ସୁପ୍ରିମକୋର୍ଟର ବିଚାରପତି ଭାବେ ବମ୍ବେ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ମିଳିଲା ପଦୋନ୍ନତି

ଜଷ୍ଟିସ ଦୀପଙ୍କର ଦତ୍ତ

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିଛି। ସେ ଶପଥ ନେବା ପରେ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରପତିଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇବ। ଆଇନ ମନ୍ତ୍ରୀ କିରେନ ରିଜିଜୁ ଜଷ୍ଟିସ ଦତ୍ତଙ୍କୁ ସର୍ବୋଚ୍ଚ ନ୍ୟାୟାଳୟକୁ ପଦୋନ୍ନତି ବାବଦରେ ଘୋଷଣା କରିଛନ୍ତି। କିରେନ ରିଜିଜୁ କହିଛନ୍ତି, ‘ଭାରତର ସମ୍ବିଧାନ ଅନୁଯାୟୀ ଦିଆଯାଇଥିବା କ୍ଷମତାକୁ ବ୍ୟବହାର କରି ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି। ଉଲ୍ଲେଖ ଥାଉ କି ୧୯୬୫ ମସିହାରେ ଜନ୍ମ ହୋଇଥିବା ଦୀପଙ୍କରଙ୍କର କାର୍ଯ୍ୟକାଳ ୮ ଫେବୃୟାରୀ, ୨୦୩୦ ପର୍ଯ୍ୟନ୍ତ ରହିବ। ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା ତାଙ୍କ ନାମ ସୁପାରିଶ କରାଯାଇଥିଲା। ସେ ଜୁନ୍ ୨୨, ୨୦୦୬ରେ କଲିକତା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ପଦୋନ୍ନତି ପାଇଥିଲେ। ଉଲ୍ଲେଖ ଥାଉ କି ଭାରତର ପ୍ରଧାନ ବିଚାରପତିଙ୍କ ସମେତ ସୁପ୍ରିମକୋର୍ଟରେ ମୋଟ ୩୪ ଜଣ ବିଚାରପତି ରହିପାରିବେ। ତାଙ୍କର କାର୍ଯ୍ୟକାଳ ୮ ଫେବୃଆରୀ ୨୦୩୦ ପର୍ଯ୍ୟନ୍ତ ରହିବ। ସୁପ୍ରିମକୋର୍ଟରେ ଅବସର ବୟସ ୬୫ ବର୍ଷ। ଗତ ବର୍ଷ ସେପ୍ଟେମ୍ବରରେ ତତ୍କାଳୀନ ଜଷ୍ଟିସ୍ ୟୁୟୁ ଲଲିତ (ଅବସରପ୍ରାପ୍ତ) ଙ୍କ ନେତୃତ୍ୱରେ ତାଙ୍କ ନାମ ସୁପାରିଶ କରାଯାଇଥିଲା।

Share Now:

Kalinga News Beuro

Next Post

ହିମାଚଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁଖୱିନ୍ଦର ସିଂହ ସୁଖୁ

Sun Dec 11 , 2022
ଶିମ୍‌ଲା: ଆଜି ବରିଷ୍ଠ ଦଳୀୟ ନେତାମାନଙ୍କ ଉପସ୍ଥିତିରେ ଅପରାହ୍ନ ୧.୩୦ରେ ଐତିହାସିକ ରିଜ୍‌ରେ କଂ‌ଗ୍ରେସ ନେତା ସୁଖୱିନ୍ଦର ସିଂହ ସଖୁ ହିମାଚଳ ପ୍ରଦେଶର ୧୫ଶ ରାଷ୍ଟପତି ଭାବେ ଶପଥ ଗ୍ରହଣ କରିଛନ୍ତି। କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ, ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌, ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ ଉକ୍ତ ଶପଥ ଗ୍ରହଣ ଉତ୍ସବରେ […]
ସୁଖୱିନ୍ଦର ସିଂହ ସୁଖୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial