ଓଡ଼ିଶାରେ ପ୍ରତିଷ୍ଠା ହେବ ଦେଶର ବୃହତ୍ତମ ଇସ୍ପାତ କାରଖାନା : ଶିଳ୍ପ ମନ୍ତ୍ରୀ

ବୃହତ୍ତମ ଇସ୍ପାତ କାରଖାନା

ଭୁବନେଶ୍ୱର: ଜାପାନ ଗସ୍ତରୁ ରାଜ୍ୟକୁ ବଡ଼ ସଫଳତା ମିଳିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ। ସେ କହିଛନ୍ତି, ଓଡ଼ିଶାରେ ଓଡ଼ିଶାରେ ଦେଶର ବୃହତ୍ତମ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ନିପନ ଷ୍ଟିଲ ବୁଲି ଦେଖିଛନ୍ତି। ୯ଦିନର ଗସ୍ତକୁ ବେଶ୍ ସଫଳତା ମିଳିଛି।
ରାଜ୍ୟ ଶିଳ୍ପ ମନ୍ତ୍ରୀ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ମିଶନ ମୋଡରେ ଶିଳ୍ପାୟନ ଆଗେଇବ। ନିପନ ଷ୍ଟିଲ ପ୍ଲାଣ୍ଟ ଓଡ଼ିଶାରେ ୩୦ନିୟୁତ ମେଟ୍ରିକ୍ ଟନ୍ ଇସ୍ପାତ ଉତ୍ପାଦନ କରିବ। ସେମାନେ ପାୱାର ପ୍ଲାଣ୍ଟ ପାଇଁ ଗ୍ରିନ ଆମୋନିଆ ବ୍ୟବହାର ଉପରେ ଗୁରୁତ୍ବ ଦେଇଛନ୍ତି। ଖୁବ୍ ଶୀଘ୍ର ଜାପାନ ପ୍ରତିନିଧି ଦଳ ଓଡ଼ିଶା ଆସିବେ। ସେମାନେ କ୍ଷେତ୍ର ପରିଦର୍ଶନ କରିବେ। ଆମେ ମଧ୍ୟ ସେମାନଙ୍କୁ ନିମନ୍ତ୍ରଣ କରିଛୁ।

Share Now:

Kalinga News Beuro

Next Post

ପୁଲିସର ପରିଚୟ ଦେଇ ପୂଜକଙ୍କଠାରୁ ସୁନା ଲୁଟିନେଲେ ୨ ଦୁର୍ବୃତ୍ତ

Tue Apr 11 , 2023
କଟକ: ଦିନ ଦ୍ୱିପ୍ରହରରେ ପୁଲିସର ପରିଚୟ ଦେଇ ୨ ଦୁର୍ବୃତ୍ତ ଜଣେ ପୂଜକଙ୍କଠାରୁ ଲୁଟ କରିଥିବାର ଅଭିଯୋଗ ହୋଇଛି। ନିଜକୁ ପୁଲିସ କହି ସତର୍କ କରାଇବା ନାଁରେ ୨ ଦୁର୍ବୃତ୍ତ ସୁନା ଲୁଟିନେଇ ଚମ୍ପଟ ମାରିଥିବା ଜଣାଯାଇଛି। କଟକ ମାଲଗୋଦାମ ଥାନା କଲେଜ ଛକ ପାଟରା ସାହିରେ ଘଟିଛି ଏଭଳି କାଣ୍ଡ।ନିଜର ପାଟରା ସାହି ଘରୁ ଯୋବ୍ରାକୁ ଆସୁଥିବା ବାଟରେ ଲୁଟର ଶିକାର ହୋଇଛନ୍ତି ଜଣେ ପୂଜକ। ଦୁଇଜଣ ବ୍ୟକ୍ତି […]
ପୂଜକଙ୍କଠାରୁ ସୁନା ଲୁଟିନେଲେ ୨ ଦୁର୍ବୃତ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial