଠୀରେ ଭାଗ ହୋଇଛନ୍ତି। ଶ୍ରୀ ସୁନ୍ଦରାୟଙ୍କ ପଛରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସମର୍ଥନ ଥିଲା ବେଳେ ବ୍ଲକ୍‌ ଅଧ୍ୟକ୍ଷାଙ୍କ ପଛରେ ସ୍ଥାନୀୟ ବିଜେଡି ନେତା ତଥା ରାଜ୍ୟ ଖଦିବୋର୍ଡ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ସମର୍ଥନ ରହିଛି। ଭିତ୍ତିପ୍ରସ୍ତର ପାଇଁ ପ୍ରସ୍ତୁତ ହୋଇଥିବା ନାମଫଳକରେ ମନ୍ତ୍ରୀଙ୍କ ସହ ଜିଲ୍ଲା ପରିଷଦ ସଭ୍ୟଙ୍କ ନାମ ରହିଥିବା ଜଣାପଡ଼ିଥିଲା। ସେଥିରେ ବ୍ଲକ୍‌ ଅଧ୍ୟକ୍ଷାଙ୍କ ନାମ ଲେଖା ଯାଇନଥିବା ଚର୍ଚ୍ଚା ହୋଇଥିଲା। ଏହା ଜାଣି ଅଧ୍ୟକ୍ଷାଙ୍କ ସମର୍ଥକମାନେ ସେହି ଫଳକ ପିଣ୍ଡିକୁ ଭାଙ୍ଗିଥିବା କୁହାଯାଉଛି। ତେବେ ଏ ସମ୍ପର୍କରେ କିଛି ଜାଣି ନଥିବା ଅଧ୍ୟକ୍ଷା ଶ୍ରୀମତୀ ସାହୁ କହିଛନ୍ତି। ସେହିପରି ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ କହିଛନ୍ତି, ବର୍ଷା ଯୋଗୁଁ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ପାଗ ଭଲ ହେବା ପରେ ନିର୍ଦ୍ଧାରିତ ଦିନରେ କାର୍ଯ୍ୟକ୍ରମ କରାଯିବ। ବିଜେଡିର ଗୋଷ୍ଠୀକନ୍ଦଳକୁ ସେ ଅସ୍ୱୀକାର କରିଛନ୍ତି।

Share Now:

Kalinga News Beuro

Next Post

ସାହାରା ଜମାକାରୀଙ୍କୁ ମିଳିବ ଜମା ଟଙ୍କା

Tue Jul 18 , 2023
କେନ୍ଦ୍ର ସରକାର ଆରମ୍ଭ କଲେ ଫେରସ୍ତ ପୋର୍ଟାଲ୍ ନୂଆଦିଲ୍ଲୀ : ସାହାରା ଇଣ୍ଡିଆରେ ଟଙ୍କା ଜମା କରି ସମସ୍ୟାରେ ପଡ଼ିଥିବା ନିବେଶକଙ୍କ ପାଇଁ ଏକ ଆଶ୍ଵସ୍ତିଭରା ଖବର। ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ କେନ୍ଦ୍ର ସରକାର ଏକ ରିଫଣ୍ଡ ପୋର୍ଟାଲ ଆରମ୍ଭ କରିଛନ୍ତି। ଏହାର ନାଁ ରହିଛି ସିଆରସିଏସ୍-ସାହାରା ରିଫଣ୍ଡ ପୋର୍ଟାଲ। ଏହାର ଶୁଭାରମ୍ଭ କେନ୍ଦ୍ର ଗୃହ ଓ କୋପରେଟିଭ ମନ୍ତ୍ରୀ ଅମିତ ଶାହା କରିଛନ୍ତି। ଏହି ପୋର୍ଟାଲ ମାଧ୍ୟମରେ […]
ସାହାରା ଜମାକାରୀଙ୍କ ପାଇଁ ନୂଆ ଆଶା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial