ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ପାକିସ୍ତାନ ଆକାଶରେ ବିମାନ ନ ଚଳାଇବାକୁ ସତର୍କ କଲା ଆମେରିକା

ୱାସିଂଟନ୍‌: ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ଥିବାରୁ ପାକିସ୍ତାନ ପରିସୀମା ଅନ୍ତର୍ଗତ ଆକାଶ ଦେଇ ବିମାନ ନ ଚଳାଇବା ପାଇଁ ନିଜର ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ବିଜ୍ଞପ୍ତି ଜାରି କରି କହିଛି। ଯଦି କେହି ପାକିସ୍ତାନ ଆକାଶ ମଧ୍ୟକୁ ପ୍ରବେଶ କରୁଛନ୍ତି କିଂବା ସେଠାରୁ ବାହାରୁଛନ୍ତି- ତେବେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ଯୁକ୍ତରାଷ୍ଟ୍ର ଆମେରିକା କହିଛି। ଏକ ବିବୃତିରେ ‘ଫେଡେରାଲ୍‌ ଆଭିଏସନ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ କହିଛି: ପାକିସ୍ତାନର ସନ୍ତ୍ରାସବାଦୀ ଏବଂ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଯୁକ୍ତରାଷ୍ଟ୍ର ଆମେରିକାର ଏୟାର୍‌ଲାଇନ୍‌ସ୍‌ (ବାଣିଜ୍ୟିକ ଓ ସରାକାରୀ) ଉପରେ ଆକ୍ରମଣ କରିବାର ସମ୍ଭାବନା ଥିବାରୁ ଆମେରିକା ନିଜ ବିମାନ ପରିବହନ ସଂସ୍ଥାନଗୁଡ଼ିକୁ ସତର୍କ କରାଇ ଦେଇଛି। ନିରାପତ୍ତା ପରାମର୍ଶରେ କୁହାଯାଇଛି କି, ବିମାନ ତଳେ ଥିବା ବେଳେ, ଉଡ଼ାଣ ଆରମ୍ଭ କରିବା ବେଳେ ଓ ଅବତରଣ କରିବା ବେଳେ ଆକ୍ରମଣ ହୋଇପାରେ। ବିଶେଷ କରି, ବେସାମରିକ ବିମାନଗୁଡ଼ିକ ଆକ୍ରମଣର ସରବ୍ୟ ହୋଇ ପାରନ୍ତି। ଏହି ବିମାନଗୁଡ଼ିକ ଅବତରଣ କରିସାରିଥିବା ବେଳେ, ଉଠାଣ ଏବଂ ଅବତରଣ ଲାଗି ସ୍ୱଳ୍ପ ଉଚ୍ଚରେ ଥିବା ବେଳେ ଆକ୍ରମଣ ହୋଇପାରେ।

Share Now:

Kalinga News Beuro

Leave a Reply

Next Post

ସ୍ଥିତି ଜାହିର କଲେ ଆଶାୟୀ, ଚର୍ଚ୍ଚାରେ ମହାନଗର ନିର୍ବାଚନ

Sat Jan 4 , 2020
ନୂଆ ବର୍ଷ ଆଳରେ ଶୁଭେଚ୍ଛା ବ୍ୟାନର୍ ଭର୍ତ୍ତି, ଟିକେଟ୍‌ ଆଶାରେ ନେତାଙ୍କ ଘରେ ଚକ୍କର ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନିର୍ବାଚନ କେବେ ହେବ? କେଉଁ ୱାର୍ଡରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ? ‌ସେନେଇ ଏ ପର୍ଯ୍ୟନ୍ତ କିଛି ବି ନିଷ୍ପତ୍ତି ହୋଇନି। ତେବେ କର୍ପୋରେଟର ପ୍ରାର୍ଥୀ ହେବା ପାଇଁ ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି। ଗୋଟିଏ କି ଦୁଇଟି ୱାର୍ଡ ନୁହେଁ, ଭୁବନେଶ୍ୱରର ସମସ୍ତ ତିନିଟି ଯାକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial