ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ଦେଲା ‘ଆଇଏସ୍‌ଆଇଏସ୍‌’ : ଥାନାରେ ଅଭିଯୋଗ

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ‘ଆଇଏସ୍‌ଆଇଏସ୍‌-କଶ୍ମୀର’ରୁ ହତ୍ୟା ଧମକ ପାଇଥିବା ଦାବି କରି ‘ବିଜେପି’ର ଦିଲ୍ଲୀ ସାଂସଦ ତଥା ପୂର୍ବତନ କ୍ରିକେଟ୍‌ ଖେଳାଳି ଗୌତମ ଗମ୍ଭୀର ଦିଲ୍ଲୀ ପୁଲସି ନିକଟରେ ଅଭିଯୋଗ କରିଛନ୍ତି ‌‌ବୋଲି ପୁଲିସସୂତ୍ରରୁ ପ୍ରକାଶ। ମଙ୍ଗଳବାର ରାତିରେ ଗମ୍ଭୀର ଥାନାରେ ଅଭିଯୋଗ କରିଛନ୍ତି। କେନ୍ଦ୍ରାଞ୍ଚଳ ‘ଡିସିପି’ ଶ୍ବେତା ଚୌହାନ ଗଣମାଧ୍ୟମକୁ କହିଛନ୍ତି, ଇ-ମେଲ୍‌ ଜରିଆରେ ‘‘ଆଇଏସ୍‌ଆଇଏସ୍‌-କଶ୍ମୀର’ରୁ ହତ୍ୟା ଧମକ ପାଇଥିବା ଦାବି କରି ପୂର୍ବ ଦିଲ୍ଲୀ ନିର୍ବାଚନ ମଣ୍ଡଳୀର ‘ବିଜେପି’ ସାଂସଦ ଗୌତମ ଗମ୍ଭୀର ଦିଲ୍ଲୀ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ତଦନ୍ତ ଚାଲିଛି। ଗମ୍ଭୀରଙ୍କ ରାଜେନ୍ଦ୍ର ନଗର ବାସଭବନ ବାହାରେ ନିରାପତ୍ତା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ହତ୍ୟା ଧମକ ସଂକ୍ରାନ୍ତରେ ଅଧିକ କିଛି ସୂଚନା ମିଳିନାହିଁ। ତଦନ୍ତ ପରେ ଇ-ମେଲ୍‌ ଠିକଣା ତନଖି ସମେତ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ୨୦୧୯ରେ ଗୌତମ ଗମ୍ଭୀର ‘ବିଜେପି’ ଟିକେଟରେ ପୂର୍ବ ଦିଲ୍ଲୀ ଆସନ ପାଇଁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୮ରେ କ୍ରିକେଟରୁ ସନ୍ନ୍ୟାସ ନେବା ପୂର୍ବରୁ ସେ ଭାରତୀୟ କ୍ରିକେଟ୍‌ ଟିମ୍‌ରେ ୧୫ ବର୍ଷ ଧରି ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଛନ୍ତି।

Share Now:

Kalinga News Beuro

Next Post

୧୦୦ ଦିନ ତାଲିବାନ ଶାସନରେ ଆଫଗାନବାସୀଙ୍କ ଦୁର୍ଦ୍ଦଶା

Wed Nov 24 , 2021
ନୂଆଦିଲ୍ଲୀ: ମୁଁ ଓ ମୋ ସ୍ବାମୀ ଉପାସ ରହିପାରିବୁ, କିନ୍ତୁ ଭୋଜନ ବିନା କାନ୍ଦୁଥିବା ପିଲାମାନଙ୍କ ପାଇଁ ଆମେ ଚିନ୍ତିତ। ତାହା ସହ୍ୟ କରିବା କଷ୍ଟକର ବୋଲି ତାଲିବାନ ଶାସନର ୧୦୦ ଦିନ ପରେ ଦୁଇଟି ପିଲାଙ୍କ ମାଆ ଆଫଗାନୀସ୍ତାନର ୩୫ ବର୍ଷୀୟ ଜର୍ଗୁନା ତାଙ୍କର ଦୁର୍ଦ୍ଦଶା ବଖାଣି କହିଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି, ସନ୍ଧ୍ୟା ବେଳେ ଆମେ ଗୁଣ୍ଡାଏ ଖାଇଲୁ। କେବେ କେବେ ସେତକ ବି ମିଳେନାହିଁ। ଆମେ […]
୧୦୦ ଦିନ ତାଲିବାନ ଶାସନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial