ଶୋପିଆଁ ଓ ଅବନ୍ତୀପୋରାରେ ଏନ୍‌କାଉଣ୍ଟର୍‌: ୪ ଆତଙ୍କବାଦୀ ନିହତ ଓ ୪ ଯବାନ ଆହତ

୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଦକ୍ଷିଣ କଶ୍ମୀର ଅନ୍ତର୍ଗତ ଶୋପିଆଁ ଏବଂ ପୁଲୱାମା ଜିଲ୍ଲାରେ ନିରାପତ୍ତା ବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଘଟିଥିବା ଦୁଇଟି ପୃଥକ୍‌ ‘ଏନ୍‌କାଉଣ୍ଟର୍‌’ରେ ଚାରିଜଣ ଆତଙ୍କବାଦୀ ନିହତ ଓ ଚାରିଜଣ ଯବାନ ଆହତ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ଶୋପିଆଁ ସହରରେ ହୋଇଥିବା ଗୁଳିବିନିମୟ ଘଟଣାରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆତଙ୍କବାଦୀ ଜନ୍‌ ମୋହଲ୍ଲାସ୍ଥିତ ଆଞ୍ଚଳିକ ମସ୍‌ଜିଦ୍‌ରେ ଆତ୍ମଗୋପନ କରିଥିବା ମନେହେଉଛି।

ଜଣେ ସେନା ଅଧିକାରୀଙ୍କ ସମେତ ସେନାର ଚାରିଜଣ ସୈନିକ ଏହି ‘ଏନ୍‌କାଉଣ୍ଟର୍‌’ରେ ଆହତ ହୋଇଛନ୍ତି। ଆଜି ବଡ଼ି ଭୋର୍‌ରୁ ପୁଲୱାମା ଜିଲ୍ଲା ଅନ୍ତର୍ଗତ ତ୍ରାଲ୍‌ ଅଞ୍ଚଳରେ ଦ୍ୱିତୀୟ ‘ଏନ୍‌କାଉଣ୍ଟର୍‌’ ଆରମ୍ଭ ହୋଇଛି। ସେଠାରେ ଦୁଇତିନିଜଣ ଆତଙ୍କବାଦୀ ଛପି ରହିଥିବା ଅନୁମାନ କରାଯାଉଛି। ହସ୍ତଗତ ହୋଇଥିବା ସଦ୍ୟତମ ରିପୋର୍ଟ ଅନୁସାରେ, ଆତ୍ମଗୋପନ କରିଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ସୁରକ୍ଷା ବଳର ଗୁଳି ଚୋଟରେ ନିହତ ହୋଇଛନ୍ତି। ସତର୍କତାମୂଳକ ପଦକ୍ଷେପସ୍ୱରୂପ ଉଭୟ ଜିଲ୍ଲାରେ ଇଣ୍ଟର୍‌ନେଟ୍‌ ସେବା କାଟି ଦିଆଯାଇଛି।

Share Now:

Kalinga News Beuro

Next Post

ଆଜିଠୁ ଓକିଲଙ୍କୁ ଟିକା: କୋର୍ଟରେ ସାମାଜିକ ଦୂରତା ରଖିବାକୁ ନିବେଦନ

Fri Apr 9 , 2021
ପୁରୁଣା ଭୁବନେଶ୍ୱର : ଶୁକ୍ରବାରରୁ ଓକିଲଙ୍କୁ ଦିଆଯିବ କରୋନା ଟିକା। ଏଥିପାଇଁ ଭୁବନେଶ୍ବର ଓକିଲ ସଂଘ ପକ୍ଷରୁ ପ୍ରଥମେ ୩୦୦ ଓକିଲଙ୍କ ତାଲିକା ପ୍ରସ୍ତୁତି ହୋଇଛି। ଶୁକ୍ରବାରରୁ ରବିବାର ୩ଦିନ ପର୍ଯ୍ୟନ୍ତ ବିଜେବିନଗର ସ୍ବାସ୍ଥ୍ୟକେନ୍ଦ୍ରରେ ୪୫ବର୍ଷରୁ ଊର୍ଧ୍ବ ଓକିଲଙ୍କୁ ଟିକା ପ୍ରଦାନ କରାଯିବ। ଅପରପକ୍ଷେ କରୋନା କଟକଣା ମାନି କୋର୍ଟକୁ ଆସିବାକୁ ଓକିଲ ସଂଘ ପକ୍ଷରୁ ସମସ୍ତଙ୍କୁ ନିବେଦନ କରାଯାଇଛି। ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ବ୍ୟବହାର […]
କୋର୍ଟରେ ସାମାଜିକ ଦୂରତା ରଖିବାକୁ ନିବେଦନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial