ଉତ୍ତରପ୍ରଦେଶରେ ବିଜେପିର ବିଜୟ ୨୦୨୪ ନିର୍ବାଚନର ଫଳାଫଳ ସ୍ଥିର କରିଦେଇଛି : ମୋଦୀ

ଉତ୍ତରପ୍ରଦେଶରେ ବିଜେପିର ବିଜୟ

ନୂଆଦିଲ୍ଲୀ : ୨୦୨୨ରେ ଉତ୍ତରପ୍ରଦେଶ ନିର୍ବାଚନରେ ବିଜୟ ହାସଲ କରିବା ପରେ ୨୦୨୪ର ସାଧାରଣ ନିର୍ବାଚନର ପରିଣାମ ନିର୍ଦ୍ଧାରିତ ହୋଇଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ୪ଟି ରାଜ୍ୟରେ ବିଜେପିର ବିଜୟ ପରେ ଦଳୀୟ ମୁଖ୍ୟାଳୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଜିତିବା ପରେ ରାଜନୈତିକ ସମୀକ୍ଷକମାନେ କହିଥିଲେ ଯେ ଏହି ଫଳାଫଳ ତ ୨୦୧୭ରେ ବିଜେପି ଉତ୍ତରପ୍ରଦେଶ ନିର୍ବାଚନ ଜିତିବା ପରେ ସ୍ଥିର ହୋଇଯାଇଥିଲା। ଏଣୁ ୨୦୨୨ରେ ଉତ୍ତରପ୍ରଦେଶ ଜିତିବା ପରେ ୨୦୨୪ର ସାଧାରଣ ନିର୍ବାଚନର ପରିଣାମ ନିର୍ଦ୍ଧାରିତ ହୋଇଯାଇଛି ବୋଲି ମୋଦୀ କହିଛନ୍ତି। ସେ କହିଛନ୍ତି ଯେ ଉତ୍ତରପ୍ରଦେଶରେ ଜାତିଭିତ୍ତିକ ରାଜନୀତି ହୁଏ ବୋଲି ରାଜନୈତିକ ପଣ୍ଡିତମାନେ କୁହନ୍ତି। କିନ୍ତୁ ଉତ୍ତରପ୍ରଦେଶ ଲୋକମାନେ ଏହାକୁ ଭୁଲ ପ୍ରମାଣିତ କରି ବିକାଶକୁ ଭୋଟ ଦେଇଛନ୍ତି। ରାଜ୍ୟବାସୀ ଜାତିବାଦୀ ରାଜନୀତିକୁ ଖାରଜ କରିଦେଇଛନ୍ତି। ପରିବାରବାଦ ରାଜନୀତି ଦେଶକୁ ପଛକୁ ନେଇଯାଉଛି। କିନ୍ତୁ ଦେଶରେ ଏପରି ଏକ ଦିନ ଆସିବ ଯେବେ ଦେଶର ମତଦାତାମାନେ ପରିବାରବାଦ ରାଜନୀତିକୁ ବିଲୁପ୍ତ କରିଦେବେ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ନିର୍ବାଚନ ଏପରି ସମୟରେ ହୋଇଥିଲା ଯେଉଁ ସମୟରେ ବିଶ୍ବ କରୋନା ସଂକଟ ଦେଇ ଗତି କରୁଥିଲା। ଏହା ସହିତ ବିଶ୍ବରେ ଏକ ଯୁଦ୍ଧର ଘନଘଟା ଆରମ୍ଭ ହୋଇଯାଇଥିଲା। ଏପରି କଠିନ ପରିସ୍ଥିତିରେ ମତଦାତାମାନେ ବିକାଶ ଓ ଦେଶର ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି। ଏହି ବିଜୟ ପାଇଁ ସେ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ତାଙ୍କ ସରକାର ଦେଶରେ ବିକାଶର ଗାଡ଼ିକୁ ଆଗେଇ ନେବ।

Share Now:

Kalinga News Beuro

Next Post

ଜଙ୍ଗଲରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ : ଯୁବକ ଗିରଫ

Thu Mar 10 , 2022
ବାଲିଶଙ୍କରା: ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଅନ୍ତର୍ଗତ ଦାଣ୍ଡପାନି ନୂଆଡିହି ପାଖ ଜଙ୍ଗଲରେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ଅଭିଯୁକ୍ତ ଯୁବକ ଜଣକ ହେଲେ ନୂଆଡିହିର ଅନୀଲ ତିର୍କୀ (୨୧)। ସୂଚନାରୁ ଜାଣିବାକୁ ମିଳିଛି ଯେ ୧୫ ବର୍ଷର ନାବାଳିକା ଜଙ୍ଗଲକୁ ଶୁଖିଲା ଜାଳେଣି କାଠ ଆଣିବାକୁ ଯାଇଥିଲେ। ଠିକ୍ ଏହି ସମୟରେ ଅନୀଲ ତାଙ୍କ ପଛରେ ଯାଇ ଜଙ୍ଗଲ ଭିତରେ ଜୋରଜବରଦସ୍ତ ଦୁଷ୍କର୍ମ […]
ଜଙ୍ଗଲରେ ନାବାଳିକାକୁ ଦୁଷ୍କର୍ମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial