ଶୋଭାଯାତ୍ରା ବେଳେ ପଥର ଓ ଗୁଳିମାଡ଼ରେ ୨୦ରୁ ଅଧିକ ଆହତ : ୧୪୪ ଧାରା ଜାରି, ଇଣ୍ଟରନେଟ୍ ବନ୍ଦ

ଶୋଭାଯାତ୍ରା ବେଳେ ପଥର ମାଡ଼

ମନ୍ଦିରରେ ଆଶ୍ରୟ ନେଇଛନ୍ତି ୨୫୦୦ ଶ୍ରଦ୍ଧାଳୁ

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦ ଓ ମାତୃଶକ୍ତି ଦୁର୍ଗା ବାହିନୀ ପକ୍ଷରୁ ହରିୟାଣାର ମେଓ୍ଵାତ୍ ଜିଲ୍ଲାର ନୁହଠାରେ ଚାଲିଥିବା ବ୍ରଜମଣ୍ଡଳ ଯାତ୍ରା ବେଳେ ସାମ୍ପ୍ରଦାୟିକ ସଂଘର୍ଷ ହୋଇଥିବା ସୂଚନା ମିଳିଛି। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ପଥରମାଡ଼ ଓ ନିଆଁ ଲାଗିଥିବା ଖବର ମିଳିଛି। ଦୁର୍ବୃତ୍ତମାନେ ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ପୁଲିସ ଉପରକୁ ମଧ୍ୟ ପଥର ମାଡ଼ କରାଯାଇଛି। ଏହି ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ପୁଲିସ ସୂଚନା ଦେଇଛି। କେତେକ ସ୍ଥାନରେ ଲୋକମାନେ ଗୁଳିଚାଳନା ମଧ୍ୟ କରିଥିବା ସୂଚନା ମିଳିଛି। ଏହି କାରଣରୁ ଗୁରୁଗ୍ରାମରୁ ସୋହନା ପର୍ଯ୍ୟନ୍ତ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଅଞ୍ଚଳରେ ୧୪୪ ଧାରା ଲାଗୁ ସହ ଇଣ୍ଟରନେଟକୁ ବନ୍ଦ କରାଯାଇଛି। ଅନ୍ୟପକ୍ଷରେ ବାହାରେ ହିଂସାକାଣ୍ଡ ଜାରି ରହିଥିବାରୁ ଗୋଟିଏ ମନ୍ଦିରରେ ପ୍ରାୟ ୨୫୦୦ ପୁରୁଷ, ମହିଳା ଓ ଶିଶୁ ଅଟକି ରହିଛନ୍ତି। ଗୁରୁଗ୍ରାମ ନିକଟରେ ଥିବା ନୁହ୍ଲାର ମହାଦେବ ମନ୍ଦିରରେ ଏହି ଲୋକମାନେ ଆଶ୍ରୟ ନେଇଛନ୍ତି। ମନ୍ଦିର ବାହାରେ ସେମାନଙ୍କ ଯାନବାହନ ରହିଛି। ବାହାରକୁ ବାହାରିଲେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେମାନେ ପରିସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ବାହାରି ପାରିବେ ନାହିଁ। ଏପର୍ଯ୍ୟନ୍ତ ପୁଲିସ ଲୋକମାନଙ୍କୁ ସେଠାରୁ ବାହାର କରିବା ବ୍ୟବସ୍ଥା କରିପାରିନାହିଁ।
ଏହି ଘଟଣା ପୂର୍ବରୁ ଏହି ଅଞ୍ଚଳର ବାତାବରଣ ଉତ୍ତେଜନାପୂର୍ଣ୍ଣ ଥିଲା। କୁହାଯାଉଛି ଯେ ଶୋଭାଯାତ୍ରା ସମୟରେ କିଛି ଲୋକ ବିବାଦୀୟ ହିନ୍ଦୁବାଦୀ ନେତା ମୋନୁ ମାନେସର ଏବଂ ତାଙ୍କ ସାଥୀମାନଙ୍କୁ ଦେଖିଥିଲେ। ଏହାପରେ ନୁହ ସହର ନିକଟରେ ଗୁରୁଗ୍ରାମ-ଅଲୱାର ଜାତୀୟ ରାଜପଥରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ସଂଘର୍ଷ ସୃଷ୍ଟି ହୋଇଥିଲା। ସୂଚନାଯୋଗ୍ୟ ଯେ, ବିବାଦୀୟ ବଜରଙ୍ଗ ଦଳ ନେତା ତଥା ଗୋରକ୍ଷକ ମୋନୁ ପାନେସର ଉପରେ ରାଜସ୍ଥାନରେ ଦୁଇ ଗୋଚାଲାଣକାରୀଙ୍କ ହତ୍ୟା ଅଭିଯୋଗ ରହିଛି। କିଛିଦିନ ପୂର୍ବେ ସେ ଏକ ଭିଡିଓ ମାଧ୍ୟମରେ ଚ୍ୟାଲେଞ୍ଜ କରିଥିଲା ଯେ ସେ ଏହି ଶୋଭାଯାତ୍ରା ସମୟରେ ନୁହ ଜିଲ୍ଲାରେ ଉପସ୍ଥିତ ରହିବ।

Share Now:

Kalinga News Beuro

Next Post

କେନ୍ଦୁଝରରେ ସିରିଜ୍ ଦୁର୍ଘଟଣା : ଜଣେ ମୃତ, ଅନ୍ୟ ଜଣେ ଆହତ

Mon Jul 31 , 2023
କେନ୍ଦୁଝର: କେନ୍ଦୁଝରରେ ଏକ ସିରିଜ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ କେନ୍ଦୁଝର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଶୁଆକାଟି ଫାଣ୍ଡି ତାରିଣୀ ମନ୍ଦିର ଛକ ନିକଟରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି। କେନ୍ଦୁଝରରୁ ତେଲକୋଇ ଅଭିମୁଖେ ଯାଉଥିବା ଅମ୍ବା ନାମକ ଘରୋଇ ବସ୍ ପ୍ରଥମେ ବିପରୀତ ଦିଗରୁ ରଙ୍ଗ୍ ରୁଟରେ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। […]
କେନ୍ଦୁଝରରେ ସିରିଜ୍ ଦୁର୍ଘଟଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial