ଦେଶରେ ୧୦୦ଟି ନୂଆ ସୈନିକ ସ୍କୁଲ ପାଇଁ କ୍ୟାବିନେଟରେ ମଞ୍ଜୁରୀ

ସୈନିକ ସ୍କୁଲ

ଆଡମିଶନ କରିପାରିବେ ୫୦୦୦ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଦେଶରେ ଖୋଲିବ ଆଉ ଶହେଟି ସୈନିକ ସ୍କୁଲ। ମଙ୍ଗଳବାର ଦିନ ମୋଦି କ୍ୟାବିନେଟରେ ୧୦୦ଟି ନୂଆ ସୈନିକ ସ୍କୁଲକୁ ଅନୁମୋଦନ ମିଳିଛି। ୨୦୨୨-୨୩ ଶିକ୍ଷା ବର୍ଷରୁ ୫୦୦୦ ନୂତନ ଛାତ୍ର ଆଡମିଶନ କରିପାରିବେ। ଆସନ୍ତା ଶିକ୍ଷା ବର୍ଷରୁ ଏହି ୧୦୦ଟି ସ୍କୁଲରେ ଷଷ୍ଠ ଶ୍ରେଣୀରୁ ନାମଲେଖା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ବସିଥିବା ଏହି ବୈଠକରେ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ନୂଆ ସ୍କୁଲ ପାଇଁ ଅନୁମତି ମିଳିବା ପରେ ସରକାରଙ୍କ ପକ୍ଷରୁ ଏକ ବୟାନ୍ ଜାରି କରାଯାଇଛି। ଜାତୀୟ ଶିକ୍ଷା ନୀତି ଅନୁରୂପ ଆଗକୁ ବଢ଼ିବା ସହ ଭାରତ ସରକାର ଦେଶର ସମୃଦ୍ଧ ସଂସ୍କୃତି, ଐତିହ୍ୟ, ଜାତୀୟ କର୍ତ୍ତବ୍ୟ ଏବଂ ଦେଶପ୍ରେମର ଭାବନା ଆଧାରିତ ଶିକ୍ଷାକୁ ଆହୁରି ସୁଦୃଢ଼ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ସେହିପରି ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନିଆଯାଇଛି. ଯାହା ପିଲାମାନଙ୍କୁ ଅଧିକ ସକ୍ଷମ କରିବ। ସାରା ଦେଶରେ ଥିବା ୩୩ ସୈନିକ ସ୍କୁଲର ପ୍ରଶାସନିକ ଅନୁଭୂତିର ଲାଭ ଉଠାଇବା ପାଇଁ ୧୦୦ ନୂଆ ସମୃଦ୍ଧ ସୈନିକ ସ୍କୁଲର ସ୍ଥାପନା ପାଇଁ ନିର୍ଣ୍ଣୟ ହୋଇଛି। ଯେଉଁଥିରେ ସୈନିକ ସ୍କୁଲ ସୋସାଇଟିକୁ ସମୃଦ୍ଧ କରିବା ପାଇଁ ଆବେଦନ ଆମନ୍ତ୍ରଣ କରାଯାଇଛି। ସରକାରୀ, ଘରୋଇ ସ୍କୁଲ, ଏନଜିଓର ପ୍ରସ୍ତାବ ଦେଇପାରିବେ। ସେହିପରି ଗତକାଲିର କ୍ୟାବିନେଟ ବୈଠକରେ ସ୍ୱଚ୍ଛ ଭାରତ ମିଶନର ଅବଧି ବୃଦ୍ଧି ପ୍ରସ୍ତାବକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି। ସହରାଞ୍ଚଳ ସ୍ୱଚ୍ଛ ଭାରତ ମିଶନର ଅବଧି ୨୦୨୫-୨୬ ଯାଏଁ ବୃଦ୍ଧି କରାଯିବ। ଏହି ଯୋଜନା ପାଇଁ ୫ ବର୍ଷ ଯାଏଁ ୧ ଲକ୍ଷ ୪୧ ହଜାର ୬୦୦ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ସହରକୁ ବାହ୍ୟ ମଳମୁକ୍ତ କରିବାକୁ ଲକ୍ଷ୍ୟ ରଖାଯିବା ସହିତ କୌଣସି ଜଳାଶୟରେ ଯେମିତି ଆବର୍ଜନାଯୁକ୍ତ ଜଳ ନ ମିଶେ, ତାକୁ ଗୁରୁତ୍ୱ ଦିଆଯିବ। ସବୁ ସହରକୁ ଆବର୍ଜନାମୁକ୍ତ ଥ୍ରୀ-ଷ୍ଟାର ପ୍ରମାଣପତ୍ର ଦେବାର ଲକ୍ଷ୍ୟ ମଧ୍ୟ ରହିଛି।

Share Now:

Kalinga News Beuro

Next Post

ଖାଁ ଖାଁ ପୂଜା ମଣ୍ତପ : ଆବଦ୍ଧ ଭିତରେ ଚାଲିଛି ମହାମାୟାଙ୍କ ପୂଜାର୍ଚ୍ଚନା

Wed Oct 13 , 2021
କୋଭିଡ ଗାଇଡଲାଇନ୍ ମଧ୍ୟରେ ଚାଲିଛି ମା’ଙ୍କ ପୂଜା ଭୁବନେଶ୍ୱର: ବେଦ, ମନ୍ତ୍ର ପାଠରେ କମ୍ପୁଛି ଚତୁର୍ଦ୍ଦିଗ। ଧୂପ, ଦୀପ, ନୈବେଦ୍ୟରେ ମହକି ଉଠୁଛି ପୂଜା ମଣ୍ଡପ। ମହାଅଷ୍ଟମୀରେ ମହାମାୟାଙ୍କ ଚାଲିଛି ପୂଜାର୍ଚ୍ଚନା। କୋଭିଡ କଟକଣାରେ ମଣ୍ଡପର ତିନିପଟ ଆବଦ୍ଧ କରାଯାଇ ସୀମିତ ସଂଖ୍ୟକ ପୂଜକ ଓ କର୍ମକର୍ତ୍ତାଙ୍କୁ ନେଇ ଚାଲିଛି ପୂଜାର୍ଚ୍ଚନା। ଜଗଜ୍ଜନନୀ ମା’ ଦୁର୍ଗାଙ୍କର ଆରାଧନା କୋଭିଡ୍ କଟକଣା ଭିତରେ ପାଳନ ହେଉଛି। ମା’ ଦଶଭୂଜାଙ୍କର ସମସ୍ତ ନୀତିକାନ୍ତି […]
ଖାଁ ଖାଁ ପୂଜା ମଣ୍ତପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial